ଲାଞ୍ଜିଗଡ ବ୍ଳକରେ ୮ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୧୧୦୦ ଛାତ୍ରୀଛାତ୍ର

ଲାଞ୍ଜିଗଡ, ୨୦।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଶୁକ୍ରବାର ମାଟ୍ରିକ ପରୀକ୍ଷା ଦେବେ ୧୧୦୦ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେଇ ମାର୍ଚ୍ଚ ୬ ତାରିଖରେ ସରିବ I ଲାଞ୍ଜିଗଡ ବ୍ଲକର ୮ ଗୋଟି ପରୀକ୍ଷା କେନ୍ଦ୍ର ମଧ୍ୟରେ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଯୋଡIବନ୍ଧ, ପୋଖରିବନ୍ଧ ଓ ଲାଞ୍ଜିଗଡ଼ରୋଡ ଉଚ୍ଚ ବିଦ୍ୟାଳୟର ୧୩୮ ଜଣ ଛାତ୍ରୀଛାତ୍ର, ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟରେ ବିଶନIଥପୂର, ତ୍ରିଲୋଚନପୁର ଓ ବେନଗାଁ ଉଚ୍ଚ ବିଦ୍ୟାଳୟର ୧୪୯ ଜଣ ଛାତ୍ରଛାତ୍ରୀ, ଲାଞ୍ଜିଗଡ ଏସଏସଡି ଉଚ୍ଚ ବିଦ୍ୟାଳୟରେ ଛତ୍ରପୁର ବIତେଲିମା, ବାଣୀପଙ୍ଗI ଓ ଲାଞ୍ଜିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ୧୩୦ ଜଣ ଛାତ୍ରୀଛାତ୍ର, ଲାଞ୍ଜିଗଡ ରୋଡ ଉଚ୍ଚ ବିଦ୍ୟାଳୟରେ ମଧୁପୁର, କାଉଗୁଡI ଓ କମର୍ଦ୍ଧI ଉଚ୍ଚ ବିଦ୍ୟାଳୟର ୧୫୧ ଜଣ ଛାତ୍ରୀଛାତ୍ର, ଲାଖବାହାଲି ଉଚ୍ଚ ବିଦ୍ୟାଳୟରେ ପାହାଡ଼ପଦର, ମାଳିଯୁବାଙ୍ଗ ଓ ବିଜେପୁର ଉଚ୍ଚ ବିଦ୍ୟାଳୟର ୬୮ ଜଣ ଛାତ୍ରୀଛାତ୍ର, ବେନଗାଁ ଉଚ୍ଚ ବିଦ୍ୟାଳୟରେ କାନକୁଟରୁ, ମୂଷାନାଳ ଓ
ଲାଖବାହାଲି ଉଚ୍ଚ ବିଦ୍ୟାଳୟର ୧୨୯ ଜଣ ଛାତ୍ରୀଛାତ୍ର, ମଧୁପୁର ଉଚ୍ଚ ବିଦ୍ୟାଳୟରେ ଭୂର୍ତିଗଡ, ପାଣିମୁଣ୍ଡା ଓ ଶାନ୍ତପୁର ଉଚ୍ଚ ବିଦ୍ୟାଳୟର ୧୫୪ ଜଣ ଛାତ୍ରୀଛାତ୍ରୀ ଏବଂ ଯୋଡ଼ାବନ୍ଧ ଉଚ୍ଚ ବିଦ୍ୟାଳୟରେ ଲାଞ୍ଜିଗଡ ଏସଏସଡି ଓ ବନ୍ଧପାରି ଉଚ୍ଚ ବିଦ୍ୟାଳୟର ୧୮୧ ଜଣ ଛାତ୍ରୀଛାତ୍ର ସମେତ ମୋଟ ୧୧୦୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡଙ୍କୁ ପଚାରିବାରୁ ପରୀକ୍ଷା କେନ୍ଦ୍ରର ସୁପରିଚାଳନା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?