Posted inଜାତୀୟ

ମୁମ୍ବାଇରେ ନୌସେନା, ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ତିନି ଯବାନଙ୍କ ସମେତ ୧୩ ମୃତ

ମୁମ୍ବାଇ,୧୮ା୧୨: ବୁଧବାର ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରୁ ହାତୀ ଦ୍ୱୀପ ଆଡକୁ ପ୍ରାୟ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଟ୍ ଦୁର୍ଘଟଣା ପରେ ବୁଡ଼ି ଯାଇଛି। ସୂଚନା ଅନୁଯାୟୀ, ଏକ ନୌସେନାର ସ୍ପିଡ୍ ବୋଟ୍ ଯାତ୍ରୀବାହୀ ବୋଟ୍ କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବୋଟ୍ ପାଣିରେ ବୁଡ଼ି ଯାଉଥିବା ଦେଖାଯାଉଛି। ଭିଡିଓରେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବା ଲୋକମାନେ ଯାତ୍ରୀଙ୍କୁ ବଞ୍ଚାଇଥିବାର ନଜର ଆସିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସୂଚନା ଦେଇଛନ୍ତି ଯେ ନୀଲକମଲ ନାମକ ଏକ ଯାତ୍ରୀବାହୀ ଜାହାଜ ସହିତ ଏକ ନୌସେନା ବୋଟ୍ ମୁହାଁମୁହିଁ ଧକ୍କା ହୋଇଛି। ବର୍ତ୍ତମାନ ସୁଦ୍ଧା ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୧୦ ଜଣ ସାଧାରଣ ନାଗରିକ ଏବଂ ତିନି ଜଣ ନୌସେନା ଅଛନ୍ତି। ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସମସ୍ତ ମୃତକଙ୍କ ପରିବାରକୁ ମହାରାଷ୍ଟ୍ର ସାନ୍ତ୍ୱନାମୂଳକ ୫ ଲକ୍ଷ ତାଙ୍କର ସହାୟତା ରାଶି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାମେନେଇଙ୍କ ମୃତ୍ୟୁର ୫ ଦିନ ପରେ ଶୋକ ପ୍ରକାଶ କଲା ଭାରତ, ଇରାନ ଦୂତାବାସରେ ପହଞ୍ଚିଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ

ନୂଆଦିଲ୍ଲୀ,୫।୩: ଭାରତ ସରକାରଙ୍କ ପକ୍ଷରୁ, ବୈଦେଶିକ ସଚିବ ବିକ୍ରମ ମିଶ୍ର ଗୁରୁବାର (ମାର୍ଚ୍ଚ ୫, ୨୦୨୬) ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ଏକ ଶୋକ ପୁସ୍ତକରେ ସ୍ବାକ୍ଷର କରିଥିଲେ…

ଭାରତ ଉପରେ ପଡିଲାଣି ଇରାନ ଯୁଦ୍ଧର ପ୍ରଭାବ! ସାଧାରଣ ଲୋକଙ୍କ ବଢିଲାଣି ଚିନ୍ତା

ନୂଆଦିଲ୍ଲୀ,୫।୩: ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକୀୟ ଆକ୍ରମଣ ଏବଂ ତେହେରାନର ପ୍ରତିଶୋଧମୂଳକ କାର୍ଯ୍ୟ କେବଳ ମଧ୍ୟପ୍ରାଚ୍ୟର ବାତାବରଣକୁ ଉଷ୍ମ କରିନାହିଁ। ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ…

ବୃଦ୍ଧି ପାଇବ ପେଟ୍ରୋଲ, ଡିଜେଲ, ଏଲପିଜି ମୂଲ୍ୟ! ଯୁଦ୍ଧ ଭିତରେ ବଡ଼ ଅପଡେଟ୍‌ ଦେଲେ ଭାରତ ସରକାର

ନୂଆଦିଲ୍ଲୀ,୫।୩: ଇରାନ ଉପରେ ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ସହିତ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସମ୍ଭାବ୍ୟ ବୃଦ୍ଧି ନେଇ ଚିନ୍ତା ବୃଦ୍ଧି…

ନୀତୀଶଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା ଖେଳିବ ‘ସରପ୍ରାଇଜ କାର୍ଡ’, ଜାଣନ୍ତୁ ଏଥିରେ କିଏ ହେବେ ସାମିଲ

ନୂଆଦିଲ୍ଲୀ,୫।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱ ଘୋଷଣା ପରେ, ବିହାର ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହେବା ନେଇ ଆଲୋଚନା ଜୋର ଧରିଛି।…

ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ମୋଦି, ଜାଣନ୍ତୁ କ’ଣ କହିଲେ..

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ଶୀଘ୍ର ଶେଷ ପାଇଁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେକୌଣସି…

ଭାଜପା ଚାଲ୍‌ରେ ଫସିଗଲେ ନୀତୀଶ: ୪ ମାସ ଭିତରେ ବଦଳିଗଲା ସବୁ ଅଙ୍କ

ପାଟନା,୫।୩: ୨୦୨୫ ବିହାର ବିଧାନସଭା ନିର୍ବାଚନ ସମୟରେ ରାଜଧାନୀ ପାଟନା ସମେତ ବିଭିନ୍ନ ଜିଲାରେ ନୀତୀଶ କୁମାରଙ୍କ ଫଟୋ ଥିବା ପୋଷ୍ଟର ଦେଖାଯାଇଥିଲା। ଏହାର ଅର୍ଥ ହେଉଛି…

ନୀତୀଶଙ୍କ ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏହି ୫ ନାମ, ଜାଣନ୍ତୁ ସେମାନେ କିଏ…

ବିହାର,୫।୩: ହୋଲି ଅବସରରେ ବିହାର ରାଜନୀତି ଜୋର ଧରିଛି। ହୋଲିରେ ହିଁ ବିହାରରେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା ଆରମ୍ଭ ହୋଇଛି। ପ୍ରାରମ୍ଭରେ ଏହା ବିଶ୍ୱାସଯୋଗ୍ୟ ନଥିଲା,…

ରାଜ୍ୟ ସଭା ପାଇଁ ନାମାଙ୍କନ ଭରିଲେ ନୀତୀଶ କୁମାର, ଉପସ୍ଥିତ ଥିଲେ ଅମିତ ଶାହା

ପାଟନା,୫।୩: ବିହାରର ୧୦ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ନୀତୀଶ କୁମାର ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି । କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri