ଗ୍ରାମାଞ୍ଚଳରେ ନିଷେଧ ହେବ ପ୍ଲାଷ୍ଟିକ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ଆସନ୍ତାବର୍ଷରୁ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ ଓ ପ୍ଲାଷ୍ଟିକକୁ ନିଷେଧ କରାଯିବ। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପରିବେଶ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ଶୁକ୍ରବାର ପରିବେଶ ନିର୍ଦ୍ଦେଶକ କେ. ମୁରୁଗେଶନ୍‌ ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଛନ୍ତି। ୨୦୧୮ରେ ରାଜ୍ୟକୁ ପଲିଥିନ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୬ଟି ସହରରେ ପଲିଥିନ ବ୍ୟବହାରକୁ ନିଷେଧ କରାଯାଇଥିବା ବେଳେ ୨୦୧୯ ଅକ୍ଟୋବର ୨ ତାରିଖରୁ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି), ମ୍ୟୁନିସିପାଲିଟି ଏବଂ ମହାନଗର ନିଗମରେ ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ୨୦୧୯ ବିଜ୍ଞପ୍ତି ଅନୁଯାୟୀ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମସ୍ତ ସହରରେ ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ନଗର ଉନ୍ନୟନ ବିଭାଗ ପଲିଥିନ ସଂଗ୍ରହ କରିବ । ଶିଳ୍ପ ବିଭାଗ ଏହାକୁ ପ୍ରକ୍ରିୟାକରଣ କରି ରାସ୍ତା ନିର୍ମାଣରେ ବ୍ୟବହାର କରିବାକୁ ପୂର୍ତ୍ତ ବିଭାଗକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନିର୍ଦ୍ଦେଶକ ମୁରୁଗେସେନ କହିଛନ୍ତି। ପଲିଥିନ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ୧୦ଟି ସହରରେ ଓଡ଼ିଶା ପରିବେଶ ପରିଚାଳନା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ। ଗ୍ରାମାଞ୍ଚଳରେ ପଲିଥିନ କଟକଣା ଲାଗୁ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପରିବେଶ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ଚିଠି ଲେଖି ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।

ସଚିବାଳୟକୁ ନା:ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ବାରମ୍ବାର ଚିଠି ପରେ ମଧ୍ୟ ସଚିବାଳୟରେ କାର୍ଯ୍ୟରତ ଅଧିକାରୀ କିମ୍ବା କର୍ମଚାରୀ ପଲିଥିନ, ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରୁନାହାନ୍ତି। ନିର୍ଦ୍ଦେଶ ନ ମାନିଲେ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ଓ

ପରିବେଶ ବିଭାଗ ନିର୍ଦ୍ଦେଶକ ସମସ୍ତ ବିଭାଗର ଅଧିକାରୀଙ୍କୁ ଡାକି ଶୁକ୍ରବାର ଖାରବେଳ ଭବନରେ ଏକ ବୈଠକ କରିଛନ୍ତି। ବିଭାଗୀୟ ଅଧିକାରୀମାନଙ୍କୁ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସଚିବାଳୟରେ କୌଣସି ପ୍ରକାର ପାଣିବୋତଲ, ପଲିଥିନ, ଫୋଲଡର, ଥର୍ମୋକୁଲ ନିର୍ମିତ କପ, ପ୍ଲେଟ, ସଜାଇବା ସାମଗ୍ରୀ, ବ୍ୟାନର କିମ୍ବା ପୋଷ୍ଟର ଭଳି ପ୍ଲାଷ୍ଟିକ ତିଆରି କୌଣିସ ଜିନିଷ କାର୍ଯ୍ୟାଳୟରେ କିମ୍ବା ବୈଠକ ସମୟରେ ବ୍ୟବହାର କରାଯିବ ନାହିଁ। ବିଭିନ୍ନ ସମୟରେ ମୁଖ୍ୟ ଶାସନ ସଚିବ ସଚିବାଳୟରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ବିଭାଗୀୟ ସଚିବଙ୍କୁ ଜଣାଉଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିଲା। ବ୍ୟକ୍ତିଗତ ବ୍ୟବହାର କିମ୍ବା ବୈଠକରେ କୌଣସି କମ୍ପାନୀର ପାଣିବୋତଲକୁ ଅନୁମତି ଦିଆଯିବ ନାହିଁ। ବୈଠକରେ ଥର୍ମୋକୁଲ ନିର୍ମିତ କୌଣସି ସାମଗ୍ରୀ ବ୍ୟବହାର ହୋଇ ପାରିବ ନାହିଁ। ଅଧିକାରୀମାନେ କାର୍ଯ୍ୟାଳୟରେ ଥିବା ପାନୀୟ ଜଳକୁ ବ୍ୟବହାର କରିବେ। କୌଣସି ବିଭାଗ ପ୍ଲାଷ୍ଟିକ ବ୍ୟାନର ବ୍ୟବହାର କରିବେ ନାହିଁ। କପଡ଼ାରେ ତିଆରି ବ୍ୟାନର ବ୍ୟବହାର କରିବାକୁ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ବିଭାଗର ଜଣେ ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ନିଜ କାର୍ଯ୍ୟାଳୟରେ ପଲିଥିନ କିମ୍ବା ପ୍ଲାଷ୍ଟିକ ବ୍ୟବହାର ଯେପରି ନ ହେବ ତାହା ନିଶ୍ଚିତ କରିବେ। ସଚିବାଳୟରେ ସମ୍ପୂର୍ଣ୍ଣ ନିଷେଧ ହେବା ପରେ ଜିଲା ଓ ଅନ୍ୟାନ୍ୟ କାର୍ଯ୍ୟାଳୟରେ ପଲିଥିନ /ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀମାନେ ଚିଠି ଲେଖି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପଲିଥିନ ନିଷେଧ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେବା ଭଳି ମନେ ହେଉ ନାହିଁ। ପୌରାଞ୍ଚଳଗୁଡିକରେ ପଲିଥିନ ବ୍ୟବହାର ଅବାଧରେ ଚାଲିଛି । କାଁ ଭାଁ ଜରିମାନା ଆଦାୟ କରି ପୌରାଞ୍ଚଳ କର୍ତ୍ତୃପକ୍ଷ ହାତବାନ୍ଧି ବସି ଯାଉଛନ୍ତି। ଫଳରେ କଟକଣା ସତ୍ତ୍ୱେ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ପଲିଥିନ ବ୍ୟବହାରକୁ ନିଜଠାରୁ ଦୂରେଇ ପାରି ନାହାନ୍ତି। ପଲିଥିନ ପରବେଶ ପାଇଁ ବିପଜ୍ଜନକ। ଏହାକୁ କଡ଼ାକଡ଼ି ପାଳନ କରିବା ଦରକାର ବୋଲି ପରିବେଶବିତ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?