୩ଜଣଙ୍କଠାରୁ ୧୧ଲକ୍ଷ ଠକେଇ

ଭୁବନେଶ୍ୱର,୧୭।୭ (ବ୍ୟୁରୋ): ରାଜଧାନୀରେ ପୁଣି ବଡ଼ଧରଣର ସାଇବର ଠକେଇ। ସାଇବର ଅପରାଧୀମାନେ ୩ଜଣଙ୍କଠାରୁ ୧୧ଲକ୍ଷ ଟଙ୍କା ଠକି ନେଇଛନ୍ତି। ଖାରବେଳନଗର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ୍‌ ମ୍ୟାନେଜର ୫୦ ହଜାର ଟଙ୍କା ହରାଇଥିବାବେଳେ କ୍ୟାପିଟାଲ ଥାନାଞ୍ଚଳରେ ଜଣେ ସଙ୍ଗୀତଜ୍ଞଙ୍କଠାରୁ ୭ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଠକ। ସେହିପରି ଚନ୍ଦ୍ରଶେଖରପୁର ଥାନାଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ସାଢେ ୩ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।
ଅଭିଯୋଗ ଅନୁଯାୟୀ, ସତ୍ୟନଗର ଷ୍ଟେଟ୍‌ ବ୍ୟାଙ୍କ୍‌ ମ୍ୟାନେଜର ଅଜିତ କୁମାର ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍‌କୁ ଗତ ୧୦ ତାରିଖରେ ଠକ ଜଣକ ଏକ ମେସଜ୍‌ ପଠାଇଥିଲେ। ୧୨ ତାରିଖରେ ଉକ୍ତ ନମ୍ବରରେ କଲ୍‌ କରି ନିଜକୁ ଏସ୍‌ବିଆଇର ଫୁଲବାଣୀ ରିଜିଓନାଲ ମ୍ୟାନେଜର ବୋଲି ପରିଚୟ ଦେଇ ଶାଳୀଙ୍କ ହାର୍ଟ ସର୍ଜରି ହେବ କହି ୫୦ହଜାର ଟଙ୍କା ମାଗିଥିଲେ। ତାଙ୍କ ହ୍ବାଟ୍ସ ଆପ୍‌ ପ୍ରୋଫାଇଲ୍‌ରେ ଏସ୍‌ବିଆଇର ଫୁଲବାଣୀ ରିଜିଓନାଲ ମ୍ୟାନେଜରଙ୍କ ଫାଟୋ ଦେଖି ବିଶ୍ୱାସ କରି ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଟଙ୍କା ପଠାଇଥିଲେ। ପରବର୍ତ୍ତୀ ସମୟରେ ଠକ ଜଣକ ଆଉ ୨୫ ହଜାର ମାଗିଥିଲେ। ଏଥିରେ ସନ୍ଦେହ କରି ଅଜିତ ଫୁଲବାଣୀ ରିଜିଓନାଲ ମ୍ୟାନେଜରଙ୍କ ଯୋଗାଯୋଗ କରିବା ପରେ ଠକେଇର ଶିକାର ହୋଇଥିବା ଜାଣିଲେ।
ସେହିପରି କ୍ୟାପିଟାଲ ଥାନା ବାପୁଜୀନଗର ପ୍ଲଟ ନଂ-୧୯୫ରେ ରହୁଥିବା ସଂଗୀତଜ୍ଞ ସତ୍ୟ ଶଙ୍କର ନିଜର ଏକ ମୁଜିକ୍‌ ପ୍ଲେୟାର ବିକ୍ରି ପାଇଁ ଓଏଲଏକ୍ସରେ ବିଜ୍ଞାପନ ଦେଇଥିଲେ। ଠକ ଜଣକ ତାଙ୍କୁ ଯୋଗାଯୋଗ କରି ତାଙ୍କ ପେଟିଏମ୍‌ରେ ଟଙ୍କା ପଠାଇବାକୁ କହିଥିଲେ। ସତ୍ୟଙ୍କ ପେଟିଏମ୍‌ ଆକାଉଣ୍ଟ ନ ଥିବାରୁ ଠକ ଜଣକ ତାଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍‌ ଲୋଡ଼୍‌ କରିବାକୁ କହିଥିଲେ। ସତ୍ୟ ତାହାକୁ ଡାଉନ୍‌ଲୋଡ୍‌ କରିବା ପରେ ହଠାତ୍‌ ଜଣେ ବ୍ୟକ୍ତି ଫୋନ୍‌ କରି ପେଟିଏମ୍‌ କଷ୍ଟମର କେୟାରରୁ କହୁଥିବା ଜଣାଇ କେତେକ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ଫିକ୍ସଡ୍‌ ଡିପୋଜିଟ୍‌ ଥିବା ୭ଲକ୍ଷ ଟଙ୍କା କଟିଯାଇଥିବା ମେସେଜ ଆସିଥିଲା।
ସେହିପରି ଶୈଳଶ୍ରୀବିହାରରେ ରହୁଥିବା ଜିତେନ୍ଦ୍ର ନାରାୟଣ ଦାଶଙ୍କୁ ସାଇବର ଠକ ଫୋନ୍‌ କରି ପେଟିଏମ୍‌ କଷ୍ଟମର କେୟାରରୁ କହୁଥିବା କହିଥିଲେ। ୨୪ ଘଣ୍ଟା ଭିତରେ ପେଟିଏମ୍‌ ଅକାଉଣ୍ଟ ବନ୍ଦ ହୋଇଯିବ ବୋଲି କହି ତାଙ୍କୁ ୧୦ଟଙ୍କା ପଠାଇବାକୁ କହିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ସାଢେ ୩ଲକ୍ଷ ଟଙ୍କା କଟିଯାଇଥିବା ମେସେଜ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନସମ୍ପର୍କ ପଦଯାତ୍ରାରେ ନବୀନଙ୍କ ଘୋଷଣା: ବିଜେଡିି ଆରମ୍ଭ କରିବ ସମାଜସେବା ଓ୍ବିଙ୍ଗ୍‌

