ଏପ୍ରିଲରେ ୧୨,୫୯୦ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୬ା୫: ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ୨୦୨୩-୨୪ ଆର୍ଥିକ ବର୍ଷ ଆରମ୍ଭରୁ ନୂତନ ରକର୍ଡ ସହ ପୂର୍ବ ବର୍ଷର ସମାନ ବିକ୍ରୟ ଧାରା ବଜାୟ ରଖିଛି। ଏପରିକି ୨୦୨୩ ଏପ୍ରିଲରେ ସୋନାଲିକା ମୋଟ ୧୨,୫୯୦ ୟୁନିଟ ଟ୍ରାକ୍ଟର ବିକ୍ରି କରିଛି, ଯାହା କୃଷକ ସମୁଦାୟ ମଧ୍ୟରେ ବ୍ରାଣ୍ଡ୍‌ର ଦ୍ରୁତ ବେଗରେ ବଢୁଥିବା ପସନ୍ଦକୁ ସୂଚିତ କରୁଛି। ଏହି ଅସାଧାରଣ ପ୍ରଦର୍ଶନ ଯୋଗୁ କମ୍ପାନୀ ଟ୍ରାକ୍ଟର ଶିଳ୍ପରେ ୧.୯%ର ବଜାର ଅଂଶ ହାସଲ କରିଛି। ବିଶେଷ କରି କୃଷକଙ୍କ ଚାହିଦାକୁ ଗୁରୁତ୍ୱ ଦେବା ଏବଂ ସେହି ଅନୁଯାୟୀ ଅତ୍ୟାଧୁନିକ ଟେକ୍ନୋଲୋଜିର ନିରନ୍ତର ବିକାଶ କରିବା ପ୍ରତି ସୋନାଲିକାର ଆଭିମୁଖ୍ୟ ଏବଂ କମ୍ପାନୀର ଅଭିବୃଦ୍ଧିକୁ ବିସ୍ତାର କରୁଛି। ସେହିଭଳି ଗବେଷଣା ଓ ଉଦ୍ଭାବନ ପ୍ରକ୍ରିୟା ସମେତ କୃଷକଙ୍କ ସହ ତୃଣମୂଳ ସ୍ତରରେ ସଂଯୋଜିତ ହେବା ଉପରେ କମ୍ପାନୀର ଉଦ୍ଦେଶ୍ୟମୂଳକ ଧ୍ୟାନ ଏହାକୁ ବେଶ ଶକ୍ତିଶାଳୀ ଇଞ୍ଜିନ୍‌ ସହ ବିସ୍ତୃତ ରେଞ୍ଜର ଟ୍ରାକ୍ଟର, ଇଣ୍ଟେଲିଜେଣ୍ଟ ଟ୍ରାନ୍ସମିଶନ ଓ ହାଇଡ୍ରାଓଲିକ୍ସଗୁଡିକୁ ଡିଜାଇନ୍‌ କରିବାକୁ ସକ୍ଷମ କରିଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ୨୦୨୩ ଏପ୍ରିଲରେ ଆମେ ୧୨,୫୯୦ଟି ଟ୍ରାକ୍ଟର ବିକ୍ରି କରିଛୁ। ଏପରିକି ଏକ ଉତ୍ସାହଜନକ ଆରମ୍ଭ ସହିତ ନୂଆ ଆର୍ଥିକ ବର୍ଷରେ ପ୍ରବେଶ କରିଛୁ। ଫଳରେ ଆମର ମଜଭୁତ ମୂଳଦୁଆ ସହ ଉନ୍ନତ ପ୍ରକ୍ରିୟା ଓ ଉପତ୍ାଦ ପୋର୍ଟଫୋଲିଓ ମାଧ୍ୟମରେ ଅଧିକ ଲାଭ ହାସଲ କରିବାର ଅନୁଭବ ଆନନ୍ଦଦାୟକ ହୋଇପାରିଛି। ସେହିଭଳି ଆମେ ୧.୯%ର ସର୍ବୋଚ୍ଚ ବଜାର ଅଂଶ ସହ ନୂଆ ଆର୍ଥିକ ବର୍ଷକୁ ଟାର୍ଗେଟ କରିବା ଏବଂ ଉତ୍କର୍ଷତାରୁ ଆଗକୁ ବଢିବା ଲାଗି ଏକ ପ୍ରାରମ୍ଭିକ ପଦକ୍ଷେପ ଭାବେ ବେଗ ଧାର୍ଯ୍ୟ କରୁଛୁ। ଉଲ୍ଲେଖଯୋଗ୍ୟ ସୋନାଲିକା ୨୦୨୩-୨୪ ଆର୍ଥିକ ବର୍ଷରେ କୃଷକଙ୍କୁ ଖୁସି କରିବା ପାଇଁ ଉତ୍କୃଷ୍ଟମାନର ଉପତ୍ାଦ ଓ ସେବା ପ୍ରଦାନ କରିବା ଲାଗି ପ୍ରସ୍ତୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri