ଚିକିତ୍ସା ବିଜ୍ଞାନରେ ବିରଳ: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର ମାଆଙ୍କ କିଡନୀ, ଭାବୁକ କରିବ…

ଇଂଲଣ୍ଡ,୧୯।୧: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର କିଡନୀ। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ଏପରି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂରାଜୀ ୱେବସାଇଟ ଡେଲି ମେଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଇଂଲଣ୍ଡରେ ରହୁଥିବା ସୁ ୱେଷ୍ଟହେଡଙ୍କ ଠାରେ ଏପରି ଘଟଣା ଦେଖିବାକୁ ମିଳିଛି। ଏପରି ବିରଳ ଘଟଣା ଦେଖି ଡାକ୍ତରମାନେ ମଧ୍ୟ ତାଜୁବ ହୋଇଛନ୍ତି।

ସୂଚନାଥାଉ କି, ସୁ ଯେତେବେଳେ ୧୨-୧୩ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ଠାରେ କିଡନୀ ଜନିତ ସମସ୍ୟା ଆରମ୍ଭ ହୋଇଥିଲା। କମ୍‌ ବୟସରେ ତାଙ୍କର ଡାଏଲିସିସ ଆରମ୍ଭ ହୋଇ ଯାଇଥିଲା। ପରେ ଯେତେବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା ତାଙ୍କ କିଡନୀ ସମ୍ପର୍ଣ୍ଣ ଖରାପ ହୋଇଯାଇଥିଲା। ସେତେବେଳେ ଡାକ୍ତର ସୁ’ଙ୍କ ଠାରେ ତାଙ୍କ ମା’ଙ୍କ କିଡନୀ ପ୍ରତିରୋପଣ କରିଥିଲେ। ୧୯୭୩ ଜୁଲାଇରେ ରୟାଲ ଭିକ୍ଟୋରିଆ ଇନଫର୍ମାରିରେ ଏହି ଅସ୍ତ୍ରୋପଚାର ହୋଇଥିଲା। କହିରଖୁଛୁ କି,୧୯୮୫ରେ ଏକ ସଡ଼କ ଦୁର୍ଘଟଣାରେ ୬୯ବର୍ଷ ବୟସରେ ସୁ’ଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ଯଦି ମାଆ ଆଜି ବଞ୍ଚିଥାନ୍ତେ ତେବେ ତାଙ୍କୁ ୧୦୮ ବର୍ଷ ହୋଇଥାନ୍ତା, ଏପରି କହି ଭାବୁକ ହୋଇଛନ୍ତି ଝିଅ ସୁ।

ବର୍ତ୍ତମାନ ଏହି ଅପରେଶନକୁ ପଚାଶ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଅସୁବିଧା ହୋଇନାହିଁ। ଆଜି ବି ତାଙ୍କ ଶରୀରରେ ତାଙ୍କ ମାଆଙ୍କ ୧୦୮ ବର୍ଷର କିଡନୀ ଭଲ କାମ କରୁଛି। ଏହି ମାମଲା ବିଷୟରେ ଜାଣିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ କିଡନୀ ଟ୍ରାନ୍ସପ୍ଲାଣ୍ଟ କେବଳ ୨୦ ବର୍ଷ ପର୍ଯ୍ୟନ୍ତ କାମ କରିଥାଏ।

ସୁ କହିଛନ୍ତି, ମୋ ମାଆ ନ ଥିଲେ ମୁଁ ବଞ୍ଚିପାରି ନ ଥାନ୍ତି। ସେ ମୋତେ ଏକ ନୂଆ ଜୀବନ ଦେଇଛି। ଏବେ ବି ସେ ମୋ ସହ ଅଛି। ବଞ୍ଚିଥିଲେ ତାଙ୍କୁ ୧୦୮ବର୍ଷ ହୋଇଥାନ୍ତା।
ଏକ ସାମାଜିକ ବାର୍ତ୍ତା ମଧ୍ୟ ଦେଇ ସେ ଆହୁରି କହିଛନ୍ତି, ଯଦି କେହି ନିଜ ପ୍ରିୟଜନଙ୍କୁ କିଡନୀ ଦାନ କରିବାକୁ ଚିନ୍ତା କରୁଛନ୍ତି, ତେବେ ନିଶ୍ଚିତ ଭାବରେ କରନ୍ତୁ। ଆପଣ ସେହି ବ୍ୟକ୍ତି ଏବଂ ତାଙ୍କ ପରିବାରକୁ କେତେ ଖୁସି ଆଣିଦେବ ଯିଏ ଡାଏଲିସିସ ସହିତ ବନ୍ଧା ହୋଇ ଏକ ଦୁଖଦ ଜୀବନ ଅତିବାହିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri