୨୦୨୨ରେ ୨୪୮ ଦୁର୍ଘଟଣାରେ ୧୦୭ ଜଣଙ୍କ ମୃତ୍ୟୁ

ଜଗତ୍‌ସିଂହପୁର ଅଫିସ,୩ା୪: ଜଗତ୍‌ସିଂହପୁର ଜିଲାରେ ୨୦୨୨ରେ ୨୪୮ଟି ସଡ଼କ ଦୁର୍ଘଟଣା ଘଟି ୧୦୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ୨୦୨୧ ବର୍ଷ ଅପେକ୍ଷା ୦.୮% ଅଧିକ। ଜିଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ଅବସରରେ ଏହି ସୂଚନା ଦିଆଯାଇଛି। ଏହା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ସମ୍ପର୍କରେ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସିଆଇଡିଓ ଏବଂ ଓଡ଼ିଶା କ୍ରାଇମବ୍ରାଞ୍ଚ ତଥ୍ୟ ଅନୁସାରେ ୨୦୨୧ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ୭.୬୦ ବଢ଼ିଛି। ତେଣୁ ପ୍ରତ୍ୟେକ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସଚେତନ ରହିବା ଜରୁରୀ। ଯେପରି ରାସ୍ତାରେ ଯାତାୟାତ କରୁଥିବା ସମୟରେ ନିୟମ ମାନିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା, ୨ ଚକିଆ ଯାନ ଚଳାଉଥିବା ସମୟରେ ହେଲମେଟ୍‌ ବ୍ୟବହାର, ୨ ଚକିଆ ଯାନରେ ୨ ଜଣରୁ ଅଧିକ ନ ବସିବା, ମାଦକ ଦ୍ରବ୍ୟ ସେବନ କରି ଗାଡି ନ ଚଳାଇବା, ୧୮ ବର୍ଷରୁ କମ୍‌ ପିଲାଙ୍କୁ ଗାଡ଼ି ଚଳାଇବାକୁ ଦିଆ ନ ଯିବା ଇତ୍ୟାଦି ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏହାବାଦ୍‌ ଗାଡ଼ି ଚଳାଇବା ପୂର୍ବରୁ ବ୍ରେକ୍‌, ହର୍ଣ୍ଣ, ଇଣ୍ଡିକେଟର, ଟାୟାର ପ୍ରେସର, ଇଞ୍ଜିନ ତେଲ ପରୀକ୍ଷା ସହ ଗାଡ଼ି କାଗଜପତ୍ର ସାଙ୍ଗରେ ନେବା ବିଧେୟ। ୪ ଚକିଆ ଗାଡ଼ି ଚଳାଇବା ବେଳେ ସିଟ୍‌ ବେଲ୍ଟ ବ୍ୟବହାର ସାଙ୍ଗକୁ ପାର୍କିଂ ପ୍ଲେସ୍‌ରେ ରଖିବାକୁ ବାର୍ତ୍ତା ଦିଆଯାଉଛି। ଗୃହପାଳିତ ପ୍ରାଣୀଙ୍କୁ ରାସ୍ତା ଉପରକୁ ଛାଡ଼ିବା ଉଚିତ ନୁହେଁ। ଏଥିସହ ଅଯଥା ରାସ୍ତା ଅବରୋଧ ନ କରିବାକୁ ପରାମର୍ଶ ଦିଆଯାଉଛି। ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବିଭିନ୍ନ କାର୍ଯ୍ୟାଳୟ ନିକଟରେ କର୍କଶ ସ୍ବରରେ ହର୍ଣ୍ଣ ବଜାଇବା ଆଦୌ ଗ୍ରହଣୀୟ ନୁହେଁ। ଆବଶ୍ୟକଠାରୁ ଅଧିକ ଗତିରେ ଗାଡ଼ି ଚଳାଇବା ବିପଦକୁ ଆମନ୍ତ୍ରଣ ସହ ସମାନ। ଅସୁସ୍ଥ ଥିଲେ ଗାଡ଼ି ଚଳାଇବା ନିରାପଦ ନୁହେଁ। କ୍ଷମତାଠାରୁ ଅଧିକ ଓଜନର ମାଲ୍‌, ଯାତ୍ରୀ ପରିବହନ ଉପରେ କଟକଣା ରହିଛି। ଯଦି ଏହି ନିୟମଗୁଡ଼ିକୁ କେହି ଅବମାନନା କରନ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri