କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ ସେବା ମିଳୁ ନଥିବାରୁ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଇଥିଲା । ଏ ନେଅ ଗତ ଜାନୁଆରୀ ୩୧ତାରିଖରେ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା । ତେବେ ଏହା ପରେ ୧୧ ତାରିଖ ଅର୍ଥାତ୍ ବୁଧବାର ସନ୍ଧ୍ୟାରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂଆ ଆମ୍ବୁଲାନ୍ସ ଦେଖାଯାଇଛି ।
ସୂଚନାଥାଉକି, ଏଠାରେ ପୂର୍ବରୁ ୨ଟି ୧୦୮ ଆମ୍ବୁଲାନ୍ସ ଥିଲା । ଏବେ ମାସେ ହେଲାଣି ଗୋଟେ ଆମ୍ବୁଲାନ୍ସ ଅଚଳ
ହେବା ପରେ ଅନ୍ୟ ଆମ୍ବୁଲାନ୍ସ ଶିକାରପାଇରେ ରହିଥିବାରୁ ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଆଣିବାକୁ ହେଲେ ଶିକାରପାଇରୁ ୧୦ କି.ମି. ଦୂରରୁ କଲ୍ୟାଣସିଂପୁରରେ ପହଞ୍ଚିବା ପାଇଁ ବିଳମ୍ବ ହେଉଥିଲା। ଏବେ ନୂଆ ଆମ୍ବୁଲାନ୍ସ ଆସିଲା ରୋଗୀଙ୍କୁ ଜରୁରୀ କାଳୀନ ସେବା ଯୋଗାଇବାରେ କୌଣସି ଅସୁବିଧା ହେବା ନାହିଁ ବୋଲି ଆଶା କରା ଯାଉଛି । ନୂଆଁ ଆମ୍ବୁଲାନ୍ସ ଆସିବା ପରେ ମାଝୀଗୁଡା ଭାଜପାର ମଣ୍ଡଳ ସଭାପତି ଅନିଲ କୁମାର ଜାଡି ପ୍ରଶାସନଙ୍କୁ ଧନ୍ୟବାଦ ଦେଇଛନ୍ତି ।