Odisha 10th Exam: ପରୀକ୍ଷା ଦେଇ ଫେରିବା ପରେ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ

ମାଲକାନଗିରି,୨୫ା୨(ଦୁର୍ଯ୍ୟୋଧନ ପାତ୍ର): ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଦଶମ ଶ୍ରେଣୀର ଛାତ୍ରୀ ଜଣକ ସୋମବାର ସକାଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିଥିଲେ। ତେବେ ସନ୍ଧ୍ୟା ସମୟରେ ସ୍କୁଲ ହଷ୍ଟେଲରୁ ଝିଅଙ୍କ ବାପାଙ୍କୁ ଫୋନ୍‌ ଯାଇଥିଲା ଝିଅ ହଷ୍ଟେଲରେ ନାହିଁ। ସ୍କୁଲରେ ଝିଅଙ୍କ ମା-ବାପା ପହଞ୍ଚିବା ପରେ ହଷ୍ଟେଲରେ ଛାତ୍ରୀ ଜଣକ ଏକ ଶିଶୁ ଜନ୍ମ ଦେଇଥିବା ଜାଣିବାକୁ ପାଇଥିଲେ। ତେବେ ସ୍କୁଲ ଚାରି କାନ୍ଥ ଭିତରେ ଏତେ ବଡ଼ ଘଟଣା କିପରି ଘଟିଲା ତାକୁ ନେଇ ଏବେ ମା-ବାପା ଚିନ୍ତା ପ୍ରକଟ କରିବା ସହ ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଚିତ୍ରକୋଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ଆଣି ଅଧିକ ଚିକିତ୍ସା ଯୋଗାଇ ତଦନ୍ତ ଆରମ୍ଭ କରିଛ। ପ୍ରଧାନଶିକ୍ଷକଙ୍କୁ ଏ ସମ୍ବନ୍ଧରେ ପଚାରିବାରୁ, ସେ ଓ୍ବାଡେନ ଓ ଏଏନ୍‌ଏମ୍‌ଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଦାୟୀ କରିଛନ୍ତି।