ରାଷ୍ଟ୍ରାୟତ୍ତ ବୀମା କମ୍ପାନୀଙ୍କୁ ୧୨,୪୫୦ କୋଟି

ନୂଆଦିଲ୍ଲୀ,୮।୭ : ଦେଶର ୩ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀଙ୍କୁ ସରକାର ୧୨,୪୫୦ କୋଟି ଟଙ୍କାର ପୁଞ୍ଜି ଯୋଗାଇଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଧବାର ଏ ନେଇ ନିଷ୍ପତ୍ତି ହୋଇଛି। ସାଧାରଣ ବୀମା କମ୍ପାନୀଗୁଡ଼ିକର ପୁଞ୍ଜିକୁ ବଢାଇ ସେଗୁଡିକ ଦୃଢ଼ୀକରଣ କରିବା ଲକ୍ଷ୍ୟ ରହିଛି। ସେହିଭଳି ୩ କମ୍ପାନୀର ମିଶ୍ରଣ ଯୋଜନାକୁ ସରକାର ବର୍ତ୍ତମାନ ବନ୍ଦ ରଖିଛନ୍ତି। କମ୍ପାନୀଗୁଡିକୁ ସଶକ୍ତ କରିବା ସହ ଅଭିବୃଦ୍ଧି କରାଇବା ଲାଗି ପୁଞ୍ଜି ଯୋଗାଣ ପଦକ୍ଷେପ ସରକାର ଗ୍ରହଣ କରିଥିବା ଜଣାପଡ଼ିଛି। ଏହା ମଧ୍ୟରେ ନ୍ୟାଶନାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ, ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ ଏବଂ ୟୁନାଇଟେଡ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଏହା ମଧ୍ୟରେ ଗତ ବର୍ଷ ଘୋଷଣା କରାଯାଇଥିବା ୨,୫୦୦ କୋଟିର ପୁଞ୍ଜି ଯୋଗାଣ ମଧ୍ୟ ସାମିଲ ରହିଛି। କମ୍ପାନୀଗୁଡିକ ଅଧିକ ପୁଞ୍ଜି ଲାଭ କରିବା ଫଳରେ ସଶକ୍ତ ହେବାକୁ ସକ୍ଷମ ହେବେ ବୋଲି ଜାଭଡେକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବଚ୍ଛତା ରହିଲେ ବିଶ୍ୱାସ ବଢ଼ିବ’

ଓଡ଼ିଶା ଆଡଭର୍ଟାଇଜିଂ ମାର୍କେଟରେ ୨୦୦୧ରୁ ‘ଏକ୍ସପୋଜ୍‌’ ଆଡଭର୍ଟାଇଜିଂ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏପରିକି ୪ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଉକ୍ତ ଏଜେନ୍ସି ବର୍ତ୍ତମାନ...

ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀ ଆହୁରି ମହଙ୍ଗା ହେବ

ନୂଆଦିଲ୍ଲୀ, ୭ା୩ : ସୋମବାର ସପ୍ତମ ପର୍ଯ୍ୟାୟ ଉତ୍ତର ପ୍ରଦେଶ ନିର୍ବାଚନ ଶେଷ ହେବା ପରେ ଭାରତରେ ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ପାଇବ।...

ଅକ୍ଟୋବରରେ ଯାନ ବିକ୍ରି କମିଲା

ନୂଆଦିଲ୍ଲୀ,୨-୧୧: ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ କମ୍ପାନୀଙ୍କ ବିକ୍ରି ଅକ୍ଟୋବରରେ ବିଶେଷ ହ୍ରାସ ହୋଇଥିବା ଦେଖାଯାଇଛି। ଏହି ସମୟରେ ପ୍ରମୁଖ ଯାନ ନିର୍ମାତା ଅଶୋକ ଲେଲାଣ୍ଡର...

ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୩.୩

ନୂଆଦିଲ୍ଲୀ,୬-୭: ଚଳିତ ଆର୍ଥତ୍କ ବର୍ଷ ଲାଗି ବିୀିୟ ନିଅଣ୍ଟ ଲକ୍ଷ୍ୟକୁ ହ୍ରାସ କରାଯାଇଯାଇ ୩.୩ କରାଯାଇଛି। ଏହା ପୂର୍ବ ଆର୍ଥତ୍କ ବର୍ଷରେ ୩.୪% ରହିଥିଲା। ୨୦୧୯-୨୦...

ଧୂପବତି ଆମଦାନୀ ଉପରେ ଜାରି ହେଲା କଟକଣା

ନୂଆଦିଲ୍ଲୀ,୧-୯: ଦେଶରେ ଧୂପବତି ଆମଦାନୀ ଅହେତୁକ ବୃଦ୍ଧି ପାଇଥିବା ବେଳେ ଏଥିରେ ଲଗାମ ଲଗାଇବାକୁ ଯାଇ କେନ୍ଦ୍ର ସରକାର ଏହା ଉପରେ କଟକଣା ଜାରି କରିଛନ୍ତି।...

ଖୁଚୁରା ମୁଦ୍ରାସ୍ଫୀତି ୬.୯୩%

ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତି ନଭେମ୍ବରେ ୬.୯୩% ସ୍ତରକୁ ଖସିଛି। ଖାଦ୍ୟ ସାମଗ୍ରୀ ଦର କମିବାରୁ ଖୁଚୁରା ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ହୋଇଛି। ହେଲେ ରିଜର୍ଭ ବ୍ୟାଙ୍କର...

‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ଯୋଜନାରେ ଆଉ ୩ ରାଜ୍ୟ

ନୂଆଦିଲ୍ଲୀ,୨।୬: ଜୁନ୍‌ ପହିଲାରୁ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ ଯୋଜନାରେ ଓଡ଼ିଶା ସମେତ ସିକିମ ଏବଂ ମିଜୋରାମ ଭଳି ଆଉ ୩ ରାଜ୍ୟ ସାମିଲ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଦ୍ୱାରା ଡୁଏଲ୍‌ ସିଷ୍ଟମ ଟ୍ରେନିଂ

ଭୁବନେଶ୍ୱର,୭।୯: ଆର୍ସଲର ମିତ୍ତଲ-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ) ଏହାର ଦକ୍ଷତା ଉନ୍ନୟନ କାର୍ଯକ୍ରମ ଅଧୀନରେ ଏକ ସିଏସ୍‌ଆର୍‌ ପଦକ୍ଷେପକୁ ତ୍ୱରାନ୍ବିତ କରିବାକୁ ଯାଇ ସରକାରୀ...

Advertisement
Archives

Model This Week