ଭଞ୍ଜନଗର, ବେଲଗୁଣ୍ଠାରେ ୧୧ କାଉନ୍‌ସିଲର ନିର୍ଦ୍ୱନ୍ଦ୍ୱ

ଭଞ୍ଜନଗର,୧୦ା୩(ଡି.ଏନ୍‌.ଏ.) ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଲକରେ ବିଜେଡି ଅଧ୍ୟକ୍ଷ ଆସନ ଦଖଲ କରିବାକୁ ଯାଉଛି। ବେଲଗୁଣ୍ଠାରେ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ନାୟକ ଅଧ୍ୟକ୍ଷ ଆସନରେ ବସିବା ସମ୍ଭାବନା ରହିଥିବା ବେଳେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦରେ କିଏ ଅଧ୍ୟକ୍ଷା ହେବେ ତାହାକୁ ନେଇ ନାନା କଳ୍ପନା ପ୍ରକାଶ ପାଉଛି। ବୁଧବାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ବ୍ଲକର ଦଳ ସମର୍ଥିତ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିଛନ୍ତି। ଏଥିସହ ଜଗନ୍ନାଥପ୍ରସାଦ ବ୍ଲକର କେତେଜଣ ନେତାଙ୍କୁ ଡାକି କଥା ହୋଇଛନ୍ତି। ଏହି ୨ ବ୍ଲକର ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା ହୋଇନାହାନ୍ତି। ଆସନ୍ତା ୧୨ ତାରିଖରେ ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର କିଛି ଘଣ୍ଟା ପୂର୍ବରୁ ପ୍ରାର୍ଥୀ ଘୋଷଣା କରାଯିବା ସମ୍ଭାବନା ରହିଛି। ତେଣୁ ଆଶାୟୀମାନେ ଆଶା ଆଶଙ୍କାରେ ରହିଛନ୍ତି। ଜଗନ୍ନାଥପ୍ରସାଦ ବ୍ଲକର ଜଣେ ଅଧ୍ୟକ୍ଷ ଆଶାୟୀ ପ୍ରାର୍ଥୀ ମନ୍ତ୍ରୀ ଯାହା ନିଷ୍ପତ୍ତିି ନେବେ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି। ଅନ୍ୟପଟେ ବେଲଗୁଣ୍ଠା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତଙ୍କ ନେତୃତ୍ୱରେ ୧୧ଜଣ ସମିତିସଭ୍ୟ ବର୍ତ୍ତମାନ ଅଜ୍ଞାତବାସରେ ଅଛନ୍ତି। ଅଧ୍ୟକ୍ଷ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ସେମାନେ ବ୍ଲକରେ ପହଞ୍ଚିବା ସମ୍ଭାବନା ରହିଛି । ବ୍ଲକଗୁଡିକ ପରେ ବିଜେଡି ଭଞ୍ଜନଗର ଓ ବେଲଗୁଣ୍ଠା ଏନ୍‌ଏସି ଅଧ୍ୟକ୍ଷ ଆସନକୁ ମଧ୍ୟ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି। ଏନ୍‌ଏସି ନିର୍ବାଚନ ଲାଗି ବୁଧବାର ପ୍ରାର୍ଥିପତ୍ର ଯାଞ୍ଚପରେ ଭଞ୍ଜନଗର ଏନ୍‌ଏସିରେ ୧୫ ୱାର୍ଡ଼ ମଧ୍ୟରୁ ୪ଟି ଓ୍ବାର୍ଡ ଯଥା ୬,୮,୯ ଓ ୧୪ନଂରେ ବିଜେଡିି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରାର୍ଥିପତ୍ର ଯାଞ୍ଚ ବେଳେ ୱାର୍ଡ଼ ନଂ.୧୪ର ସ୍ବାଧୀନ ପ୍ରାର୍ଥୀ ତଥା ବରିଷ୍ଠ ଭାଜପା ନେତା ରମେଶ ଚନ୍ଦ୍ର ବେହେରାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଫଳରେ ସେଠାରେ ବିଜେଡିର ଏକ ମାତ୍ର ପ୍ରାର୍ଥୀ ଶିବରାମ ନାୟକ ନିର୍ଦ୍ୱନ୍ଦ୍ୱ ହୋଇଛନ୍ତି । ଆଗକୁ ଆଉ କେତେଜଣ କାଉନ୍‌ସିଲର ଯେଭଳି ନିର୍ଦ୍ୱନ୍ଦ୍ୱ ହେବେ ସେଥିପାଇଁ ବିଜେଡି ନେତାମାନେ ପ୍ରୟାସ ଚଳାଇଛନ୍ତି। ବିରୋଧୀ ଭାଜପା ଓ କଂଗ୍ରେସ ସବୁ ୱାର୍ଡ଼ରେ ପ୍ରାର୍ଥୀ ଦେଇପାରି ନାହାନ୍ତି। ସେହିପରିି ବେଲଗୁଣ୍ଠା ଏନ୍‌ଏସିର ୧୩ଟି ୱାର୍ଡ଼ ମଧ୍ୟରୁ ୭ଟି ୱାର୍ଡ଼ରେ ବିଜେଡ଼ି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ ହୋଇଛନ୍ତି । ସେଗୁଡ଼ିକ ହେଲା ୱାର୍ଡ଼ ନଂ.୧ରେ ଏସ୍‌.ଭାସ୍କର ପାତ୍ର, ୨ନଂ.ରେ ଦିବ୍ୟରଞ୍ଜନ ଦାସ, ୩ନଂ.ରେ ଲିଜା ବେହେରା, ୪ନଂ.ରେ ପ୍ରିୟମ୍ବଦା ସାମଲ, ୬ନଂ.ରେ ପ୍ରଦୀପ ସେଠୀ, ୮ନଂ.ରେ ପ୍ରଗତି ପାତ୍ର ଓ ୱାର୍ଡ଼ ନଂ. ୧୧ରେ ସିଏଚ୍‌ ସଙ୍ଗୀତା ପାତ୍ର। ବେଲଗୁଣ୍ଠା ଏନ୍‌ଏସି ଅଧ୍ୟକ୍ଷ ପଦବୀ ପାଇଁ ବିଜେଡ଼ିରୁ ଫିରୋଜ ସେଠୀ, କଂଗ୍ରେସରୁ ମନୋଜ ବେହେରା ଓ ଭାଜପାରୁ ମହେନ୍ଦ୍ର କୁମାର ବେହେରା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିଭଳି ଭଞ୍ଜନଗର ଏନଏସିରୁ ଅଧ୍ୟକ୍ଷ ପଦବୀ ପାଇଁ ବିଜେଡ଼ିରୁ ଗୋପବନ୍ଧୁ ମହାପାତ୍ର, କଂଗ୍ରେସରୁ ବିକ୍ରମ ବିଷୋୟୀ, ଭାଜପାରୁ ଶିବାନନ୍ଦ ମହାପାତ୍ର ଏବଂ ସ୍ବାଧିନ ପ୍ରାର୍ଥୀ ଭାବେ ରମେଶ ଚନ୍ଦ୍ର ବେହେରା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri