୧୨ ବିଲିୟନ ଡଲାର ରହସ୍ୟ

ନୂଆଦିଲ୍ଲୀ/ ବେଜିଂ, ୩।୧୧: ଦୁଇ ବଡ଼ ଅର୍ଥନୀତି ଚାଇନା ଓ ଭାରତ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦରୁ ସମ୍ପର୍କରେ ତିକ୍ତତା ରହିଥିଲେ ହେଁ ବାଣିଜି୍ୟକ କାରବାର ଚାଲିଛି। ଏହି କାରବାର ଭିତରେ ଏକ ବଡ଼ ବ୍ୟତିକ୍ରମ ସାମ୍ନାକୁ ଆସିଛି। ଚାଇନାର କହିବା ହେଲା, ୨୦୨୨ର ପ୍ରଥମ ୯ ମାସରେ ଭାରତ ସହ ଏହାର ବାଣିଜି୍ୟକ କାରବାର ୧୦୩ ବିଲିୟନ୍‌ ଡଲାରକୁ ଛୁଇଁଛି। କିନ୍ତୁ ଭାରତର ତଥ୍ୟ କହୁଛି, ୯୧ ବିଲିୟନ ଡଲାରର ଦ୍ୱିପାକ୍ଷିକ ଟ୍ରେଡ୍‌ ହୋଇଛି। ଦୁଇ ଦେଶର ଦାବିରେ ତାଳମେଳ ନ ଥିବାରୁ ଅବଶିଷ୍ଟ ୧୨ ବିଲିୟନ ଡଲାର (ପ୍ରାୟ ୯୯,୧୯୭.୪୬ କୋଟି ଟଙ୍କା)କୁ ନେଇ ରହସ୍ୟ ଲାଗିରହିଛି।

ଗତ ୫ ବର୍ଷରେ ଭାରତ ଓ ଚାଇନା ମଧ୍ୟରେ ବାଣିଜି୍ୟକ କାରବାରରେ ୨୯% ବୃଦ୍ଧି ଘଟିଛି। ଭାରତ ପଡ଼ୋଶୀ ଦେଶରୁ ମୁଖ୍ୟତଃ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ କରିଥାଏ। ଟେଲିକମ୍ୟୁନିକେଶନ ଉପକରଣ, ଯାନବାହନ ଯନ୍ତ୍ରାଂଶ, ନ୍ୟୁକ୍ଲିୟର ମେଶିନାରି, ଡାକ୍ତରୀ ଉପକରଣ, ସାର, ଆଇରନ୍‌ ଓ ଇସ୍ପାତ, ପ୍ଲାଷ୍ଟିକ୍‌ ଟୟ, ଡେଏରି ପ୍ରଡକ୍ଟ ମଧ୍ୟ ଚାଇନାରୁ ଆମଦାନୀ କରାଯାଇଥାଏ। ଅନ୍ୟପକ୍ଷେ ଭାରତ ଜୈବିକ ସାରାୟନିକ ପଦାର୍ଥ, ତୁଳା, କପର୍‌, ଆଲୁମିନିୟମ୍‌, ଲୁଣ, ରବର ଓ ସିମେଣ୍ଟ ଆଦି ସାମଗ୍ରୀ ଚାଇନାକୁ ରପ୍ତାନି କରିଥାଏ। ଭାରତର ବଡ଼ ବଡ଼ ଶିଳ୍ପ ସଂସ୍ଥା ଓ କମ୍ପାନୀଗୁଡ଼ିକ ଏହି କାରବାର କରିଥାଆନ୍ତି। ବାଣିଜି୍ୟକ କାରବାର ସମୟରେ ଟିକସ ଫାଙ୍କିବା ପାଇଁ ଭାରତୀୟ ବ୍ୟବସାୟୀମାନେ ଅସାଧୁ ଉପାୟ ଅବଲମ୍ବନ କରୁଥିବା କେତେକ ରିପୋର୍ଟରୁ ଜଣାପଡ଼ିଛି।

