୧୩୪ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସମୟରେ ଗୁଜରାଟରେ ଏକ ବଡ଼ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି। ଏକ ଘରୋଇ ଆଇଟି କମ୍ପାନୀ ଓ ଏହାର ୬ଜଣ ବରିଷ୍ଠ ଅଧିକାରୀ (ନିର୍ଦ୍ଦେଶକ) ଗୁଜରାଟର କଚ୍ଛ ଅଞ୍ଚଳର ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ରୁ ୧୩୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଆକାରରେ ନେଇ ଠକେଇ କରିଥିବା ଜଣାପଡ଼ିଛି। ଶୁକ୍ରବାର ଏନେଇ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ଉକ୍ତ ମାମଲାରେ ଗୁଜରାଟର ଗାନ୍ଧୀଧାମ ଅଞ୍ଚଳରେ ରହିଥିବା ଆଇଟି କମ୍ପାନୀ ହାଇ ପ୍ରେସର ଟେକ୍‌ନୋଲୋଜିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଏହାର ୬ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁସାରେ ୟୁବିଆଇରୁ ୧୩୪.୪୩ କୋଟି ଟଙ୍କା ବିଭିନ୍ନ ଜାଲ୍‌ କାଗଜପତ୍ର ଦେଇ ଠକି ନେଇଛି ଏହି ଘରୋଇ କମ୍ପାନୀ। ସିବିଆଇ ଏହି ଘରୋଇ ଆଇଟି କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ବ୍ୟାଙ୍କ ପକ୍ଷରୁ ଏ ନେଇ ସିବିଆଇ ନିକଟରେ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକମାନଙ୍କ ବିରୋଧରେ ୟୁବିଆଇରୁ ୧୩୪.୪୩ କୋଟି ଟଙ୍କା ହଡ଼ପ କରିବା ନେଇ ଏକ ଅଭିଯୋଗ ହୋଇଛି। ଏହି ମାମଲାରେ ସିବିଆଇ ଟିମ୍‌ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଦେଶରେ ବ୍ୟାଙ୍କ ଠକେଇ ଭଳି ଘଟଣାକୁ ଆଖି ଆଗରେ ରଖି କମ୍ପାନୀ ଏବଂ ଏହାର ଅଧିକାରୀ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ନେଇଥିଲେ। ମନ୍ଦ ଉଦ୍ଦେଶ୍ୟ ରଖି ସେମାନେ ଏହି ଋଣ ଟଙ୍କାକୁ ବ୍ୟବହାର କରିଥିବା ସିବିଆଇ ପକ୍ଷରୁ କୁହାଯାଇଛି। ବ୍ୟାଙ୍କର ଅଭିଯୋଗକ୍ରମେ ସିବିଆଇ ଏଫ୍‌ଆଇଆର୍‌ ରୁଜୁ କରି ଏକ ତଦନ୍ତକାରୀ ଟିମ୍‌ ଜରିଆରେ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକଙ୍କ ସନ୍ଧାନରେ ରହିଛି। ଅନ୍ୟପକ୍ଷରେ ମୁମ୍ବାଇର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଆଉ ଏକ ଟିମ୍‌ ଏକା ସଙ୍ଗେ ଚଢ଼ାଉ କରିଛି। ୟୁନିୟନ ବ୍ୟାଙ୍କ ପକ୍ଷରୁ ଏନେଇ ଅଭିଯୋଗ ପାଇବା ପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ଏବଂ ନିର୍ଦ୍ଦେଶକ ବ୍ୟାଙ୍କରୁ ଟଙ୍କା ହଡ଼ପ କରି ଏହାକୁ ଅସତ ଉପାୟରେ ବ୍ୟବହାର କରିଛନ୍ତି ବୋଲି ୟୁନିୟନ ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମିଳିବ ୩ ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ,୨୭। ୩: ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଏପ୍ରିଲ ମାସଠାରୁ ଜୁନ ଯାଏ ୩ ମାଗଣା ସିଲିଣ୍ଡର ଉପଲବ୍ଧ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଗୁରୁବାର...

