କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର ପଦବୀଙ୍କୁ ପଦୋନ୍ନତି ଦେଇଥିବା ପ୍ରଶାସନ ପକ୍ଷରୁ ଜଣାଯାଇଛି। କୋରାପୁଟ ଜିଲାପାଳଙ୍କ ପତ୍ରସଂଖ୍ୟା ୪୪୨/୨୦୨୬ ଅନୁଯାୟୀ ଜିଲାର ସେକ୍ସନ ଅଫିସରଙ୍କ ମଧ୍ୟରେ କୋରାପୁଟ ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ରାଜସ୍ବ ସହାୟକ ଏସ ଶ୍ରୀନିବାସ ରାଓଙ୍କୁ ସେକ୍ସନ ଅଫିସର ଭାବେ ପଦୋନ୍ନତି ଦେଇ ମାଛକୁଣ୍ଡ ତହସିଲ କାର୍ଯ୍ୟାଳୟକୁ ପଠାଯାଇଥିବା ବେଳେ ବନ୍ଧୁଗାଁ ତହସିଲର ଏମ୍ କାଳୀପ୍ରସାଦ ପଟ୍ଟନାୟକଙ୍କୁ ସେହି କାର୍ଯ୍ୟାଳୟର ସେକ୍ସନ ଅଫିସର ଭାବେ ପଟାଙ୍ଗୀ ବ୍ଲକର ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ବୈପାରୀଗୁଡ଼ା ବ୍ଲକ କାର୍ଯ୍ୟାଳୟ, ବୈପାରୀଗୁଡ଼ା ବ୍ଲକର ମନୋଜ କୁମାର ବାରିକଙ୍କୁ ଜୟପୁର ବ୍ଲକ, ପଦାର ବିନ୍ଦ ମିଶ୍ରଙ୍କୁ ବନ୍ଧୁଗାଁ ତହସିଲଦାରଙ୍କ କାର୍ଯ୍ୟାଳୟରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଜି ଆଣ୍ଡ ଏମ୍ ବିଭାଗ, ବୈଜୟନ୍ତୀ ମାଳା ଖରାଙ୍କୁ ଜିପି ସେକ୍ସନରୁ ଜିଲାପାଳଙ୍କ କାର୍ଯ୍ୟାଳୟ ବିଚାର ବିଭାଗୀୟ ବିଭାଗ, ସବୁଜ ଶେଖର ପାଉଲଙ୍କୁ ନନ୍ଦପୁର ତହସିଲଦାରଙ୍କ କାର୍ଯ୍ୟାଳୟରୁ ସେହି ସ୍ଥାନରେ ପଦୋନ୍ନତି ଦିଆଯାଇଛି, ଜିତେନ୍ଦ୍ର କୁମାର ସାହୁଙ୍କୁ ଲମତାପୁଟ ବ୍ଲକରେ ହିଁ ପଦୋନ୍ନତି ଦିଆଯାଇଛି। ଅବନୀ କୁମାର ବରାଳଙ୍କୁ ନାରାୟଣ ପାଟଣା ବ୍ଲକରୁ ପଟାଙ୍ଗୀ ତହସିଲ କାର୍ଯ୍ୟାଳୟ, ତାରିଣୀ ପ୍ରସାଦ ପଣ୍ଡାଙ୍କୁ କୋଟପାଡ଼ ଆଇସିଡିଏସ୍ କାର୍ଯ୍ୟାଳୟରୁ କୋଟପାଡ଼ ତହସିଲ, ଲମ୍ବୋଦର ପଟ୍ଟନାୟକଙ୍କୁ ବୋରିଗୁମ୍ମା ତହସିଲରେ ପଦୋନ୍ନତି ଦିଆଯାଇ ସେହି ସ୍ଥାନରେ ରଖାଯାଇଛି, ଭି ନାଗରଜୁଙ୍କୁ ଲକ୍ଷ୍ମୀପୁର ବ୍ଲକରୁ ନାରାୟଣ ପାଟଣା ବ୍ଲକ ଏବଂ ତୁଳସୀ ଖିଲ ବୋରିଗୁମ୍ମା ଆଇସିଡିଏସ୍ କାର୍ଯ୍ୟାଳୟରୁ କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ପଦୋନ୍ନତି ଦିଆଯାଇଥିବା ଜଣାପଡ଼ିଛି।