ବର୍ଷକରେ ୧,୩୧,୮୭୧ ୟୁନିଟ୍‌ ଯାନ ପଞ୍ଜୀକରଣ

ନୂଆଦିଲ୍ଲୀ,୫।୧: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ମାସିକ ଯାନ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ୨୦୨୪ ବର୍ଷ (ଜାନୁଆରୀରୁ ଡିସେମ୍ବର) ମଧ୍ୟରେ ଏଚ୍‌ସିଆଇଏଲ୍‌ ମୋଟ ୧,୩୧,୮୭୧ ୟୁନିଟ୍‌ ଯାନ ବିକ୍ରି ହୋଇଛି। ସେହିଭଳି ୨୦୨୪ ବର୍ଷରେ କମ୍ପାନୀ ଘରୋଇ ବଜାରରେ ୬୮,୬୫୦ ୟୁନିଟ୍‌ ବିକ୍ରି କରିଥିଲାବେଳେ ୬୩,୨୨୧ ୟୁନିଟ୍‌ ଯାନ ଏହି ସମୟ ମଧ୍ୟରେ ରପ୍ତାନି କରିଥିଲା। ୨୦୨୩ ବର୍ଷ (ଜାନୁଆରୀରୁ ଡିସେମ୍ବର) ମଧ୍ୟରେ ଏଚ୍‌ସିଆଇଏଲ୍‌ ମୋଟ ୧,୧୦,୧୪୩ ୟୁନିଟ୍‌ ଯାନ ବିକ୍ରି ହୋଇଥିଲାବେଳେ ୨୦୨୩ରେ କମ୍ପାନୀ ଘରୋଇ ବଜାରରେ ମୋଟ ୮୪,୨୮୯ ୟୁନିଟ୍‌ ଏବଂ ୨୫,୮୫୪ ୟୁନିଟ୍‌ ଯାନ ରପ୍ତାନି ଆକାରରେ ପଞ୍ଜୀକରଣ କରିଥିଲା। ଏପରିକି ୨୦୨୩ ତୁଳନାରେ କମ୍ପାନୀ ୨୦୨୪ରେ ବେଶ୍‌ ଉତ୍ସାହଜନକ କାରବାର ସହ ବାର୍ଷିକ ଭିତ୍ତିରେ (ୱାଇଓୱାଇ) ଅଭିବୃଦ୍ଧି ହାରରେ ୨୦% ଅଧିକ ପଞ୍ଜୀକରଣ କରିଛି। ସେହିପରି ୨୦୨୪ ଡିସେମ୍ବରରେ ଏଚ୍‌ସିଆଇଏଲ୍‌ ମୋଟ ୯୪୬୦ ୟୁନିଟ୍‌ ଯାନ ବିକ୍ରି କରିଛି। ଏପରିକି କମ୍ପାନୀ ଘରୋଇ ବଜାରରେ ୫,୬୦୩ ୟୁନିଟ୍‌ ଯାନ ବିକ୍ରି କରିଥିଲାବେଳେ ୩୮୫୭ ୟୁନିଟ ଯାନ ରପ୍ତାନି କରିଥିଲା। ଅପରପକ୍ଷରେ ୨୦୨୩ ଡିସେମ୍ବରରେ ଏଚ୍‌ସିଆଇଏଲ୍‌ ମୋଟ ୧୧,୬୫୧ ୟୁନିଟ୍‌ ଯାନ ବିକ୍ରି କରିଛି। ଏପରିକି କମ୍ପାନୀ ଘରୋଇ ବଜାରରେ ୭୯୦୨ ୟୁନିଟ୍‌ ଯାନ ବିକ୍ରି କରିଥିଲାବେଳେ ୩୭୪୯ ୟୁନିଟ୍‌ ଯାନ ରପ୍ତାନି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ଅଲ୍‌ ନ୍ୟୁ ହ୍ୟୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍‌

ଭୁବନେଶ୍ୱର,୨୧।୧ (ଅଭୟ ଦାଶ): ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ (ଏଚ୍‌ଏମ୍‌ଆଇଏଲ) ର ବହୁ ପ୍ରତୀକ୍ଷିତ ମଡେଲ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇଲେକଟ୍ରିକ ଭେହିକଲ (ଇଭି) ‘ଇ-କ୍ରେଟା’ର...

