୧୨୫ ପୋଲିସ ହୋମଗାର୍ଡ ପଦବୀ: ଆବେଦନ କରିଥିଲେ ୭୨୮୧ ପିଲା, ପରୀକ୍ଷା ଦେଲେ ୫୬୯୦ ପରୀକ୍ଷାର୍ଥୀ

କୋରାପୁଟ,୨୧ା୯(ଅମିତାଭ ବେହେରା): ରବିବାର କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ଡିଏଭି ସରକାରୀ ମହାବିଦ୍ୟାଳୟଠାରେ ପୋଲିସ ହୋମଗାର୍ଡ ପଦବୀ ପାଇଁ ଲିଖିତ ପରୀକ୍ଷା ଚାଲିଛି।

ସୂଚନା ଥାଉକି, ମୋଟ୍‌ ୧୨୫ଟି ପଦବୀ ପାଇଁ ଏହି ପରୀକ୍ଷା ହୋଇଥିବାବେଳେ ଏଥିପାଇଁ ମୋଟ୍‌ ୭ ହଜାର ୨୮୧ ଜଣ ପିଲା ଆବେଦନ କରିଛନ୍ତି। ଏହି ହୋମଗାର୍ଡ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ମାତ୍ର ପଞ୍ଚମ ପାସ ରହିଥିବାବେଳେ ଏଥିରେ ଗ୍ରାଜୁଏଟ ଓ ସ୍ନାତକୋତ୍ତର ଭଳି ଉଚ୍ଚ ଶିକ୍ଷିତ ପିଲା ରବିବାର ଅନୁଷ୍ଠିତ ପରୀକ୍ଷା ଦେଇଥିବା ଜଣାଯାଇଛି। ୧୨୫ ପଦବୀ ପାଇଁ ୭ ହଜାର ୨୮୧ ଜଣ ପିଲା ଆବେଦନ କରିଥିବାବେଳେ ସେଥିମଧ୍ୟରୁ ୫ ହଜାର ୬୯୦ ପିଲା ଏହି ଲିଖିତ ପରୀକ୍ଷା ଦେଇଥିବା କୋରାପୁଟ ପୋଲିସ ପକ୍ଷରୁ କୁହାଯାଇଛି। ଏହି ହୋମଗାର୍ଡ ପଦବୀ ପାଇଁ ଭଲ ଶିକ୍ଷିତ ପିଲା ପରୀକ୍ଷା ଦେଇଥିବାରୁ ଭଲ ପିଲା ନିଯୁକ୍ତ ପାଇବେ ବୋଲି କୋରାପୁଟ ଏସ୍‌ପି ରୋହିତ ବର୍ମା ପ୍ରକାଶ କରିଛନ୍ତି।

Share