ହାଇକୋର୍ଟରେ ଫଇସଲା ହାର ୧୨୬.୬୬% ବୃଦ୍ଧି

କଟକ,୧୪।୭ (କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟ ଚଳିତ ବର୍ଷର ପ୍ରଥମାର୍ଦ୍ଧ ଜାନୁୟାରୀରୁ ଜୁନ୍‌ ପର୍ଯ୍ୟନ୍ତ ମାମଲାଗୁଡ଼ିକର ବିଚାର ଓ ଫଇସଲାରେ ରେକର୍ଡ ସଂଖ୍ୟକ ଫଳ ପ୍ରଦର୍ଶନ କରିଛି। ୨୦୨୧ ଓ ୨୦୨୨ ବର୍ଷ ତୁଳନାରେ ୨୦୨୩ରେ ଅଦ୍ୟାବଧି ବିଚାର ବିଭାଗରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଥିବା ଜଣାପଡ଼ିଛି। ହାଇକୋର୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ଇ-କୋର୍ଟ, ଇ-ଫାଇଲିଂ ଆଦି ବ୍ୟବସ୍ଥା ଦ୍ୱାରା ଉଭୟ ହାଇକୋର୍ଟ ଓ ଜିଲା କୋର୍ଟଗୁଡ଼ିକରେ ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହେବା ସହ ମାମଲା ଫଇସଲା ହାର ବୃଦ୍ଧି ପାଇ ପଡ଼ିରହିଥିବା ମାମଲା ସଂଖ୍ୟା ବହୁ ଭାବେ ହ୍ରାସ ପାଇଥିବା ହାଇକୋର୍ଟ ପକ୍ଷରୁ ପ୍ରଦତ୍ତ ପ୍ରେସ୍‌ ଇସ୍ତାହାରରୁ ଜଣାଯାଇଛି।
୨୦୨୩ର ପ୍ରଥମାର୍ଦ୍ଧରେ ୧୩୬୮ଟି ରାୟ ପ୍ରକାଶ ପାଇଥିବା ବେଳେ ୨୦୨୧ରେ ୩୪୧ ଓ ୨୦୨୨ରେ ୯୮୨ଟି ରାୟ ପ୍ରକାଶ ପାଇଥିଲା। ୨୦୨୧ରେ ୪୨,୨୭୮ଟି ମାମଲା ପଞ୍ଜୀକରଣ ହୋଇଥିବା ବେଳେ ୩୯,୨୫୯ଟି ଫଇସଲା ହୋଇଥିଲା। ସେହିପରି ୨୦୨୨ରେ ୫୩,୧୫୫ଟି ମାମଲା ପଞ୍ଜୀକରଣ ହୋଇଥିବା ବେଳେ ୫୯,୮୫୦ଟି ମାମଲା ଫଇସଲା ହୋଇଥିଲା। ହେଲେ ୨୦୨୩ ଜୁନ୍‌ ଯାଏ ୪୯,୬୩୫ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୬୨,୮୬୯ଟି ମାମଲା ଫଇସଲା ହୋଇଛି। ଫଳରେ ମାମଲା ଫଇସଲା ହାର ୨୦୨୧ରେ ୯୨.୮୫%, ୨୦୨୨ରେ ୧୧୨.୫୯% ହୋଇଥିବା ବେଳେ ୨୦୨୩ ପ୍ରଥମାର୍ଦ୍ଧରେ ୧୨୬.୬୬% ହୋଇଛି। ମାମଲା ଫଇସଲା ହାର ବୃଦ୍ଧି ପାଇବା କାରଣରୁ ବିଚାର ନହୋଇ ପଡ଼ିରହିଥିବା ମାମଲା ସଂଖ୍ୟା ବହୁ ଭାବେ ହ୍ରାସ ପାଇଛି। ୨୦୨୨ ଜୁନ୍‌ରେ ପଡ଼ିରହିଥିବା ମାମଲା ସଂଖ୍ୟା ୧,୮୯,୮୪୭ ଥିବା ବେଳେ ୨୦୨୩ ଜୁନ୍‌ ୩୦ରେ ଏହି ସଂଖ୍ୟା ୧,୪୬,୫୮୨ ହୋଇଛି। ହାଇକୋର୍ଟ ପକ୍ଷରୁ ନିଆଯାଇଥିବା ଇ-ପଦକ୍ଷେପଗୁଡ଼ିକ ଯୋଗୁ ଏସବୁ ସମ୍ଭବ ହୋଇପାରିଛି। କୋର୍ଟର କାର୍ଯ୍ୟ ଦିବସ ନଷ୍ଟ ନହୋଇ ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି।
ସେହିପରି ଜିଲାର କୋର୍ଟଗୁଡ଼ିକରେ ମଧ୍ୟ ମାମଲା ଫଇସଲାର ହାର ବୃଦ୍ଧି ପାଇଛି। ୨୦୨୧ରେ ୧,୮୯,୩୧୫ ମାମଲା ପଞ୍ଜୀକରଣ ହୋଇଥିବା ବେଳେ ୯୦,୨୩୮ ମାମଲା ଫଇସଲା ହୋଇଥିଲା। ୨୦୨୨ରେ ୨,୩୫,୬୨୦ ମାମଲା ପଞ୍ଜୀକରଣ ହୋଇଥିବାବେଳେ ୧,୫୫,୭୧୨ ମାମଲା ଫଇସଲା ହୋଇଥିଲା। ହେଲେ ୨୦୨୩ ଜୁନ୍‌ ବେଳକୁ ୨,୩୨,୩୬୩ ମାମଲା ପଞ୍ଜୀକରଣ ହୋଇଥିବା ବେଳେ ୨,୦୨,୨୧୦ ମାମଲା ଫଇସଲା ହୋଇଥିବା ଜଣାଯାଇଛି। ସେହିପରି ଜିଲାର କୋର୍ଟଗୁଡ଼ିକରେ ୨୦୨୧ରେ ୩୬,୪୦୩ଟି, ୨୦୨୨ରେ ୬୦,୬୩୨ଟି ରାୟ ପ୍ରଦାନ ହୋଇଥିବା ବେଳେ ୨୦୨୩ ଜୁନ୍‌ ସୁଦ୍ଧା ୭୧,୩୬୮ଟି ମାମଲାର ରାୟ ପ୍ରକାଶ ପାଇଛି। ଏଥିସହ ବିଚାର ନ ହୋଇ ପଡ଼ିରହିଥିବା ମାମଲା ସଂଖ୍ୟା ୨୦୨୨ ଜୁନ୍‌ରେ ୧୮,୬୮,୮୯୭ ଥିବା ବେଳେ ୨୦୨୩ ଜୁନ୍‌ରେ ଏହା ୧୮,୫୬,୨୫୩କୁ ହ୍ରାସ ପାଇଛି। ସେହିପରି ବିଭିନ୍ନ କାରଣରୁ କାର୍ଯ୍ୟ ଦିବସ ନଷ୍ଟ ୨୦୨୧ ଓ ୨୦୨୨ ତୁଳନାରେ ୨୦୨୩ରେ ନଗଣ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri