ସୁରକ୍ଷାକର୍ମୀ-ମାଓବାଦୀ ଘମାଘୋଟ ଲଢ଼େଇ: ୧୨ ମାଓବାଦୀ ନିହତ

ମାଲକାନଗିରି,୯ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ରବିବାର ଏନ୍‌କାଉଣ୍ଟର ହୋଇଛି। ଜିଲାର ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବାରୁ ପୋଲିସ ଏନକାଉଣ୍ଟରରେ ୧୨ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେ ବି ଜଙ୍ଗଲ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏସ୍‌ଟିଏଫ୍‌, ଡିଆର୍‌ଜି ଯବାନଙ୍କ କୋମ୍ବିଂ ଅପରେଶନ ବେଳେ ପୋଲିସକୁ ଏହି ବଡ଼ ସଫଳତା ମିଳିଛି।
ଗୁଳି ବିନିମୟରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ଦୁଇ ଯବାନ ଗୁରୁତର ହୋଇଛନ୍ତି। ଦୁଇ ଯବାନଙ୍କୁ ତୁରନ୍ତ ମେଡ଼ିକାଲ ନେବା ଲାଗି ଜଗଦଲପୁର ଅଞ୍ଚଳରୁ ଏମ୍‌ଆଇ ହେଲିକେପ୍ଟରକୁ ପଠାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share