୧୩ ବର୍ଷରେ ନକଟିଗୁଡ଼ା ଦୁର୍ଗାପୂଜା

ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ):(୦୩) ଶାରଦୀୟ ଦୁର୍ଗାପୂଜା ପାଇଁ ସମୟ ଯେତେ ପାଖେଇ ଆସୁଛି, ପୂଜା ମଣ୍ଡପଗୁଡିକରେ ପ୍ରସ୍ତୁତି ସେତେ ଯୋର ଧରୁଛି। ଏପରିସ୍ଥଳେ କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ନକଟିଗୁଡା ପୂଜା ମଣ୍ଡପ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରତିବର୍ଷ ପୂଜା କମିଟି ପକ୍ଷରୁ ନିଆରା ମଣ୍ଡପ ତିଆରି କରି ପଶ୍ଚିମ ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଠାରେ ବିଭିନ୍ନ ରୂପରେ ସୁନ୍ଦର ଓ ସୁଉଚ୍ଚ ଆକର୍ଷଣୀୟ ତୋରଣ ପ୍ରସ୍ତୁତ କରାଯାଏ। ଯାହାକି ହଜାର ହଜାର ଭକ୍ତଙ୍କ ମନମୋହିଥାଏ। ଚଳିତ ବର୍ଷ ନକଟିଗୁଡା ପୂଜା କମିଟି ପକ୍ଷରୁ ଢେଙ୍କାନାଳର କାରିଗରମାନଙ୍କ ଦ୍ୱାରା ଋଷିଆର ହର୍ମିଟେଜ୍‌ ମ୍ୟୁଜିୟମ ଆକୃତିର ତୋରଣ ନିର୍ମାଣ କରାଯାଇଛି। ଏଥର ନକଟିଗୁଡା ସାର୍ବଜନୀନ ଦୁର୍ଗା ପୂଜା ୧୩ ବର୍ଷରେ ପଦାର୍ପଣ କରିଛି।

ନକଟିଗୁଡ଼ାରେ ପ୍ରଥମେ ୨୦୧୧ରେ ପୁରୀ ଶ୍ରୀମନ୍ଦିର ଆକୃତିର ମଣ୍ଡପ ନିର୍ମାଣ କରାଯାଇଥିଲା। ୨୦୧୨ରେ ଚେନ୍ନାଇ ଆୟପ୍ପା ମନ୍ଦିର, ୨୦୧୩ରେ ତିରୁପତି ବାଲାଜୀ ମନ୍ଦିର, ୨୦୧୪ରେ କର୍ନାଟକ ବିଧାନ ସଭା, ୨୦୧୫ରେ ଅକ୍ଷରଧାମ ମନ୍ଦିର, ୨୦୧୬ରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ୨୦୧୭ରେ ଋଷିକେଶ ମନ୍ଦିର, ୨୦୧୮ରେ ବୃନ୍ଦାବନ ଚଦ୍ରୋଦୟ ମନ୍ଦିର, ୨୦୧୯ରେ ଭୁବନେଶ୍ୱର ରାମମନ୍ଦିର ସଦୃଶ ପୂଜା ମଣ୍ଡପର ରୂପ ଦିଆଯାଇଥିଲା। କୋଭିଡ୍‌ ସମୟରେ କେବଳ ମା’ ଜଗତଜନନୀଙ୍କ ବିଧି ପୂଜା କରାଯାଇଥିଲା। ୨୦୨୨ରେ ରାଷ୍ଟ୍ରପତି ଭବନ ଆକୃତିର ପୂଜାମଣ୍ଡପ ଭକ୍ତଙ୍କ ମନମୋହିଥିଲା।

ଚଳିତବର୍ଷ ନକଟିଗୁଡାରେ ହର୍ମିଟେଜ ମ୍ୟୁଜିୟମ ଆକୃତିର ତୋରଣ ପ୍ରସ୍ତୁତି ହୋଇଛି। ପ୍ରାୟ ୧୦୦ ଫୁଟ ଲମ୍ବ ଓ ୭୦ ଫୁଟ ଉଚ୍ଚତା ବିଶିଷ୍ଟ ତୋରଣକୁ ୧୫ରୁ ଊର୍ଦ୍ଧ୍ୱ କୁଶଳୀ କାରିଗର ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ମଧ୍ୟ ଏହା ମୁଖ୍ୟ ଆକର୍ଷଣ ହେବ ବୋଲି ଆଶା ରଖିଛନ୍ତି କମିଟି କର୍ମକର୍ତ୍ତା। ପୂଜା ସମୟ ମଧ୍ୟରେ ମା’ ମାଣିକେଶ୍ବରୀଙ୍କ ବିଶ୍ୱବିଖ୍ୟାତ ଛତରଯାତ୍ରା ପାଇଁ ଭବାନୀପାଟଣାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ସେହି ସମୟରେ ପୂଜା ମଣ୍ଡପ ଭକ୍ତମାନଙ୍କ ଆକର୍ଷଣ ପାଲଟିଥାଏ। ଚଳିତବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି। ଭକ୍ତମାନଙ୍କ ମନରେ ଉତ୍ସାହ ଉଦ୍ଦୀପନା ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଓ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ପ୍ରୟାସ କରୁଛୁ ବୋଲି ନକଟିଗୁଡା ଦୁର୍ଗାପୂଜା କମିଟି ସଭାପତି ସାମନ୍ତ ଖମାରୀ, ସମ୍ପାଦକ ସୁକାନ୍ତ ବିଶି ଓ କମିଟି କର୍ମକର୍ତ୍ତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri