ବାର୍ଷିକ ବିପର୍ଯ୍ୟୟ ରିଲିଫ୍‌ ୧୧ ଶହ କୋଟି

ନୂଆଦିଲ୍ଲୀ,୨୯ା୮(ଆଇଏଏନ୍‌ଏସ୍‌) ଓଡ଼ିଶା ପ୍ରତି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭୟ ସବୁବେଳେ ରହିଆସିଛି। ରାଜ୍ୟବାସୀ ପ୍ରତିବର୍ଷ ଏକାଧିକ ବିପର୍ଯ୍ୟୟକୁ ସାମ୍ନା କରିଆସୁଥିବାବେଳେ ଓଡ଼ିଶା ସରକାର ବିପନ୍ନଙ୍କୁ ରିଲିଫ୍‌ ବଣ୍ଟନ ବାବଦକୁ ବାର୍ଷିକ ହାରାହାରି ପ୍ରାୟ ୧,୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ବାବଦରେ ଗତ ୫ ବର୍ଷ ମଧ୍ୟରେ ୫,୪୭୯.୦୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶାର ଭୌଗୋଳିକ ଅବସ୍ଥିତି ଓ ଏହା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହେତୁ ରାଜ୍ୟବାସୀଙ୍କ ଉପରେ ପ୍ରତିବର୍ଷ ଘୂର୍ଣ୍ଣିଝଡ଼, ବନ୍ୟା, ବାତ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ତେବେ ଏସବୁର ସମୟୋଚିତ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ପ୍ରୟାସ କେବଳ ଭାରତରେ ନୁହେଁ, ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସୁନାମ ଅର୍ଜିଛି। ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଦୂରଦୃଷ୍ଟିକୁ ଜାତିସଂଘ ପକ୍ଷରୁ ଏକାଧିକ ଥର ପ୍ରଶଂସା କରାଯାଇଛି। ସରକାରୀ ସୂଚନାନୁସାରେ ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଜିଲାଗୁଡ଼ିକୁ ରାଜକୋଷରୁ ୫,୪୭୯.୦୨ କୋଟି ଟଙ୍କା ଦିଆଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆର୍‌ଏଫ୍‌) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)ରୁ ପ୍ରଦତ୍ତ ଏହି ଅର୍ଥକୁ ବିପନ୍ନଙ୍କ ରିଲିଫ୍‌ ବାବଦରେ ଖର୍ଚ୍ଚ କରାଯାଇଛି। ବର୍ଷ ଓ୍ବାରି ଦେଖିଲେ ପ୍ରତିବର୍ଷ ରିଲିଫ୍‌ ଅର୍ଥର ପରିମାଣ ବଢ଼ିଚାଲିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ୮୪୮.୬୮ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୦୧୮-୧୯ରେ ରିଲିଫ୍‌ ସହାୟତା ପରିମାଣ ୧,୨୨୭.୯୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୨,୩୪୦.୨୯ କୋଟି ଟଙ୍କାକୁ ଛୁଇଁଥିଲା। ତେବେ ୨୦୨୦-୨୧ ଏବଂ ୨୦୨୧-୨୨ରେ ରିଲିଫ୍‌ ବାବଦକୁ ପ୍ରଦାନ କରାଯାଇଥିବା ଅର୍ଥର ପରିମାଣ ହେଉଛି ଯଥାକ୍ରମେ ୪୨୩.୧୦ କୋଟି ଓ ୬୩୯.