୧୦୪୬ ରାଜସ୍ବ ଗ୍ରାମ ବଢ଼ିଲା

ଭୁବନେଶ୍ୱର, ୫।୮(ସୁନିତ୍‌ ମିଶ୍ର):ରାଜ୍ୟର ବିଭିନ୍ନ ଜିଲାରେ ମୋଟ୍‌ ୧୦୪୬ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ସରକାର ପ୍ରସ୍ତାବ ମଞ୍ଜୁର କରିଛନ୍ତି। ୩୦ ଜିଲା ଲାଗି ଜିଲାପାଳମାନଙ୍କ ତରଫରୁ ମୋଟ୍‌ ୫୪୯୬ଟି ପଡ଼ା ଗ୍ରାମ ତାଲିକା ପ୍ରଦାନ କରାଯାଇଛି। ଏହି ପଡ଼ା ଗ୍ରାମଗୁଡ଼ିକ ମୁଖ୍ୟ ରାଜସ୍ବ ଗ୍ରାମଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଅବସ୍ଥିତ। ଏହିସବୁ ଗ୍ରାମରେ ପ୍ରାୟ ୨୫୦ରୁ ଅଧିକ ଲୋକ ବସବାସ କରନ୍ତି। ତେବେ କୋରାପୁଟ ଜିଲାର ସର୍ବାଧିକ ୪୫୦ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ଜିଲାପାଳଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ମୋଟ୍‌ ୧୦୪୬ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ପ୍ରସ୍ତାବ ମଞ୍ଜୁର କରିଥିବା ବେଳେ ସେଥିରୁ ମୟୂରଭଞ୍ଜ ଜିଲାର ସର୍ବାଧିକ ୧୧୮ଟି ଗ୍ରାମ ରହିଛି। ଏହାଛଡ଼ା ୨୧୬୩ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ନ ଦେବା ଲାଗି ସରକାର ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି। ସେଥିମଧ୍ୟରୁ ରାୟଗଡ଼ା ଜିଲାର ସର୍ବାଧିକ ୨୪୧ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ନ ଦେବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାକି ୨୨୮୭ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ନେଇ ସରକାରଙ୍କ ନିକଟରେ ପ୍ରସ୍ତାବ ରହିଛି। ରାଜସ୍ବ ଗ୍ରାମର ମାନ୍ୟତା ମିଳିଥିବା ୧୦୪୬ ଗ୍ରାମ ମଧ୍ୟରୁ ୩୦୭ଟି ଗ୍ରାମର ସ୍ଥିତି ସମ୍ପର୍କରେ ଭୂଲେଖରେ ସବୁ ତଥ୍ୟ ଚଢ଼ାଯାଇସାରିଛି। ତେବେ ରାଜ୍ୟ ସରକାର ୨୨୬୮ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ତାଲିକାରୁ ସମ୍ପୂର୍ଣ୍ଣ ଖାରଜ କରିଦେଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ବିଧାୟକ ଅଶ୍ୱିନୀ କୁମାର ପାତ୍ର ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ନୂଆ ରାଜସ୍ବ ଗ୍ରାମ ଚିହ୍ନଟ ହେବା ପୂର୍ବରୁ ରାଜ୍ୟରେ ମୋଟ୍‌ ୫୧,୪୭୭ଟି ଗ୍ରାମ ରହିଥିଲା। ରାଜ୍ୟରେ ଆଉ ୫୪୯୬ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ଚିହ୍ନଟ ହୋଇଛି। ସେଥିରୁ ୧୦୪୬ଟି ପାଇଁ ପ୍ରସ୍ତାବ ମଞ୍ଜୁରୀ ହୋଇସାରିଥିବା ବେଳେ ୨୧୬୩ଟି ଗ୍ରାମ ନିମନ୍ତେ ଆସିଥିବା ପ୍ରସ୍ତାବର ବିଭିନ୍ନ ଦିଗକୁ ତର୍ଜମା କରି ତାକୁ ନାକଚ କରାଯାଇଛି। ଯେପରିକି ଗ୍ରାମରେ ୨୫୦ରୁ କମ୍‌ ଲୋକ ବସବାସ କରୁଥିବା ଏକ କାରଣ ହୋଇଥିବା ବେଳେ ମୁଖ୍ୟ ରାଜସ୍ବ ଗ୍ରାମଠାରୁ ତା’ର ଦୂରତା ଯେତିକି ରହିବା କଥା ସେତିକି ରହୁନାହିଁ। ସେହିପରି ଉକ୍ତ ଗ୍ରାମଗୁଡ଼ିକରେ ଯେତିକି ଗୋଚର ଏବଂ କମ୍ୟୁନାଲ ଜମି ସମ୍ବନ୍ଧୀୟ ସମସ୍ୟା କାରଣରୁ ମଧ୍ୟ ନାକଚ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଅବଶିଷ୍ଟ ୨୨୮୭ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ପ୍ରସ୍ତାବ ଜିଲାପାଳଙ୍କ ନିକଟରେ ରହିଛି। ଏହିସବୁ ପ୍ରସ୍ତାବଗୁଡ଼ିକ ଜିଲାପାଳଙ୍କଠାରୁ ପ୍ରାପ୍ତ ହେବା ପରେ ଭୂ-ଅଭିଲେଖ ପରିମାପକ ନିର୍ଦ୍ଦେଶକ ଓଡ଼ିଶାଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡକୁ ବିଚାର କରାଯାଇ ରାଜସ୍ବ ଗ୍ରାମ ରୂପେ ଘୋଷଣା କରାଯିବ। ଏ ପର୍ଯ୍ୟନ୍ତ ୩୦୭ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଭୂ-ଲେଖରେ ପଞ୍ଜୀକୃତ ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri