୩ କେନ୍ଦ୍ରରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଗୁଡ଼ାରି,୧୯ା୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ୩ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ମୋଟ୍‌ ୫୩୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଦିନ ୫୨୬ ଜଣ ପରୀକ୍ଷା ଦେଇଥିବା ବେଳେ ୧୧ ଜଣ ଅନୁପସ୍ଥିତ ଥିଲେ। ଗୁଡ଼ାରି ପିଏମ୍‌ ଶ୍ରୀ ସରକାରୀ ହାଇସ୍କୁଲରେ ୨୫୭ ଜଣ ପରକ୍ଷାର୍ଥୀଙ୍କ ମଧ୍ୟରୁ ୨୫୧ ଜଣ ପରୀକ୍ଷା ଦେଇଥିଲେ ଅର୍ଥାତ୍‌ ୬ ଜଣ ଅନୁପସ୍ଥିତ ଥିଲେ। ସ୍ଥାନୀୟ ସରକାରୀ ଏସ୍‌ଏସ୍‌ଡି ବାଳିକା ହାଇସ୍କୁଲରେ ୧୬୫ ଜଣଙ୍କ ମଧ୍ୟରୁ ୧୬୩ ଜଣ ପରୀକ୍ଷା ଦେଇଥିଲେ ଏବଂ ୨ ଜଣ ଅନୁପସ୍ଥିତ ଥିଲେ। ଲୋକନାଥପୁର ହାଇସ୍କୁଲରେ ୧୧୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୨ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ ଓ ୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ପ୍ରଥମ ଦିନ ସମସ୍ତ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା ସୂଚନା ଦେଇଛନ୍ତି। ଗୁଡ଼ାରି ଥାନା ଅଧିକାରୀ ବିଶ୍ୱବନ୍ଦିନୀବାଗଙ୍କ ନେତୃତ୍ୱରେ ସମସ୍ତ ୩ଟି କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୁତୟନ କରାଯାଇଥିଲା।

Dharitri – Odisha’s No.1 Odia Daily

Share