ଭୁବନେଶ୍ୱର,୨।୧୦(ବ୍ୟୁରୋ): ବିଜୁ ଜନତା ଦଳରେ ସୋସିଆଲ ସର୍ଭିସ ବା ସମାଜସେବା ଓ୍ବିଙ୍ଗ ଆରମ୍ଭ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି।...

ପିପିଲିରେ ନାଚିଲେଣି

ପୁରୀ ଅଫିସ,୩ା୧୦: ପିପିଲି ଉପ ନିର୍ବାଚନ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୪ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ରୁଦ୍ର ପ୍ରତାପ ମହାରଥୀ ଆଗୁଆ...

ଆଜି କରୋନା ନେଲା ୬ ଜୀବନ

ଭୁବନେଶ୍ୱର,୧୫।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୧୪...

‘ପୁରାତନ ଛାତ୍ର ବର୍ତ୍ତମାନର ଛାତ୍ର ସମାଜକୁ ନୀତି ଶିକ୍ଷା ଦିଅନ୍ତୁ’

ଭୁବନେଶ୍ୱର, ,୨୪ା୨((ବ୍ୟୁରୋ): ୟୁନିଟ୍‌-୬ ସରକାରୀ ବିଦ୍ୟାଳୟର ଆଲୁମ୍‌ନି ମିଟ୍‌ ଓ ବିଦ୍ୟାଳୟର ବିଜ୍ଞାନାଗାର ଉଦ୍‌ଘାଟନୀ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା...

ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ପରଲୋକ

ନୟାଗଡ଼ (ଲୋକନାଥ ମିଶ୍ର)/ ଭୁବନେଶ୍ୱର (ଅନିଲ ଦାସ) ୨୭ା୮ନୟାଗଡ଼ ସହର ପିଡବ୍ଲ୍ୟୁଡି ଗଳିର ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ଭୁବନେଶ୍ୱର ବାସଭବନରେ ଶନିବାର ପରଲୋକ...

ରାଜ୍ୟରେ ୨୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୩ା୮(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୨୦୭ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

ଅଗ୍ନିକାଣ୍ଡରେ ୧୨ ବଖରା ଭସ୍ମୀଭୂତ

ବ୍ରହ୍ମଗିରି, ୮ା୧୨(ଡି.ଏନ୍‌.ଏ.) ବ୍ରହ୍ମଗିରି ବ୍ଲକ ଚଣ୍ଡପଡ଼ା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨ ବଖରା ଭସ୍ମୀଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,...

ନନ୍ଦିନୀ ଥିଲେ ନାରୀ ପ୍ରଗତିର ମୂର୍ତ୍ତିମନ୍ତ ପ୍ରତୀକ

ଭୁବନେଶ୍ୱର,୫।୮(ବ୍ୟୁରୋ):ନନ୍ଦିନୀ ଶତପଥୀ ଥିଲେ ନାରୀ ସଶକ୍ତୀକରଣ ଓ ପ୍ରଗତିର ପ୍ରତୀକ। ନାରୀ ସ୍ବାଧୀନତା ପାଇଁ ସେ ଆଜୀବନ ଲଢ଼େଇ କରିଥିଲେ। ପ୍ରଶାସନିକ ନିଷ୍ପତ୍ତି ନେବାରେ କଠୋର...

Advertisement
Archives

Model This Week