ଓମାନରେ ଫସିଛନ୍ତି ୧୨ ଓଡ଼ିଆ ଶ୍ରମିକ: ଉଦ୍ଧାର ପାଇଁ ନିବେଦନ

ଛତ୍ରପୁର, ୧୧।୨(ସନ୍ତୋଷ ପାଢ଼ୀ): ସୁଦୂର ଓମାନରେ ୧୨ ଜଣ ଓଡ଼ିଆ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ଭାରତ ପ୍ରତ୍ୟାବର୍ତ୍ତନ ଲାଗି ଏମାନେ ଭାରତ ସରକାର ଓ ରାଜ୍ୟ ସରକାରଙ୍କୁ ଏକ ଭିଡିଓ ବାର୍ତ୍ତା ଜାରି କରି ନିବେଦନ କରିଛନ୍ତି। ଏହି ଭିଡିଓ ବାର୍ତ୍ତା ଏବେ ଭାଇରଲ ହେବାରେ ଲାଗିଛି। ଏଥିରେ ଜଣେ ଶ୍ରମିକ ଗଞ୍ଜାମ ଜ଼ିଲାର ଅଛନ୍ତି। ସେ ହେଲେ ରମ୍ଭା ଥାନା ଅଧୀନ ବଡ଼ଚକଡା ଅନ୍ତଗର୍ତ୍ତ ତାରିଣୀପଲ୍ଲୀ ଗ୍ରାମର ବସନ୍ତ କୁମାର ସେଠୀ। ତାଙ୍କ ମା’
ଇନ୍ଦିରା ସେଠୀ ତାଙ୍କ ପୁଅଙ୍କୁ ଘରକୁ ଫେରାଇ ଆଣିବାକୁ ଜ଼ିଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ସେ ଜଣେ ହରିଜନ ଶ୍ରେଣୀର ମହିଳା ଅଟନ୍ତି ଓ ତାଙ୍କ ସ୍ବାମୀ ସୁରେନ୍ଦ୍ର ସେଠି ଜଣେ ଦିନ ମଜୁରିଆ ଭାବରେ ଅନ୍ୟର ମୂଲ ଲାଗିଲେ ତାଙ୍କ ପରିବାର ପ୍ରତିପୋଷଣ ହୁଏ ଓ ତାଙ୍କ ଘରର ଆର୍ଥିକ ସ୍ଥିତି ଦୁର୍ବଳ ହେତୁ ତାଙ୍କ ପୁତ୍ର ବସନ୍ତ କୁମାର ଓମାନକୁ ୫ ମାସ ହେଲା ଯାଇ ବେଲକୋ କମ୍ପାନୀ (ବ୍ରାଉନ ଏର୍ଥ ଟ୍ରେଡିଙ୍ଗ ଆଣ୍ଡ କଣ୍ଟ୍ରାକ୍ଟିଙ୍ଗ ଏଲଏଲସି କମ୍ପାନୀ)ରେ କାମ କରୁଥିଲେ। କିନ୍ତୁ ସେଠାରେ ତାକୁ କୌଣସି ପାରିଶ୍ରମିକ ଦିଆଯାଉନାହିଁ। ମୁହଁ ଖୋଲିଲେ ମାରିଦେବା ପାଇଁ ଧମକ ଦିଆଯାଉଛି। ଏହା ପ୍ରତିବାଦ କରିବାରୁ ତାଙ୍କ ପୁଅକୁ କମ୍ପାନୀରୁ ବାହାର କରି ଦିଆଯାଇଅଛିି। ତାର ପାସପୋର୍ଟ ଏବଂ ଆବଶ୍ୟକ କାଗଜପତ୍ର ଛଡାଇ ନିଆଯାଇଛି ବୋଲି ଅଭିଯୋଗ ହୋଇଛି । ଫଳରେ ସେ ଚାହିଁଲେ ସେଠାରୁ ମୁକୁଳି ସ୍ବଦେଶ ଫେରି ପାରୁନାହିଁ। ତାଙ୍କ ପୁଅର ଜୀବନ ପ୍ରତି ସେଠାରେ ବିପଦ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri