ସୃଷ୍ଟି ହେବ ୧୨୭୩ ଇଞ୍ଜିନିୟରିଂ ପଦବୀ

ଭୁବନେଶ୍ୱର,୧୬ା୯(ଅନିଲ ଦାସ): ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସ ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସର୍ଭିସରେ ୧୨୭୩ଟି ନୂଆ ପଦବୀ ସୃଷ୍ଟି ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି। ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସରେ କ୍ୟାଡର ପଦବୀ ସଂଖ୍ୟା ୬୪୨ରୁ ୧୦୧୧କୁ ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସର୍ଭିସ କ୍ୟାଡ଼ର ପଦବୀ ସଂଖ୍ୟା ୯୪୪ରୁ ୧୮୪୮କୁ ବୃଦ୍ଧି ପାଇବ। ଏହି କ୍ୟାଡର ପୁନର୍ଗଠନ ପରେ ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସରେ ସିଧାସଳଖ ୧୬୬ଟି ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସର୍ଭିସରେ ସିଧାସଳଖ ୩୦୯ଟି ଜୁନିୟର ଇଞ୍ଜିନିୟର ନିଯୁକ୍ତି ପାଇପାରିବେ। ଏଥିସହିତ ଇଞ୍ଜିନିୟରମାନଙ୍କ ପଦୋନ୍ନତି ମଧ୍ୟ ଅଧିକ ବ୍ୟାପକ ହୋଇପାରିବ। ପୂର୍ତ୍ତ ବିଭାଗ ଅଧୀନ ସମସ୍ତ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଯଥା ଇଞ୍ଜିନିୟରିଂ ସେକ୍ସନରୁ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଅନୁଷ୍ଠାନର ସମ୍ପ୍ରସାରଣ ହେବ । ଏହାବ୍ୟତୀତ ରାଜ୍ୟର ସରକାରୀ ଉଦ୍ୟୋଗ ଯଥା- ଓଡ଼ିଶା ସେତୁ ଓ ନିର୍ମାଣ ନିଗମ, ଇଡ୍‌କୋ, ବିଡିଏ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ନିଗମ, ଓଡ଼ିଶା ପୋଲିସ ହାଉସିଂ ବୋର୍ଡ ନିଗମ, ସ୍ମାର୍ଟ ସିଟି ପ୍ରକଳ୍ପ, ବିଶ୍ୱବିଦ୍ୟାଳୟ , ପଞ୍ଚୟତିରାଜ ଓ ପାନୀୟ ଜଳ ବିଭାଗ ଆଦିର ପରିଚାଳନା ନିମନ୍ତେ ଆବଶ୍ୟକ ବୈଷୟିକ କର୍ମଚାରୀ(ସିଭିଲ୍‌ ଇଞ୍ଜିନିୟର)ମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ନୂଆ ଇଞ୍ଜିନିୟର ପଦବୀ ସୃଷ୍ଟି ଯୋଗୁ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୫୮.୬୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ସେହିପରି ଓଡ଼ିଶା ସ୍ବାସ୍ଥ୍ୟ ଗୋଇନ୍ଦା ଓ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୨୩କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଏହି ପରିସଂଖ୍ୟାନ ସହାୟକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା କରିବେ। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ୨ କମ୍ପ୍ୟୁଟର ପରିବର୍ତ୍ତେ ସ୍ନାତକ ଡିଗ୍ରୀ ସହ ଗଣିତ କିମ୍ବା ପରିସଂଖ୍ୟାନ ସହିତ କମ୍ପ୍ୟୁଟର ଅଭିଜ୍ଞତାକୁ ବାଧ୍ୟତାମୂଳକ କରାଯାଇଛି। ଏହି ପଦବୀ ପାଇଁ ଆବେଦନ ବୟସ ୧୮ରୁ ୨୧ବର୍ଷକୁ ବୃଦ୍ଧି କରାଯାଇଛି। ସେହିପରି ଷୋଡ଼ଶ ବିଧାନସଭାର ତ୍ରୟୋଦଶ ଅଧିବେଶନରେ ଆହୁତ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛ। ଏଥିସହିତ ଓଡ଼ିଶା ଜିଏସ୍‌ଟି ଆଇନ-୨୦୧୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଅନଲାଇନ୍‌ ମନି ଗେମିଂ ଯୋଗାଣ ପାଇଁ ଭାରତ ବାହାରେ ଥିବା କୌଣସି ସ୍ଥାନରୁ ଭାରତର ଜଣେ ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ପଞ୍ଜୀକରଣ ନେବା ପାଇଁ ବ୍ୟବସ୍ଥା କରାଯିବ।
କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସିଭିଲ ସର୍ଭିସେସ୍‌ (ଯୋଗାଣ ନିରୀକ୍ଷକଙ୍କର ନିଯୁକ୍ତି ପ୍ରକ୍ରିୟା ଏବଂ ଚାକିରୀ ସର୍ଭାବଳୀ) ସଂଶୋଧନ ନିୟମ- ୨୦୨୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ନିୟମରେ ଥିବା ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ପଦବୀ ପୂରଣ ହେବ। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ସହିତ ପରାମର୍ଶ କରି ଆୟୋଗ ନିଷ୍ପତ୍ତି ନେବେ। ନିଯୁକ୍ତ ପ୍ରତ୍ୟେକ ବ୍ୟକ୍ତି ଏହି ପଦବୀରେ ଯୋଗଦେବା ଦିନଠାରୁ ୨ ବର୍ଷ ପର୍ଯ୍ୟନ୍ତ ପ୍ରୋବେଶନରେ ରହିବେ। ଏହାଦ୍ବାରା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନ ଯୋଗାଣ ନିରୀକ୍ଷକ କ୍ୟାଡରର କାର୍ଯ୍ୟ ତଥା ସୁପରିଚାଳନା ତ୍ୱରାନ୍ବିତ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri