Categories: କନ୍ଧମାଳ

କନ୍ଧମାଳରେ ସଂଗ୍ରହ ହେବ ୧୦ ହଜାର ଟନ୍‌ କେନ୍ଦୁପତ୍ର

ଫୁଲବାଣୀ ଅଫିସ, ୧୫।୫: କରୋନା ପ୍ରଭାବରେ ଗତ ଦୁଇ ବର୍ଷ ହେଲା କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ବନ୍ଦ ରହିଥିଲା। ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକୁ ପୁଣି ଆରମ୍ଭ କରାଯାଇଛିା ଏଥର ଜିଲାରେ ୧୦ ହଜାର ଟନ କେନ୍ଦୁପତ୍ର ସଂଗ୍ରହ କରାଯିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।
କନ୍ଧମାଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ଆଦିବାସୀମାନଙ୍କ ଆର୍ଥିକ ଉପାର୍ଜନର ଅନ୍ୟତମ ମାଧ୍ୟମ ହେଉଛି କେନ୍ଦୁପତ୍ର ସଂଗ୍ରହ। ଜିଲାର ପ୍ରାୟ ୫୦ ହଜାର ଲୋକ ଏଥିରେ ନିୟୋଜିତ ଅଛନ୍ତିି ା ବିଶେଷକରି ମହିଳା ମାନେ ଏହି କାର୍ଯ୍ୟରେ ଅଧିକ ସଂଖ୍ୟାରେ ନିୟୋଜିତ ହୁଅନ୍ତି। ସେମାନେ ଗଛରୁ କେନ୍ଦୁପତ୍ର ତୋଳିବା ଠାରୁ ଆରମ୍ଭ କରି କେରି ବାନ୍ଧିବା ପର୍ଯ୍ୟନ୍ତ କାର୍ଯ୍ୟ କରି ଭଲ ପାରିଶ୍ରମିକ ପାଇଥାଆନ୍ତି।ଏ ବର୍ଷ ରାଜ୍ୟ ସରକାର ପାରିଶ୍ରମିକ ଓ ବୋନସ ବୃଦ୍ଧି କରି ଥିବାରୁ କେନ୍ଦୁପତ୍ର ତୋଳାଳିଙ୍କ ମଧ୍ୟରେ ଆଗ୍ରହ ବଢିଛି।ଫୁଲବାଣୀ କେନ୍ଦୁପତ୍ର ଡିଭିଜନ ଅଧୀନରେ ଫୁଲବାଣୀ, ଗୋଚ୍ଛାପଡା ଇଷ୍ଟ, ଗୋଚ୍ଛାପଡା ୱେଷ୍ଟ, ବାଲିଗୁଡା, ଦଶପଲ୍ଲା, ଭଞ୍ଜନଗର, ତୁମୁଡିବନ୍ଧ ଭଳି ୭ଟି ରେଞ୍ଜ ରହିଛି ା ଏହି ସବୁ ରେଞ୍ଜରୁ ଚଳିତ ବର୍ଷ ୧୦ ହଜାର ଟନ କେନ୍ଦୁପତ୍ର ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଡିଭିଜନ ଅଧିନରେ ଥିବା ପା୍ରୟ ୪ ଶହ କେନ୍ଦୁପତ୍ର ଫଡିରେ ପତ୍ର ସଂଗ୍ରହ ଜାରି ରହିଛି। ଭଙ୍ଗାରୁଜା ହୋଇ ରହିଥିବା କେନ୍ଦୁପତ୍ର ଫଡି ସବୁ ମରାମତି କରାଯାଇଛି। ଚଳିତ ଥର ପ୍ରାୟ ୪୨ ହଜାର କେନ୍ଦୁପତ୍ର ତୋଳାଳୀ ଏହି କାଯର୍‌ୟରେ ନିୟୋଜିତ ଥିବା ବିଭାଗ ପକ୍ଷରୁ ଜଣାପଡିଛି ା ଗତ ମାସରେ ରାଜ୍ୟ ସରକାର ତୋଳାଳୀ ମାନଙ୍କ ପାଇଁ ସଂଗ୍ରହ ମୂଲ୍ୟ ବୃଦ୍ଧି କରିଛନ୍ତି ା କାର୍ଯ୍ୟରେ ନିୟୋଜିତ ଥିବା ସିଜନାଲ କର୍ମଚାରୀଙ୍କ ଭତ୍ତା ଓ ବୋନସ ମଧ୍ୟ ବୃଦ୍ଧି କରାଯାଇଛି। ଜିଲାର ପ୍ରାୟ ୪ ହଜାର ସିଜନାଲ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ। ତେଣୁ ଜିଲାରେ ଲକ୍ଷ୍ୟ ମୁତାବକ କେନ୍ଦୁପତ୍ର ସଂଗ୍ରହ ହେବା ଅନୁମାନ କରାଯାଉଛି। ଜିଲାର କିଛି ଅଂଚଳରେ ତୋଳାଳୀ ମାନଙ୍କୁ ନିୟମିତ ଭାବେ ପାରିଶ୍ରମିକ ଓ ବୋନସ ମିଳୁ ନ ଥିବା ମଧ୍ୟ ଅଭିଯୋଗ ଆସୁଛିା ଏହାଦ୍ୱାରା ତୋଳାଳି ଓ ସିଜନାଲ କର୍ମଚାରୀ ମାନେ ନିରୁତ୍ସାହିତ ହେବା ଆଶଂକା କରାଯାଉଛିା ଏ ନେଇ କେନ୍ଦୁଲିଫ ଡିଏଫଓ ହେମନ୍ତ କୁମାର ସାହୁଙ୍କୁ ପଚାରିବାରୁ ବୋନସ ମିଳିବାରେ କୌଣସି ସମସ୍ୟା ନାହିଁ। ଠିକ ସମୟରେ ତୋଳାଳି ମାନଙ୍କୁ ପାରିଶ୍ରମିକ ଓ ବୋନସ ମିଳିବା ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।