ଭଞ୍ଜନଗର, ବେଲଗୁଣ୍ଠାରେ ୧୧ କାଉନ୍‌ସିଲର ନିର୍ଦ୍ୱନ୍ଦ୍ୱ

ଭଞ୍ଜନଗର,୧୦ା୩(ଡି.ଏନ୍‌.ଏ.) ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଲକରେ ବିଜେଡି ଅଧ୍ୟକ୍ଷ ଆସନ ଦଖଲ କରିବାକୁ ଯାଉଛି। ବେଲଗୁଣ୍ଠାରେ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ନାୟକ ଅଧ୍ୟକ୍ଷ ଆସନରେ ବସିବା ସମ୍ଭାବନା ରହିଥିବା ବେଳେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦରେ କିଏ ଅଧ୍ୟକ୍ଷା ହେବେ ତାହାକୁ ନେଇ ନାନା କଳ୍ପନା ପ୍ରକାଶ ପାଉଛି। ବୁଧବାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ବ୍ଲକର ଦଳ ସମର୍ଥିତ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିଛନ୍ତି। ଏଥିସହ ଜଗନ୍ନାଥପ୍ରସାଦ ବ୍ଲକର କେତେଜଣ ନେତାଙ୍କୁ ଡାକି କଥା ହୋଇଛନ୍ତି। ଏହି ୨ ବ୍ଲକର ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା ହୋଇନାହାନ୍ତି। ଆସନ୍ତା ୧୨ ତାରିଖରେ ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର କିଛି ଘଣ୍ଟା ପୂର୍ବରୁ ପ୍ରାର୍ଥୀ ଘୋଷଣା କରାଯିବା ସମ୍ଭାବନା ରହିଛି। ତେଣୁ ଆଶାୟୀମାନେ ଆଶା ଆଶଙ୍କାରେ ରହିଛନ୍ତି। ଜଗନ୍ନାଥପ୍ରସାଦ ବ୍ଲକର ଜଣେ ଅଧ୍ୟକ୍ଷ ଆଶାୟୀ ପ୍ରାର୍ଥୀ ମନ୍ତ୍ରୀ ଯାହା ନିଷ୍ପତ୍ତିି ନେବେ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି। ଅନ୍ୟପଟେ ବେଲଗୁଣ୍ଠା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତଙ୍କ ନେତୃତ୍ୱରେ ୧୧ଜଣ ସମିତିସଭ୍ୟ ବର୍ତ୍ତମାନ ଅଜ୍ଞାତବାସରେ ଅଛନ୍ତି। ଅଧ୍ୟକ୍ଷ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ସେମାନେ ବ୍ଲକରେ ପହଞ୍ଚିବା ସମ୍ଭାବନା ରହିଛି । ବ୍ଲକଗୁଡିକ ପରେ ବିଜେଡି ଭଞ୍ଜନଗର ଓ ବେଲଗୁଣ୍ଠା ଏନ୍‌ଏସି ଅଧ୍ୟକ୍ଷ ଆସନକୁ ମଧ୍ୟ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି। ଏନ୍‌ଏସି ନିର୍ବାଚନ ଲାଗି ବୁଧବାର ପ୍ରାର୍ଥିପତ୍ର ଯାଞ୍ଚପରେ ଭଞ୍ଜନଗର ଏନ୍‌ଏସିରେ ୧୫ ୱାର୍ଡ଼ ମଧ୍ୟରୁ ୪ଟି ଓ୍ବାର୍ଡ ଯଥା ୬,୮,୯ ଓ ୧୪ନଂରେ ବିଜେଡିି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରାର୍ଥିପତ୍ର ଯାଞ୍ଚ ବେଳେ ୱାର୍ଡ଼ ନଂ.୧୪ର ସ୍ବାଧୀନ ପ୍ରାର୍ଥୀ ତଥା ବରିଷ୍ଠ ଭାଜପା ନେତା ରମେଶ ଚନ୍ଦ୍ର ବେହେରାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଫଳରେ ସେଠାରେ ବିଜେଡିର ଏକ ମାତ୍ର ପ୍ରାର୍ଥୀ ଶିବରାମ ନାୟକ ନିର୍ଦ୍ୱନ୍ଦ୍ୱ ହୋଇଛନ୍ତି । ଆଗକୁ ଆଉ କେତେଜଣ କାଉନ୍‌ସିଲର ଯେଭଳି ନିର୍ଦ୍ୱନ୍ଦ୍ୱ ହେବେ ସେଥିପାଇଁ ବିଜେଡି ନେତାମାନେ ପ୍ରୟାସ ଚଳାଇଛନ୍ତି। ବିରୋଧୀ ଭାଜପା ଓ କଂଗ୍ରେସ ସବୁ ୱାର୍ଡ଼ରେ ପ୍ରାର୍ଥୀ ଦେଇପାରି ନାହାନ୍ତି। ସେହିପରିି ବେଲଗୁଣ୍ଠା ଏନ୍‌ଏସିର ୧୩ଟି ୱାର୍ଡ଼ ମଧ୍ୟରୁ ୭ଟି ୱାର୍ଡ଼ରେ ବିଜେଡ଼ି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ ହୋଇଛନ୍ତି । ସେଗୁଡ଼ିକ ହେଲା ୱାର୍ଡ଼ ନଂ.୧ରେ ଏସ୍‌.ଭାସ୍କର ପାତ୍ର, ୨ନଂ.ରେ ଦିବ୍ୟରଞ୍ଜନ ଦାସ, ୩ନଂ.ରେ ଲିଜା ବେହେରା, ୪ନଂ.ରେ ପ୍ରିୟମ୍ବଦା ସାମଲ, ୬ନଂ.ରେ ପ୍ରଦୀପ ସେଠୀ, ୮ନଂ.ରେ ପ୍ରଗତି ପାତ୍ର ଓ ୱାର୍ଡ଼ ନଂ. ୧୧ରେ ସିଏଚ୍‌ ସଙ୍ଗୀତା ପାତ୍ର। ବେଲଗୁଣ୍ଠା ଏନ୍‌ଏସି ଅଧ୍ୟକ୍ଷ ପଦବୀ ପାଇଁ ବିଜେଡ଼ିରୁ ଫିରୋଜ ସେଠୀ, କଂଗ୍ରେସରୁ ମନୋଜ ବେହେରା ଓ ଭାଜପାରୁ ମହେନ୍ଦ୍ର କୁମାର ବେହେରା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିଭଳି ଭଞ୍ଜନଗର ଏନଏସିରୁ ଅଧ୍ୟକ୍ଷ ପଦବୀ ପାଇଁ ବିଜେଡ଼ିରୁ ଗୋପବନ୍ଧୁ ମହାପାତ୍ର, କଂଗ୍ରେସରୁ ବିକ୍ରମ ବିଷୋୟୀ, ଭାଜପାରୁ ଶିବାନନ୍ଦ ମହାପାତ୍ର ଏବଂ ସ୍ବାଧିନ ପ୍ରାର୍ଥୀ ଭାବେ ରମେଶ ଚନ୍ଦ୍ର ବେହେରା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri