Portrait an unknown male doctor holding a stethoscope behind
ଭୁବନେଶ୍ୱର, ୧୨।୫ (ବ୍ୟୁରୋ): ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଦକ୍ଷ ଡାକ୍ତରଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଲୋକସେବା ଆୟୋଗ ମାଧ୍ୟମରେ ଡାକ୍ତର ଚୟନ କରାଯାଉଛି। ଏହିକ୍ରମରେ ଆଉ ୧୧୮୧ଜଣ ଡାକ୍ତରଙ୍କୁ ନିଯୁକ୍ତ ଦେବା ନେଇ ଅନୁମୋଦନ ମିଳିଛି। ଓଡ଼ିଶା ମେଡିକାଲ ଆଣ୍ଡ୍ ହେଲ୍ଥ ସର୍ଭିସ କ୍ୟାଡରର ଏହି ଏଲୋପାଥିକ୍ ଡାକ୍ତରଙ୍କୁ ଏନ୍ଆଇସି ଦ୍ୱାରା ଅନ୍ଲାଇନ୍ କାଉନ୍ସେଲିଂ ମାଧ୍ୟମରେ ଆବଣ୍ଟିତ ଜିଲାରେ ନିଯୁକ୍ତି ଦିଆଯିବ।