ଟିକ୍‌ଟକ୍‌ ମୋଷ୍ଟ ଭାଲ୍ୟୁଏବୁଲ ଷ୍ଟାର୍ଟଅପ୍‌

ନୂଆଦିଲ୍ଲୀ,୨୩।୫: ଟିକ୍‌ଟକ୍‌ ଆପ୍‌ର ମୂଳ କମ୍ପାନୀ ବାଇଟଡାନ୍ସ ଲିମିଟେଡ୍‌ ବିଶ୍ୱର ମୋଷ୍ଟ ଭାଲ୍ୟୁଏବୁଲ ବା ସବୁଠାରୁ ଅଧିକ ମୂଲ୍ୟ ବିଶିଷ୍ଟ ଷ୍ଟାର୍ଟଅପ୍‌ ବୋଲି ଜଣାପଡିଛି। ପ୍ରାଇଭେଟ...

ରାମ୍‌କୋ ସିମେଣ୍ଟର ଡିଲର ସମ୍ମିଳନୀ

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାମ୍‌କୋ ସିମେଣ୍ଟ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୯୦୦ ଡିଲର ଯୋଗ ଦେଇଥିଲେ। ଗ୍ରାହକଙ୍କ ଚାହିଦାକୁ...

ଏସ୍‌ବିଆଇର ନୂଆ ଗ୍ରାହକ ସେବା ନମ୍ବର

ମୁମ୍ବାଇ,୧୦।୮: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ନୂଆ ଗ୍ରାହକ ସେବା ଟୋଲ ଫ୍ରି ନମ୍ବର ୧୮୦୦-୧୨୩୪ ଓ ୧୮୦୦-୨୧୦୦ ର ଜାରି କରାଯାଇଛି। ଏହାଦ୍ୱାରା...

ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହାୟତାରେ ୫ଜିଲାରେ ବିଦ୍ୟୁତ୍‌ ଚୋରି ହ୍ରାସ

ବାଲେଶ୍ୱର,୭ା୨: ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣର ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ବିଦ୍ୟୁତ ଚୋରି କାରଣ ତାହା ନେଟ୍‌ୱର୍କ ଉପରେ ଅଧିକ ଚାପ ସୃଷ୍ଟି ସହ ଟ୍ରିପିଂ ହୋଇଥାଏ।...

ପୁଣି କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ନୂଆଦିଲ୍ଲୀ,୨୬।୨: ଲୋକପ୍ରିୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟୁଇଟର ପୁଣି ଥରେ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ଏହି ଅଷ୍ଟମ ରାଉଣ୍ଡ ଛଟେଇର ପ୍ରଭାବ ଅନେକ ଇଞ୍ଜିନିୟରିଂ...

ଅର୍ଥ ବ୍ୟବସ୍ଥାର ସ୍ଥିତାବସ୍ଥା ଫେରୁଛି

ନୂଆଦିଲ୍ଲୀ,୧୭।୯: କରୋନା ମହାମାରୀ ଯୋଗୁ ଘରୋଇ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର ଦେଶର ଶିଳ୍ପଜଗତକୁ...

କଟକରେ ଭି-ବଜାରର ୨ୟ ଷ୍ଟୋର ଉଦ୍‌ଘାଟିତ

କଟକ,୪।୧୦: ଦେଶର ପ୍ରମୁଖ ଫ୍ୟାଶନ ସେଗ୍‌ମେଣ୍ଟ ‘ଭି-ବଜାର’ ପକ୍ଷରୁ ସ୍ଥାନୀୟ ବାଦାମବାଡ଼ିରେ ଆଉ ଏକ ଷ୍ଟୋରର ଶୁଭାରମ୍ଭ କରାଯାଇଛି। କଟକ ସହରରେ ଥିବା ଭି-ବଜାର ଷ୍ଟୋର...

Advertisement
Archives

Model This Week