ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜଧାନୀରେ ଲକ୍ଡାଉନ୍ ସତ୍ତ୍ୱେ କମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୧୯୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୦,୬୮୯କୁ ବୃଦ୍ଧି ପାଇଛି। ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୯୪ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ଲୋକାଲ୍ କେସ୍ ୧୦୦୨ ରହିଛି।