During door-to-door national polio campaign a polio team vaccinate Noni, (4) in Drrimiann goth (village) in Hyderabad district, Sindh Province, Pakistan. Photographer: Asad Zaidi
ଖୋର୍ଦ୍ଧା ଅଫିସ,୩୧।୧୨:ପୋଲିଓ ପ୍ରତିଷେଧକ ଟିକାକରଣ ଲାଗି ଜିଲା ଟାସ୍କ ର୍ଫୋସ କମିଟି ବୈଠକ ବୁଧବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଜିଲାରେ ଜାନୁୟାରୀ ୧୭,୧୮ ଓ ୧୯ରେ ଜନ୍ମଠାରୁ ୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା.ବିଶ୍ୱରଞ୍ଜନ ପତି କହିଥିଲେ, ବିଏମ୍ସିକୁ ବାଦ ଦେଇ ଜିଲାରେ ୧,୨୮,୫୦୦ ଶିଶୁଙ୍କୁ ପଲସ୍ ପୋଲିଓ ବୁନ୍ଦା ଦିଆଯିବ। ୬୦୦ଟି ପୋଲିଓ ବୁଥ କରାଯିବ। ବସଷ୍ଟାଣ୍ଡ, ରେଳଷ୍ଟେଶନରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହାର ସୁପରିଚାଳନା ପାଇଁ ୪୦ ଟ୍ରାନଜିଟ ଟମ୍ ଓ ୨୨ଟି ମୋବାଇଲ ଟିମ୍ ରହିବ। ପୋଲିଓ ବୁଥ୍ରେ ପିଲାଙ୍କୁ ଏହି ପ୍ରତିଷେଧକ ଦିଆଯିବ। କୌଣସି କାରଣରୁ ରହିଯାଇଥିବା ଶିଶୁଙ୍କୁ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦେବେ। ଏ ନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯିବ ବୋଲି କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭୁବନେଶ୍ୱର ପ୍ରତିନିଧି ଡା.ସୁନିଲ କୁମାର ଦାସ, ଅତିିରିକ୍ତ ଜନସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ର, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଦ୍ୱାରିକାନାଥ ଶତପଥୀ, ଗୀତାଞ୍ଜଳି ଦାସଙ୍କ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀମାନେ ଯୋଗଦେଇଥିଲେ। ଖୋର୍ଦ୍ଧା ଜିଲାରେ ସ୍ବତନ୍ତ୍ର ଟିକାକରଣ ନଭେମ୍ବର ୨୦ରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୨୦୨୧ ଫେବୃୟାରୀ ୨୦ପର୍ଯ୍ୟନ୍ତ ଜାରି ରହିବ। ଯେଉଁ ଶିଶୁମାନେ ଯକ୍ଷ୍ମା, ଡିପଥୋରିଆ, ଟିଟାନସ, ମିଳିମିଳା, ରୁବେଲା ଏବଂ ପୋଲିଓ ପ୍ରତିଷେଧକ ଟିକା ନେଇନାହାନ୍ତି ମୋନଙ୍କୁ ପ୍ରତିଷେଧକ ଟୀକା ଦିଆଯାଇଛି ବୋଲି ସିଡିଏମଓ ପତି କହିଛନ୍ତି।