ଗ୍ରାମାଞ୍ଚଳରେ ନିଷେଧ ହେବ ପ୍ଲାଷ୍ଟିକ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ଆସନ୍ତାବର୍ଷରୁ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ ଓ ପ୍ଲାଷ୍ଟିକକୁ ନିଷେଧ କରାଯିବ। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପରିବେଶ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ଶୁକ୍ରବାର ପରିବେଶ ନିର୍ଦ୍ଦେଶକ କେ. ମୁରୁଗେଶନ୍‌ ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଛନ୍ତି। ୨୦୧୮ରେ ରାଜ୍ୟକୁ ପଲିଥିନ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୬ଟି ସହରରେ ପଲିଥିନ ବ୍ୟବହାରକୁ ନିଷେଧ କରାଯାଇଥିବା ବେଳେ ୨୦୧୯ ଅକ୍ଟୋବର ୨ ତାରିଖରୁ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି), ମ୍ୟୁନିସିପାଲିଟି ଏବଂ ମହାନଗର ନିଗମରେ ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ୨୦୧୯ ବିଜ୍ଞପ୍ତି ଅନୁଯାୟୀ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମସ୍ତ ସହରରେ ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ନଗର ଉନ୍ନୟନ ବିଭାଗ ପଲିଥିନ ସଂଗ୍ରହ କରିବ । ଶିଳ୍ପ ବିଭାଗ ଏହାକୁ ପ୍ରକ୍ରିୟାକରଣ କରି ରାସ୍ତା ନିର୍ମାଣରେ ବ୍ୟବହାର କରିବାକୁ ପୂର୍ତ୍ତ ବିଭାଗକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନିର୍ଦ୍ଦେଶକ ମୁରୁଗେସେନ କହିଛନ୍ତି। ପଲିଥିନ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ୧୦ଟି ସହରରେ ଓଡ଼ିଶା ପରିବେଶ ପରିଚାଳନା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ। ଗ୍ରାମାଞ୍ଚଳରେ ପଲିଥିନ କଟକଣା ଲାଗୁ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପରିବେଶ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ଚିଠି ଲେଖି ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।

ସଚିବାଳୟକୁ ନା:ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ବାରମ୍ବାର ଚିଠି ପରେ ମଧ୍ୟ ସଚିବାଳୟରେ କାର୍ଯ୍ୟରତ ଅଧିକାରୀ କିମ୍ବା କର୍ମଚାରୀ ପଲିଥିନ, ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରୁନାହାନ୍ତି। ନିର୍ଦ୍ଦେଶ ନ ମାନିଲେ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ଓ

ପରିବେଶ ବିଭାଗ ନିର୍ଦ୍ଦେଶକ ସମସ୍ତ ବିଭାଗର ଅଧିକାରୀଙ୍କୁ ଡାକି ଶୁକ୍ରବାର ଖାରବେଳ ଭବନରେ ଏକ ବୈଠକ କରିଛନ୍ତି। ବିଭାଗୀୟ ଅଧିକାରୀମାନଙ୍କୁ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସଚିବାଳୟରେ କୌଣସି ପ୍ରକାର ପାଣିବୋତଲ, ପଲିଥିନ, ଫୋଲଡର, ଥର୍ମୋକୁଲ ନିର୍ମିତ କପ, ପ୍ଲେଟ, ସଜାଇବା ସାମଗ୍ରୀ, ବ୍ୟାନର କିମ୍ବା ପୋଷ୍ଟର ଭଳି ପ୍ଲାଷ୍ଟିକ ତିଆରି କୌଣିସ ଜିନିଷ କାର୍ଯ୍ୟାଳୟରେ କିମ୍ବା ବୈଠକ ସମୟରେ ବ୍ୟବହାର କରାଯିବ ନାହିଁ। ବିଭିନ୍ନ ସମୟରେ ମୁଖ୍ୟ ଶାସନ ସଚିବ ସଚିବାଳୟରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ବିଭାଗୀୟ ସଚିବଙ୍କୁ ଜଣାଉଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିଲା। ବ୍ୟକ୍ତିଗତ ବ୍ୟବହାର କିମ୍ବା ବୈଠକରେ କୌଣସି କମ୍ପାନୀର ପାଣିବୋତଲକୁ ଅନୁମତି ଦିଆଯିବ ନାହିଁ। ବୈଠକରେ ଥର୍ମୋକୁଲ ନିର୍ମିତ କୌଣସି ସାମଗ୍ରୀ ବ୍ୟବହାର ହୋଇ ପାରିବ ନାହିଁ। ଅଧିକାରୀମାନେ କାର୍ଯ୍ୟାଳୟରେ ଥିବା ପାନୀୟ ଜଳକୁ ବ୍ୟବହାର କରିବେ। କୌଣସି ବିଭାଗ ପ୍ଲାଷ୍ଟିକ ବ୍ୟାନର ବ୍ୟବହାର କରିବେ ନାହିଁ। କପଡ଼ାରେ ତିଆରି ବ୍ୟାନର ବ୍ୟବହାର କରିବାକୁ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ବିଭାଗର ଜଣେ ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ନିଜ କାର୍ଯ୍ୟାଳୟରେ ପଲିଥିନ କିମ୍ବା ପ୍ଲାଷ୍ଟିକ ବ୍ୟବହାର ଯେପରି ନ ହେବ ତାହା ନିଶ୍ଚିତ କରିବେ। ସଚିବାଳୟରେ ସମ୍ପୂର୍ଣ୍ଣ ନିଷେଧ ହେବା ପରେ ଜିଲା ଓ ଅନ୍ୟାନ୍ୟ କାର୍ଯ୍ୟାଳୟରେ ପଲିଥିନ /ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀମାନେ ଚିଠି ଲେଖି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପଲିଥିନ ନିଷେଧ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେବା ଭଳି ମନେ ହେଉ ନାହିଁ। ପୌରାଞ୍ଚଳଗୁଡିକରେ ପଲିଥିନ ବ୍ୟବହାର ଅବାଧରେ ଚାଲିଛି । କାଁ ଭାଁ ଜରିମାନା ଆଦାୟ କରି ପୌରାଞ୍ଚଳ କର୍ତ୍ତୃପକ୍ଷ ହାତବାନ୍ଧି ବସି ଯାଉଛନ୍ତି। ଫଳରେ କଟକଣା ସତ୍ତ୍ୱେ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ପଲିଥିନ ବ୍ୟବହାରକୁ ନିଜଠାରୁ ଦୂରେଇ ପାରି ନାହାନ୍ତି। ପଲିଥିନ ପରବେଶ ପାଇଁ ବିପଜ୍ଜନକ। ଏହାକୁ କଡ଼ାକଡ଼ି ପାଳନ କରିବା ଦରକାର ବୋଲି ପରିବେଶବିତ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ, ବ୍ଲକ, ଜିଲାସ୍ତରରେ ହେବ ହକି କ୍ରୀଡ଼ା

