ବିଓଆଇର ୧୧୭ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୮।୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ୧୧୭ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ-୬ ରେ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ମଳୟ ଦାସ ଏସ୍‌, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ନାରାୟଣ ମେହେର, ସୁରକ୍ଷା ବିଭାଗର ମୁଖ୍ୟ ପ୍ରବନ୍ଧକ ବେଦ ପ୍ରକାଶ ଓଝା ଓ ବରିଷ୍ଠ ହିନ୍ଦୀ ପ୍ରାଧ୍ୟାପକ ଶ୍ରଦ୍ଧା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ପ୍ରତିଯୋଗିତାରେ ପ୍ରାୟ ୨୩ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ବକ୍ତୃତା ପ୍ରତିଯୋଗିତାରେ ୩ଗୋଟି ବିଷୟ ରହିଥିଲା ଯଥା: ସ୍ବଚ୍ଛ ଭାରତ ଅଭିଯାନ, ରାଜଭାଷା ହିନ୍ଦୀର ମହତ୍ତ୍ବ ଓ ଆଜାଦୀ କା ଅମୃତ ମହୋତ୍ସବ। ପରିଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ସିଲ୍‌ ଏବଂ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା। ଅପରପକ୍ଷରେ ବ୍ୟାଙ୍କର ମାର୍କେଟିଂ ଅଧିକାରୀ ଜି. ଶିବାନୀ ‘ସୁକନ୍ୟା ସମୃଦ୍ଧି ’ଯୋଜନା ସମ୍ପର୍କରେ ଏକ ସୁନ୍ଦର ପିପିଟି ପ୍ରସ୍ତୁତ ସହ ବର୍ଣ୍ଣନା କରିଥିଲେ। ସେହିପରି ରାଜଭାଷା ବିଭାଗର ବରିଷ୍ଠ ପ୍ରବନ୍ଧକ ସୋନିଆ ସାୱନ୍ତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦନ ୧୮% ହ୍ରାସ କଲା ମାରୁତି ସୁଜୁକି

ନୂଆଦିଲ୍ଲୀ,୧୧-୬: ଦେଶର ପ୍ରମୁଖ କାର୍‌ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଗତ ମାସରେ ଏହାର ଉତ୍ପାଦନକୁ ୧୮% କମାଇଛି। ଗତ ୪ ମାସ ଧରି କମ୍ପାନୀ...

ଆଇଟି କ୍ଷେତ୍ରରେ ଛଟେଇ ବଢ଼ିଛି

ନୂଆଦିଲ୍ଲୀ,୧୧।୬: କରୋନା ଯୋଗୁ ଲୋକଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପଡିଛି। କରୋନା ଦ୍ୱାରା କେବଳ ସଙ୍ଗଠିତ କ୍ଷେତ୍ର ନିଯୁକ୍ତି ପ୍ରଭାବିତ ହୋଇନାହିଁ ବରଂ ସଙ୍ଗଠିତ...

ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ, ୩ ରଙ୍ଗରେ ଉପଲବ୍ଧ

ନୂଆଦିଲ୍ଲୀ,୨୧।୮: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା କମ୍ପାନୀ ‘ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌’ର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ନିର୍ମିତ...

ଏମ୍‌ପିସିରେ ୩ ସଦସ୍ୟ ନିଯୁକ୍ତ; ଶକ୍ତିକାନ୍ତଙ୍କ ଟିମ୍‌ରେ ଅସୀମା ଗୋୟଲ, ଜୟନ୍ତ ଆର୍‌ ବର୍ମା ଏବଂ ଶଶାଙ୍କ ଭିଡେ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି(ଏମ୍‌ପିସି)ରେ ୩ ମନୋନୀତ ସଦସ୍ୟଙ୍କୁ ସରକାର ମଙ୍ଗଳବାର ନିଯୁକ୍ତ କରିଛନ୍ତି। ସେପ୍ଟେମ୍ବରରେ ପୂର୍ବରୁ କାର୍ଯ୍ୟ କରୁଥିବା ୩ ସଦସ୍ୟଙ୍କ କାର୍ଯ୍ୟକାଳ...

ପିଏନ୍‌ବି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଓଡ଼ିଶା ଗସ୍ତ ଆଜି

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ.କେ.ଆଜାଦ ବୁଧବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଭୁବନେଶ୍ୱରସ୍ଥିତ ପିଏନ୍‌ବିର ଆଞ୍ଚଳିକ କାର୍ଯ୍ୟାଳୟ ସମେତ କଟକସ୍ଥିତ...

ବଦଳିଗଲାଣି କିଣାକିଣି ତରିକା

ନୂଆଦିଲ୍ଲୀ,୧୧।୬: ପ୍ରାୟ ୨ ମାସ ଲକ୍‌ଡାଉନ ରହିବା ପରେ ବର୍ତ୍ତମାନ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। କଟକଣା ହଟୁଥିବାରୁ ଲୋକମାନେ ବାହାରକୁ କିଣାକିଣି କରିବା...

୮୭୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ,୨।୬: ଦେଶର ଅର୍ଥ ବ୍ୟବସ୍ଥାକୁ ଅନ୍‌ଲକ୍‌ କରିବା ଲାଗି ସରକାରଙ୍କ ଘୋଷଣାର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ...

ଯାଜପୁର ରୋଡ୍‌ରେ ଚାନ୍ଦି ଭଣ୍ଡାର

ଯାଜପୁର ଅଫିସ,୨୪ା୩:ଯାଜପୁର ରୋଡ୍‌ର ରାଧାନାଥ ମାର୍ଗ ଉତ୍ସବ ପ୍ୟାଲେସ ନିକଟରେ ଗୁରୁବାର ଚାନ୍ଦି ଭଣ୍ଡାରର ଏକ ନୂଆ ଶୋ’ରୁମ୍‌ ଲୋକାର୍ପିତ ହୋଇଛି। ଚାନ୍ଦିରେ ନିର୍ମିତ ଅଳଙ୍କାର...

Advertisement
Archives

Model This Week