ଡିବିରି ଆଲୁଅ ଭରସାରେ ୧୧ ଗାଁ

ନନ୍ଦପୁର,୨୨ା୭(ଶଙ୍କର ପୂଜାରୀ): ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ କୋରାପୁଟ ଜିଲା ନନ୍ଦପୁର ବ୍ଲକର ୫ ପଞ୍ଚାୟତର ୧୧ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ନାହିଁ। ଫଳରେ ଡିବିରି ଆଲୁଅ ଗ୍ରାମବାସୀଙ୍କ ଭରସା ପାଲଟିଛି। ବାରମ୍ବାର ଦାବି ସତ୍ତ୍ୱେ ବିଦ୍ୟୁତ୍‌ ସଂଯୋଗ ହେଉନାହିଁ। ବର୍ତ୍ତମାନ ସମୟରେ ବିନା ବିଦ୍ୟୁତ୍‌ରେ ସେମାନେ ଦିନ କାଟୁଛୁ ବୋଲି କହିଛନ୍ତି କେତେଜଣ ଗ୍ରାମବାସୀ।
ଖବରରୁ ଜଣାପଡ଼ିଛି, ନନ୍ଦପୁର ବ୍ଲକର ଆନ୍ଧ୍ର ସୀମାନ୍ତରେ ଥିବା ୫ ପଞ୍ଚାୟତ ବିଲାପୁଟ, ପରଜା ବଡ଼ପଡ଼ା, ପାନ୍ଥଲୁଙ୍ଗ, କୁଲାରସିଂ ଓ ଚାଟୁଆର ୧୧ଟି ଗ୍ରାମକୁ ଅଦ୍ୟାବଧି ବିଦ୍ୟୁତ୍‌ ସେବା ଅପହଞ୍ଚ ରହିଛି। ଏଥିରୁ ଚାଟୁଆ ପଞ୍ଚାୟତକୁ ଛାଡ଼ିଦେଲେ ଅନ୍ୟ ୪ ପଞ୍ଚାୟତବାସୀ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ମାଛକୁଣ୍ଡ ହାଇଡ୍ରୋ ପାୱାର ପ୍ରକଳ୍ପ ପାଇଁ ଜଳଧାରଣ କରୁଥିବା ଜଲାପୁଟ ରିଜର୍ଭୟରକୁ ନିଜ ଜମିଦେଇ ଜଳଘେରରେ ଏବେ ବିସ୍ଥାପିତ ଜୀବନ କାଟୁଛନ୍ତି। ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ବିଭାଗ, ଜିଲା ଓ ରାଜ୍ୟ ପ୍ରଶାସନ ଅନ୍ଧାରରେ ରଖିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଲାପୁଟ ପଞ୍ଚାୟତର ୩ ଗ୍ରାମ ସାବୁନ, ଲାମାଡୁର ଓ ଗୁଞ୍ଜିଆଗୁଡା,ପରଜା ବଡପଡ଼ା ପଞ୍ଚାୟତର ବୁନେଙ୍ଗପୁଟ, କୁଲାରସିଂ ପଞ୍ଚାୟତର ଗାୟଲପୁଟ, ପାନ୍ଥଲୁଙ୍ଗ ପଞ୍ଚାୟତର ଆଲାଙ୍ଗୁଲପୁଟ, ମୁକ୍ତିଆମ୍ବ, ପୁରୁଣାପାଣି, ଶୋଭାପୁଟ ତଳସାହିକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ସେହିଭଳି ଚାଟୁଆ ପଞ୍ଚାୟତର ମାଳିଛକ ଓ ଭାଲୁଗୁଡ଼ାକୁ ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ଗ୍ରାମବାସୀ ସଞ୍ଜ ନଇଁବା ମାତ୍ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଆମ ବିଲାପୁଟ ପଞ୍ଚାୟତର ୩ ଗ୍ରାମକୁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଓ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ପରିଦର୍ଶନକରି ଯାଇଥିଲେ। ମାତ୍ର ସେମାନେ ବିଦ୍ୟୁତ୍‌ ସଂଯୋଗ ଯୋଗାଇବାରେ ବିଫଳ ହୋଇଥିବା ଗ୍ରାମବାସୀ କହିଛନ୍ତି। ପଞ୍ଚାୟତସ୍ତରରେ ଜନଶୁଣାଣି ବେଳେ ଏବଂ ଜିଲାପାଳଙ୍କ ଜନ ଅଭିଯୋଗ ଶିବିରରେ ଏନେଇ ବାରମ୍ବାର ଅଭିଯୋଗ କରିଛୁ ହେଲେ କିଛି ସୁଫଳ ମିଳ ନ ଥିବା ସେମାନେ କରିଛନ୍ତି। ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତି ବୈଠକରେ ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚତ୍ତ ସବୁ ଗ୍ରାମର ତାଲିକା ପ୍ରସ୍ତୁତ କରାଯାଇ ପ୍ରସ୍ତାବ ଅନୁମୋଦନ ପରେ ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ଜିଲା ପ୍ରଶାସନ ଓ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଏହା ପ୍ରଦାନ କରାଯାଇଛି। ବିବାଦୀୟ ରାଇପାହାଡ ଗ୍ରାମରେ ଆନ୍ଧ୍ର ତରଫରୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବାରୁ ଓଡ଼ିଶା ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ ଦେବାକୁ ମଧ୍ୟ ପ୍ରସ୍ତାବ ଜିଲା ପ୍ରଶାସନ ଓ ବିଦ୍ୟୁତ୍‌ ବିଭାଗକୁ ଯାଇଥିବା କୁହାଯାଉଥିବା ବେଳେ କେବେ ୧୧ ଗ୍ରାମରୁ ଅନ୍ଧାର ହଟିବ ତାହାକୁ ଚାହିଁ ବସିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri