ଭେଷଜ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ

ନୟାଗଡ଼, ୨୪।୨(ଲୋକନାଥ ମିଶ୍ର): ଭେଷଜ ମେଡିକାଲ କଲେଜ ପାଇଁ ନୟାଗଡ଼ ଜିଲା ସଦର ମହକୁମା ମଙ୍ଗଳବାର ସକାଳ ୬ରୁ ବନ୍ଦ ହୋଇଛି । ନୟାଗଡ଼ ସହରର ବ୍ୟବସାୟୀମାନେ ଦୋକାନବଜାର ବନ୍ଦ କରି ବନ୍ଦକୁ ସଫଳ କରିଛନ୍ତି । ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ଦୋକାନ ବଜାର ବନ୍ଦ ରହିବ ବୋଲି କୁହାଯାଇଛି ।

ଦଶମ ଓ ଯୁକ୍ତ ୨ ପରୀକ୍ଷା ଚାଲିଥିବାରୁ ଯାନବାହନ ଚଳାଚଳ ବନ୍ଦ କରାଯାଇ ନାହିଁ । ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ମେଡ଼ିକାଲ କଲେଜ ପାଇଁ ୧୦ରୁ ଉର୍ଦ୍ଧ୍ବ ବର୍ଷ ହେଲା ଦାବି ହୋଇ ଆସୁଛି । ତେବେ ଓଡ଼ିଶା ବଜେଟ୍‌ ୨୦୨୬-୨୭ରେ ନୟାଗଡ଼ ଜିଲାରେ ହୋମିଓପାଥ୍‌ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ସରକାର ଘୋଷଣା କରିଥିଲେ।

ସରକାର ହୋମିଓପାଥ୍ ମେଡିକାଲ କଲେଜ ନୟାଗଡ଼ ଜିଲାରେ ଘୋଷଣା କୁ ସ୍ଵାଗତ କରାଯାଇଛି । ତେବେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ନେଇ କିଛି କହି ନଥିବାରୁ ଅସନ୍ତୋଷ ବ୍ୟକ୍ତ କରାଯାଇ ନୟାଗଡ଼ ବନ୍ଦ କରାଯାଇଛି। ଆଗାମୀ ଦିନରେ ନୟାଗଡ଼ ଜିଲା ବନ୍ଦ ହେବ ବୋଲି କୁହାଯାଇଛି ।

 

Dharitri – Odisha’s No.1 Odia Daily

Share