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ଆସନ୍ତାବର୍ଷ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ଓ୍ବାଲର୍‌ଡ କପ୍‌-୨୦୨୩ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ...

ଆଖି ବୁଜିଲା ହାତୀ ପ୍ରେମା

ବାରଙ୍ଗ,୨୮।୧୦(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣ ସାଜିଥିବା ମାଈ ହାତୀ ପ୍ରେମା ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କ ଦ୍ୱାରା ଚାଲିଥିବା...

ବିଦ୍ୟୁତ୍‌ ସେବାରୁ ବଞ୍ଚିତ ୧୯ ପରିବାର: ତାର ଟଣାଯାଇ ଘରେ ମିଟର, ବୋର୍ଡ ବସାଯାଇଛି

ଗଣିଆ,୧୨ା୭(ଡି.ଏନ.ଏ.): ପ୍ରତି ଘରକୁ ବିଜୁଳି ଓ ପାଣି ଯୋଗାଣ ଲକ୍ଷ୍ୟ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଅର୍ଥ...

କେସିଙ୍ଗାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ଭୁବନେଶ୍ୱର,୯।୬(ବ୍ୟୁରୋ): କଳାହାଣ୍ଡି ଜିଲାର କେସିଙ୍ଗାରେ ପ୍ରତିଷ୍ଠା କରାଯାଉଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାର୍କ ପାଇଁ ୧୦୦ କୋଟି ଖର୍ଚ୍ଚ ହେବ। ସୋମବାର ଲୋକସେବା...

ରାଜ୍ୟରେ ଟିହ୍ନଟ ହେଲା ବ୍ଲାକ ଫଙ୍ଗସ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ନିକଟରେ ବ୍ଲାକ ଫଙ୍ଗସ୍‌ ଲକ୍ଷଣ ଚିହ୍ନଟ ହୋଇଛି। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା...

‘ଅନ୍ଧ ପରମ୍ପରା ଉଚ୍ଛେଦ ହେବ’:ଶ୍ରୀମନ୍ଦିର ରୀତିନୀତିରେ ଶଙ୍କରାଚାର୍ଯ୍ୟ ସାଜିବେ ମାର୍ଗଦର୍ଶକ

ପୁରୀ ଅଫିସ, ୬-୧୧:ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟ ସୋମବାର ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ରହଣି, ମହାପ୍ରଭୁଙ୍କ ସେବାପୂଜା, ଶ୍ରୀମନ୍ଦିର ପରିଚାଳନା...

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, ୨।୧୧(ବ୍ୟୁରୋ): ଚକାଆଖି ସବୁ ଦେଖୁଛି, ପୁଅ ମୋର କଳା ଠାକୁର ଭଳି ଅନେକ ସୁପରହିଟ୍‌ ଫିଲ୍ମ ଦେଇସାରିଥିବା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର...

ଦୁଇଭାଗ ହେବ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ୨୦୦୮ରେ କମିଶନରେଟ ପୋଲିସ ପ୍ରତିଷ୍ଠା ହେବା ସମୟରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଜନସଂଖ୍ୟା ଥିଲା ୧୦ଲକ୍ଷ। ବର୍ତ୍ତମାନ ଏହା ୧୬ ଲକ୍ଷ...

Advertisement
Archives

Model This Week