ଚାଇନା ସୀମାଶୁଳ୍କ ବିଭାଗର ସାଧାରଣ ପ୍ରଶାସନ ପକ୍ଷରୁ ଉପଲବ୍ଧ ତଥ୍ୟାନୁସାରେ, ସେପ୍ଟେମ୍ବର ସୁଦ୍ଧା ଭାରତକୁ ପଡ଼ୋଶୀ ଦେଶ ୮୯.୯୯ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା। କିନ୍ତୁ ଭାରତର ହିସାବକିତାବ ଅନୁସାରେ ଏହି ଅବଧି ମଧ୍ୟରେ ୭୯.୧୬ ବିଲିୟନ ଡଲାରର ଆମଦାନୀ ହୋଇଛି। ଏଠି ୧୦ ବିଲିୟନ ଡଲାର ବ୍ୟବଧାନ ରହିଛି। ସେହିପରି ଭାରତରୁ ରପ୍ତାନି ହୋଇଥିବା ସାମଗ୍ରୀର ମୂଲ୍ୟ ବାବଦକୁ ଆଉ ୨ ବିଲିୟନ ଡଲାର ଏପଟସେପଟ ହୋଇଛି। ଭାରତର ଡେଟା ଅନୁସାରେ ଚାଇନାକୁ ୧୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନି ହୋଇଥିବାବେଳେ ବେଜିଂର ଜେନେରାଲ ଆଡମିନିଷ୍ଟ୍ରେଶନ୍‌ ଏହାକୁ ୧୩.୯୭ ବିଲିୟନ ଡଲାର ବୋଲି କହିଛି। ଦୁଇ ଦେଶର କାରବାରରେ ଏତେବଡ଼ ପାର୍ଥକ୍ୟକୁ ନେଇ ପ୍ରଶ୍ନ କରାଯିବାରୁ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କହିଛି, ଭାରତ ଏକ ସାର୍ବଭୌମ ରାଷ୍ଟ୍ର ଏବଂ ଆମଦାନୀ ରପ୍ତାନି ସମ୍ପର୍କିତ ଆମ ସଂଖ୍ୟା ପୂରା ଠିକ୍‌। ବନ୍ଦରଗୁଡ଼ିକ ସମେତ ବିଭିନ୍ନ ସୂତ୍ରରୁ ସଂଗୃହୀତ ତଥ୍ୟ ଭିତ୍ତିରେ ହିସାବ କରାଯାଇଛି। ଅନ୍ୟଦେଶ ସେମାନଙ୍କ ଡେଟା କିଭଳି ଭାବେ ସଂଗ୍ରହ କରୁଛନ୍ତି ତା’ ଉପରେ ନୂଆଦିଲ୍ଲୀ ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ଭାରତ ଅନ୍ତର୍ଜାତୀୟ ନିୟମ ଓ ଜାତିସଂଘର ସର୍ତ୍ତାବଳୀ ଅନୁସରଣ କରି ନିର୍ଭୁଲ୍‌ ତଥ୍ୟ ପ୍ରସ୍ତୁତ କରିଥାଏ।

ବାଣିଜ୍ୟ ବିଶେଷଜ୍ଞଙ୍କ ମତରେ ଭାରତୀୟ ଇମ୍ପୋଟର୍ସ ଆମଦାନୀ ଶୁଳ୍କ ଫାଙ୍କିବା ପାଇଁ ୧୨ ବିଲିୟନ ଡଲାର ସାମଗ୍ରୀର କାଗଜପତ୍ର କରାଇ ନାହାନ୍ତି। ଆମଦାନୀବେଳେ ଶିପ୍‌ମେଣ୍ଟର ଇନ୍‌ଭଏସିଂକୁ ପ୍ରକୃତ ପରିମାଣରୁ କମ୍‌ କରି ଦେଖାଇଲେ ଆମଦାନୀ ଶୁଳ୍କ ହ୍ରାସ ହୋଇଥାଏ। ଭାରତର ଟିକସ ବିଭାଗ ଅନେକ ସମୟରେ ଅଣ୍ଡର୍‌-ଇନ୍‌ଭଏସିଂ ମାମଲା ଉପରୁ ପରଦା ହଟାଇଛି। କିନ୍ତୁ ଭାରତ-ଚାଇନା ବଣିଜି୍ୟକ କାରବାରରେ ଅର୍ଥର ପରିମାଣକୁ ନେଇ ଏତେବଡ଼ ବ୍ୟବଧାନ ଆମଦାନୀ ଶୁଳ୍କ ଠକେଇ ବହୁଳଭାବେ ଚାଲିଥିବା ଦର୍ଶାଉଛି। ନୂଆଦିଲ୍ଳୀସ୍ଥିତ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ପ୍ରଫେସର ବିଶ୍ୱଜିତ ଧର କହିଛନ୍ତି, ସର୍ବାଧିକ ଲାଭ ଉଠାଇବା ପାଇଁ ଟ୍ରେଡର୍ସ ପରିବହନ ସାମଗ୍ରୀ ବିଲ୍‌ରେ ହେର୍‌ଫେର୍‌ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ଯେଉଁ ସମୟରେ ଟାରିଫ୍‌ ଉଚ୍ଚ ରହିଥାଏ ବିଜ୍‌ନେସ୍‌ ଫାର୍ମଗୁଡ଼ିକ ଆମଦାନୀ ସମ୍ପର୍କିତ ବିଲ୍‌କୁ କମ୍‌ କରି ଦେଖାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?