୦୩ କୋଟି ଟଙ୍କା। ଉପରୋକ୍ତ ୫ ବର୍ଷ ମଧ୍ୟରେ ଓଡ଼ିଶା ସାମ୍ନା କରିଥିବା ସାମୁଦ୍ରିକ ଝଡ଼ ମଧ୍ୟରୁ ୨୦୧୮ର ତିତ୍‌ଲି, ୨୦୧୯ର ଫନୀ, ୨୦୨୦ର ଅମ୍ଫାନ ଏବଂ ୨୦୨୧ର ୟାସ୍‌, ଗୁଲାବ ଓ ଜଓ୍ବାଦ୍‌ ଅନ୍ୟତମ। ଏହି ଅବଧି ମଧ୍ୟରେ ଅନେକ ଜିଲାରେ କେବଳ ଅତ୍ୟଧିକ ବର୍ଷାଜନିତ ବିତ୍ପାତ ନୁହେଁ, ବନ୍ୟା ଓ ମରୁଡ଼ି ମଧ୍ୟ ଦେଖିବାକୁ ମିଳିଛି। ଚଳିତ ବର୍ଷ ମଧ୍ୟ ରାଜ୍ୟର ଅନେକ ଜିଲା ବନ୍ୟାରେ ପ୍ରଭାବିତ ହୋଇଛି। ୨୦୧୯ରେ ସାମୁଦ୍ରିକ ଝଡ଼ ଫନୀ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଭଳି ଉପକୂଳ ଜିଲାଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଅବଧି ମଧ୍ୟରେ ଫନୀ ପ୍ରଭାବିତ ପୁରୀ ଜିଲାକୁ ସର୍ବାଧିକ ୧୪୩୯.୪୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ତିତ୍‌ଲି ଦ୍ୱାରା ସବୁଠୁ ବେଶି ପ୍ରଭାବିତ ହୋଇଥିବା ଗଞ୍ଜାମ ଜିଲାକୁ ସର୍ବାଧିକ ୮୦୮.୬୯ କୋଟି ଟଙ୍କା ସହାୟତା ଦିଆଯାଇଥିବା ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରିଲିଫ୍‌ ବଣ୍ଟନ ଓ ବିପନ୍ନଙ୍କୁ କ୍ଷତିପୂରଣ ଲାଗି ବିଭିନ୍ନ ସମୟରେ ରାଜ୍ୟର ସମସ୍ତ ୩୦ ଜିଲାକୁ କିଛି ନା କିଛି ପାଣ୍ଠି ରାଜ୍ୟ ସରକାର ଯୋଗାଇ ଆସିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟକୁ ବାଦ୍‌ ଦେଲେ ବନ୍ୟାରେ ଭାସିଯାଇ, ସର୍ପାଘାତ ଓ ବଜ୍ରପାତ ଆଦି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉପଯୁକ୍ତ କ୍ଷେତ୍ର ପରିଦର୍ଶନ ଓ ତଦାରଖ ପରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଭାବେ ସହାୟତା ରାଶି ପଠାଯାଇଥାଏ। ତେବେ ଉଭୟ ଘରୋଇ ଓ ସରକାରୀ କ୍ଷୟକ୍ଷତିର ବାସ୍ତବ ଆକଳନ କରାଗଲେ ରିଲିଫ୍‌ ବାବଦରେ ପ୍ରଦାନ କରାଯାଉଥିବା ପରିମାଣଠାରୁ ତାହା ଅଧିକ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଭାବିତ ଅଞ୍ଚଳରେ ବିପର୍ଯ୍ୟୟ ମୁକାବିଲା ଦକ୍ଷତା ବୃଦ୍ଧି ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ହେଲା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି। ନିକଟରେ ନୀତି ଆୟୋଗର ଗଭର୍ନିଂ କାଉନ୍‌ସିଲ ବୈଠକରେ ମୁଖ୍ୟମନ୍ତ୍ରୀ ଉକ୍ତ ବୈଠକରେ ଯୋଗଦେଇ କହିଥିଲେ, ଓଡ଼ିଶା ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହେଉଛି। ତେଣୁ ରାଜ୍ୟକୁ ସୁରକ୍ଷିତ ରଖିବା ଲାଗି ଡିଜାଷ୍ଟର ରେଜିଲିଏଣ୍ଟ ଭିତ୍ତିଭୂମି ନିର୍ମାଣ ଜରୁରୀ ହୋଇପଡ଼ିଛି। ଓଡ଼ିଶାକୁ ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରଦାନ କରି ସ୍ବତନ୍ତ୍ର ପାଣ୍ଠି ଆବଣ୍ଟନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଆଗରେ ନିଜ ଦାବି ଦୋହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?