୧୨ ସଇରାତରେ ୧୪୪ ଜାରି

ଜଳେଶ୍ୱର, ୨୦।୬(ଡି.ଏନ୍‌.ଏ.): ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ହଜାର ହାଜର ଟ୍ରକ ଓ ଟ୍ରାକ୍ଟରରେ ବାଲି ବିନା ରୟାଲିଟିରେ ଉତ୍ତୋଳନ ହୋଇ ବେଆଇନ ଭାବେ ବିକ୍ରି ହୋଇ ଆସୁଛି ା ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ କେତେକ ସ୍ଥାନରେ ପ୍ରଶାସନ ଚୋରା ବାଲି ବ୍ୟବସାୟୀଙ୍କୁ ରୋକ ଲଗାଇବାକୁ ଚେଷ୍ଟା କରି ସବ ସ୍ଥାନରେ ସଫଳ ହୋଇପାରୁନାହାନ୍ତି ା
ଶନିବାର ଜଳେଶ୍ୱର ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକଙ୍କ ନିର୍ଦ୍ଦେଶରେ ୧୨ ବାଲି ସଇରାତରେ ୧୪୪ ଜାରି କରାଯାଇ ଲାଲ୍‌ ପତାକା ପୋତାଯାଇଛି ା ବିଳାସପୁର, ମାକିଡିଆ, କୁଅଁରପୁର, ବେହେରାସାହି, ପ୍ରହରାଜପୁର, କଣ୍ଟାପାଳ, ମକରମପୁର, ଗୋବରଘଟା, ଦକ୍ଷିଣପ୍ରହରାଜପୁର ଆଦି ସ୍ଥାନରେ ୧୪୪ ଧାରା ବଳବତ୍ତର ରହିଥିବାରୁ ବାଲି ମାଫିଆଙ୍କୁ ଝଟ୍‌କା ଲାଗିଛି ା
ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀରେ ପ୍ରାୟ ୨୩ଟି ବାଲି ସଇରାତ ରହିଛି। କେତେକ ସ୍ଥାନରେ ନିଲାମ କାର୍ଯ୍ୟ ଚାଲିଥିବା ବେଳେ ବହୁ ସ୍ଥାନରେ ନିଲାମ ପ୍ରକ୍ରିୟା ହୋଇନାହିଁ। କିନ୍ତୁ ପ୍ରତିଦିନ ରାତିରେ ବିଭିନ୍ନ ସ୍ଥାନରୁ ବାଲି ଉତ୍ତୋଳନ ହୋଇ ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ସ୍ଥାନରେ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି। ଫଳରେ ବାଲି ମାଫିଆମାନେ ମାଲେମାଲ ହେଉଛନ୍ତି ା ପୂର୍ବରୁ ଟ୍ରାକ୍ଟର ପିଛା ବାଲି ୫ଶହ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୨୬ଶହ ଟଙ୍କାରେ ମିଳୁଛି ା କିନ୍ତୁ ସରକାରୀ ଭାବେ ରାଜସ୍ବ ଟଙ୍କାଟିଏ ମିଳୁନାହିଁ ା
କେତେକ ସ୍ଥାନରେ ତହସିଲ ପକ୍ଷରୁ ଚୋରା ବ୍ୟବସାୟୀଙ୍କୁ ରୋକ ଲଗାଇବା ଲାଗି ଗତ କିଛିଦିନ ଧରି ବାଲି ଉତ୍ତୋଳନ ହେଉଥିବା ରାସ୍ତାରେ ବଡ ବଡ ଗର୍ତ୍ତ ଖୋଳି ଦିଆଯାଇଥିଲା। ହେଲେ ଚୋରା ବାଲି ବ୍ୟବସାୟୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବାରୁ ବାଲିଚାଲାଣ ବନ୍ଦ ହେଉନାହିଁ ା