ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଏନେଇ ଗୁରୁବାର ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁର ଠାରେ ଉଦ୍ଘାଟନ ତାରିଖ ରହିଥିବା ଯୋଗୁ ଲାଞ୍ଜିଗଡ଼ ଅଞ୍ଚଳ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇ ଅଞ୍ଚଳର ସ୍କୁଲ, କଲେଜ, ସରକାରୀ, ବେସରକାରୀ ଅଫିସ, ଦୋକାନ ବଜାର ବନ୍ଦ କରିବା ସହ କଳା ବସ୍ତ୍ର ଧାରଣ କରି ଲାଞ୍ଜିଗଡ଼ ସହର ପରିକ୍ରମା କରିଛନ୍ତି ଅଞ୍ଚଳବାସୀ। ଏହା ସହିତ ବିଶ୍ୱନାଥପୁରରେ ଥିବା ଲାଞ୍ଜିଗଡ ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଲାଞ୍ଜିଗଡବାସୀ ଧାରଣା ଦେଇଛନ୍ତି ।