ବିଶ୍ୱସ୍ତରୀୟ ଇଭି ଉତ୍କର୍ଷ କେନ୍ଦ୍ର ହେବ ଭାରତ

ନୂଆଦିଲ୍ଲୀ,୨୧।୧: ବର୍ତ୍ତମାନର ପରିବେଶ ଓ ବଜାର ଚାହିଦାକୁ ଆଖିଆଗରେ ରଖି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ) ମଧ୍ୟ ଇଲେକ୍‌ଟ୍ରିକ୍‌ ଭେଇକଲ ବା ଇଭି ଉତ୍ପାଦନରେ ମନୋନିବେଶ...

ଅଂଶୀଦାରମାନଙ୍କ ସହ ଆଲୋଚନା କଲେ କିଶନ ରେଡ୍ଡୀ

ଭୁବନେଶ୍ୱର,୨୧।୧: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା। ଏପରିକି ଭୁବନେଶ୍ୱରସ୍ଥିତ ନାଲ୍‌କୋ ଭବନଠାରେ ଏହି...

୨୨ରୁ ଫୁଲ୍‌ ପଇସା ଅସୁଲ ସେଲ୍‌

ମୁମ୍ବାଇ,୨୧।୧: ସ୍ମାର୍ଟ ବଜାରର ବହୁ ପ୍ରତୀକ୍ଷିତ ଅଫର ‘ଫୁଲ୍‌ ପଇସା ଅସୁଲ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବର୍ତ୍ତମାନର ଏହି ଦରଦାମ ବୃଦ୍ଧି (ମେହେଙ୍ଗାଇକା...

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ

ନୂଆଦିଲ୍ଲୀ,୨୦।୧: ଡୋନାଲ୍ଡ ଟ୍ରମ୍ପ ଆଜି ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତେବେ ତାଙ୍କ ଶପଥ ଗ୍ରହଣ ପୂର୍ବରୁ, ଭାରତରେ ସୁନା ଦର ହ୍ରାସ...

ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଖୁସି ଖବର, ଏଣିକି ୩ ମିନିଟ୍‌ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୦।୧: ଇନଷ୍ଟାଗ୍ରାମ କ୍ରିଏଟର୍ସମାନଙ୍କୁ ଏକ ବଡ଼ ଉପହାର ଦେଇଛି। ଏବେ କ୍ରିଏଟରମାନେ ଲମ୍ବା ରିଲ୍ସ ଅପଲୋଡ କରିବାର ସୁବିଧା ମଧ୍ୟ ପାଇବେ। ଏବେ ଇନଷ୍ଟାଗ୍ରାମରେ ୩...

ୟୁଜର୍ସଙ୍କ ପାଇଁ ଖୁସିଖବର: ଏଣିକି ମାତ୍ର ୨୦ ଟଙ୍କାରେ ୯୦ ଦିନ ପର୍ଯ୍ୟନ୍ତ ସିମ୍‌ ରଖିପାରିବେ ଆକ୍ଟିଭ୍‌

ନୂଆଦିଲ୍ଲୀ,୨୦।୧: ଭାରତରେ ଅନେକ ୟୁଜର୍ସଙ୍କ ସ୍ମାର୍ଟଫୋନରେ ଦୁଇଟି ସିମ କାର୍ଡ ଅଛି। ସାଧାରଣତଃ, ଗୋଟିଏ ସିମ ନିୟମିତ କଲ ଏବଂ ଡାଟା ପାଇଁ ବ୍ୟବହୃତ ହୁଏ,...

ମାରୁତି ସେଲେରିଓ ଜିତିଲେ ରୋନକ ଅଗ୍ରୱାଲ

ଭୁବନେଶ୍ୱର,୨୦।୧(ଅଭୟ ଦାଶ): କିସ୍ନା ଜୁଏଲେରିର ବହୁ ପ୍ରତୀକ୍ଷିତ ‘ଲକି ଡ୍ର’ ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଛି। ଏପରିକି କିସ୍ନା ଜୁଏଲେରିର ଗ୍ରାହକ ତଥା ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri