୩ଜଣଙ୍କଠାରୁ ୧୧ଲକ୍ଷ ଠକେଇ

ଭୁବନେଶ୍ୱର,୧୭।୭ (ବ୍ୟୁରୋ): ରାଜଧାନୀରେ ପୁଣି ବଡ଼ଧରଣର ସାଇବର ଠକେଇ। ସାଇବର ଅପରାଧୀମାନେ ୩ଜଣଙ୍କଠାରୁ ୧୧ଲକ୍ଷ ଟଙ୍କା ଠକି ନେଇଛନ୍ତି। ଖାରବେଳନଗର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ୍‌ ମ୍ୟାନେଜର ୫୦ ହଜାର ଟଙ୍କା ହରାଇଥିବାବେଳେ କ୍ୟାପିଟାଲ ଥାନାଞ୍ଚଳରେ ଜଣେ ସଙ୍ଗୀତଜ୍ଞଙ୍କଠାରୁ ୭ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଠକ। ସେହିପରି ଚନ୍ଦ୍ରଶେଖରପୁର ଥାନାଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ସାଢେ ୩ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।
ଅଭିଯୋଗ ଅନୁଯାୟୀ, ସତ୍ୟନଗର ଷ୍ଟେଟ୍‌ ବ୍ୟାଙ୍କ୍‌ ମ୍ୟାନେଜର ଅଜିତ କୁମାର ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍‌କୁ ଗତ ୧୦ ତାରିଖରେ ଠକ ଜଣକ ଏକ ମେସଜ୍‌ ପଠାଇଥିଲେ। ୧୨ ତାରିଖରେ ଉକ୍ତ ନମ୍ବରରେ କଲ୍‌ କରି ନିଜକୁ ଏସ୍‌ବିଆଇର ଫୁଲବାଣୀ ରିଜିଓନାଲ ମ୍ୟାନେଜର ବୋଲି ପରିଚୟ ଦେଇ ଶାଳୀଙ୍କ ହାର୍ଟ ସର୍ଜରି ହେବ କହି ୫୦ହଜାର ଟଙ୍କା ମାଗିଥିଲେ। ତାଙ୍କ ହ୍ବାଟ୍ସ ଆପ୍‌ ପ୍ରୋଫାଇଲ୍‌ରେ ଏସ୍‌ବିଆଇର ଫୁଲବାଣୀ ରିଜିଓନାଲ ମ୍ୟାନେଜରଙ୍କ ଫାଟୋ ଦେଖି ବିଶ୍ୱାସ କରି ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଟଙ୍କା ପଠାଇଥିଲେ। ପରବର୍ତ୍ତୀ ସମୟରେ ଠକ ଜଣକ ଆଉ ୨୫ ହଜାର ମାଗିଥିଲେ। ଏଥିରେ ସନ୍ଦେହ କରି ଅଜିତ ଫୁଲବାଣୀ ରିଜିଓନାଲ ମ୍ୟାନେଜରଙ୍କ ଯୋଗାଯୋଗ କରିବା ପରେ ଠକେଇର ଶିକାର ହୋଇଥିବା ଜାଣିଲେ।
ସେହିପରି କ୍ୟାପିଟାଲ ଥାନା ବାପୁଜୀନଗର ପ୍ଲଟ ନଂ-୧୯୫ରେ ରହୁଥିବା ସଂଗୀତଜ୍ଞ ସତ୍ୟ ଶଙ୍କର ନିଜର ଏକ ମୁଜିକ୍‌ ପ୍ଲେୟାର ବିକ୍ରି ପାଇଁ ଓଏଲଏକ୍ସରେ ବିଜ୍ଞାପନ ଦେଇଥିଲେ। ଠକ ଜଣକ ତାଙ୍କୁ ଯୋଗାଯୋଗ କରି ତାଙ୍କ ପେଟିଏମ୍‌ରେ ଟଙ୍କା ପଠାଇବାକୁ କହିଥିଲେ। ସତ୍ୟଙ୍କ ପେଟିଏମ୍‌ ଆକାଉଣ୍ଟ ନ ଥିବାରୁ ଠକ ଜଣକ ତାଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍‌ ଲୋଡ଼୍‌ କରିବାକୁ କହିଥିଲେ। ସତ୍ୟ ତାହାକୁ ଡାଉନ୍‌ଲୋଡ୍‌ କରିବା ପରେ ହଠାତ୍‌ ଜଣେ ବ୍ୟକ୍ତି ଫୋନ୍‌ କରି ପେଟିଏମ୍‌ କଷ୍ଟମର କେୟାରରୁ କହୁଥିବା ଜଣାଇ କେତେକ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ଫିକ୍ସଡ୍‌ ଡିପୋଜିଟ୍‌ ଥିବା ୭ଲକ୍ଷ ଟଙ୍କା କଟିଯାଇଥିବା ମେସେଜ ଆସିଥିଲା।
ସେହିପରି ଶୈଳଶ୍ରୀବିହାରରେ ରହୁଥିବା ଜିତେନ୍ଦ୍ର ନାରାୟଣ ଦାଶଙ୍କୁ ସାଇବର ଠକ ଫୋନ୍‌ କରି ପେଟିଏମ୍‌ କଷ୍ଟମର କେୟାରରୁ କହୁଥିବା କହିଥିଲେ। ୨୪ ଘଣ୍ଟା ଭିତରେ ପେଟିଏମ୍‌ ଅକାଉଣ୍ଟ ବନ୍ଦ ହୋଇଯିବ ବୋଲି କହି ତାଙ୍କୁ ୧୦ଟଙ୍କା ପଠାଇବାକୁ କହିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ସାଢେ ୩ଲକ୍ଷ ଟଙ୍କା କଟିଯାଇଥିବା ମେସେଜ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?