୨୦୨୨ରେ ୨୪୮ ଦୁର୍ଘଟଣାରେ ୧୦୭ ଜଣଙ୍କ ମୃତ୍ୟୁ

ଜଗତ୍‌ସିଂହପୁର ଅଫିସ,୩ା୪: ଜଗତ୍‌ସିଂହପୁର ଜିଲାରେ ୨୦୨୨ରେ ୨୪୮ଟି ସଡ଼କ ଦୁର୍ଘଟଣା ଘଟି ୧୦୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ୨୦୨୧ ବର୍ଷ ଅପେକ୍ଷା ୦.୮% ଅଧିକ। ଜିଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ଅବସରରେ ଏହି ସୂଚନା ଦିଆଯାଇଛି। ଏହା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ସମ୍ପର୍କରେ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସିଆଇଡିଓ ଏବଂ ଓଡ଼ିଶା କ୍ରାଇମବ୍ରାଞ୍ଚ ତଥ୍ୟ ଅନୁସାରେ ୨୦୨୧ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ୭.୬୦ ବଢ଼ିଛି। ତେଣୁ ପ୍ରତ୍ୟେକ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସଚେତନ ରହିବା ଜରୁରୀ। ଯେପରି ରାସ୍ତାରେ ଯାତାୟାତ କରୁଥିବା ସମୟରେ ନିୟମ ମାନିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା, ୨ ଚକିଆ ଯାନ ଚଳାଉଥିବା ସମୟରେ ହେଲମେଟ୍‌ ବ୍ୟବହାର, ୨ ଚକିଆ ଯାନରେ ୨ ଜଣରୁ ଅଧିକ ନ ବସିବା, ମାଦକ ଦ୍ରବ୍ୟ ସେବନ କରି ଗାଡି ନ ଚଳାଇବା, ୧୮ ବର୍ଷରୁ କମ୍‌ ପିଲାଙ୍କୁ ଗାଡ଼ି ଚଳାଇବାକୁ ଦିଆ ନ ଯିବା ଇତ୍ୟାଦି ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏହାବାଦ୍‌ ଗାଡ଼ି ଚଳାଇବା ପୂର୍ବରୁ ବ୍ରେକ୍‌, ହର୍ଣ୍ଣ, ଇଣ୍ଡିକେଟର, ଟାୟାର ପ୍ରେସର, ଇଞ୍ଜିନ ତେଲ ପରୀକ୍ଷା ସହ ଗାଡ଼ି କାଗଜପତ୍ର ସାଙ୍ଗରେ ନେବା ବିଧେୟ। ୪ ଚକିଆ ଗାଡ଼ି ଚଳାଇବା ବେଳେ ସିଟ୍‌ ବେଲ୍ଟ ବ୍ୟବହାର ସାଙ୍ଗକୁ ପାର୍କିଂ ପ୍ଲେସ୍‌ରେ ରଖିବାକୁ ବାର୍ତ୍ତା ଦିଆଯାଉଛି। ଗୃହପାଳିତ ପ୍ରାଣୀଙ୍କୁ ରାସ୍ତା ଉପରକୁ ଛାଡ଼ିବା ଉଚିତ ନୁହେଁ। ଏଥିସହ ଅଯଥା ରାସ୍ତା ଅବରୋଧ ନ କରିବାକୁ ପରାମର୍ଶ ଦିଆଯାଉଛି। ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବିଭିନ୍ନ କାର୍ଯ୍ୟାଳୟ ନିକଟରେ କର୍କଶ ସ୍ବରରେ ହର୍ଣ୍ଣ ବଜାଇବା ଆଦୌ ଗ୍ରହଣୀୟ ନୁହେଁ। ଆବଶ୍ୟକଠାରୁ ଅଧିକ ଗତିରେ ଗାଡ଼ି ଚଳାଇବା ବିପଦକୁ ଆମନ୍ତ୍ରଣ ସହ ସମାନ। ଅସୁସ୍ଥ ଥିଲେ ଗାଡ଼ି ଚଳାଇବା ନିରାପଦ ନୁହେଁ। କ୍ଷମତାଠାରୁ ଅଧିକ ଓଜନର ମାଲ୍‌, ଯାତ୍ରୀ ପରିବହନ ଉପରେ କଟକଣା ରହିଛି। ଯଦି ଏହି ନିୟମଗୁଡ଼ିକୁ କେହି ଅବମାନନା କରନ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri