CORONAVIRUS UPDATE: ରାଜ୍ୟରେ ୨୮ ଜିଲାରୁ ୧୩୩୭ ପଜିଟିଭ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରୁ କେତେ…

ଭୁବନେଶ୍ୱର, ୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର ୨୮ ଜିଲାରୁ ୧୩୩୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୨୨ ଲୋକାଲ କେସ୍‌ ରହିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୦୧ ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୯,୦୧୮କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪,୨୬୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨୪,୪୮୨ଜଣ ସୁସ୍ଥ ହୋଇଛନ୍ତି।

Share