ହଂକଂର ବହୁତଳ ଆପାର୍ଟମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ, ଅନେକ ମୃତ

ହଂକଂ,୨୬।୧୧: ହଂକଂର ତାଇ ପୋ ଜିଲା ଅନ୍ତର୍ଗତ ଏକ ବହୁତଳ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ବ୍ୟାପିଥିବା ଭୀଷଣ ଅଗ୍ନିକାଣ୍ଡରେ ଅତିକମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସହରର ଅଗ୍ନିଶମ ସେବା ବିଭାଗ ବୁଧବାର ଏହି ସୂଚନା ଦେଇଛି।

ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା ଏବଂ ହସ୍ପିଟାଲକୁ ନିଆଯାଇଥିବା ଅନ୍ୟ ୪ ଜଣଙ୍କର ପରେ ମୃତ୍ୟୁ ହୋଇଛି।

ଏହି ଅଗ୍ନିକାଣ୍ଡରେ ଅନ୍ୟୂନ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଅଛନ୍ତି। ପ୍ରାୟ ୭୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି।

ତାଇ ପୋ ଜିଲାର ୱାଙ୍ଗ୍ ଫୁକ୍ କୋର୍ଟ ନାମକ ଏହି ହାଉସିଂ କମ୍ପ୍ଲେକ୍ସର ବାହାର ଅଂଶରେ ଲାଗିଥିବା ବାଉଁଶ ମାଚାଂ ଏବଂ ନିର୍ମାଣ ନେଟିଂ ଦେଇ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା।

ଅପରାହ୍ନରେ ଏହି ନିଆଁ ଲାଗିଥିଲା ଏବଂ ରାତି ହେବା ପରେ ଏହାକୁ ସର୍ବୋଚ୍ଚ ସ୍ତର ‘ଲେଭଲ୍ ୫’ର ବିପଦ ସଙ୍କେତକୁ ଉନ୍ନୀତ କରାଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ୧୨୮ଟି ଅଗ୍ନିଶମ ଗାଡ଼ି ଏବଂ ୫୭ଟି ଆମ୍ବୁଲାନ୍ସ ନିୟୋଜିତ କରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ।

ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଏବେ ବି କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଫସି ରହିଥିବା ଅଧିକାଂଶ ଲୋକ ବୃଦ୍ଧ ବୋଲି ଜିଲ୍ଲା ପରିଷଦ ସଦସ୍ୟ ଲୋ ହିଉ-ଫୁଙ୍ଗ ସ୍ଥାନୀୟ ଟିଭି ଚ୍ୟାନେଲକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

ଶହବାଜ-ମୁନିରଙ୍କୁ ମନାଇବାକୁ ପାକିସ୍ତାନ ଗସ୍ତ କରିବେ ସି ଜିନପିଙ୍ଗ

ବେଜିଂ,୨୦।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଘୋଷଣା କରିଛନ୍ତି ଯେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବ ଶୀଘ୍ର ପାକିସ୍ତାନ ଗସ୍ତ କରିବେ। ଏହି ଗସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri