୨୫୦ ଏକର ପରିବ୍ୟାପ୍ତ ପ୍ଲାଣ୍ଟରେ ୧୦୦୦ କୋଟିର ନିବେଶ

ଭୁବନେଶ୍ୱର,୧୦।୧(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଆଡଭାନ୍ସଡ ମ୍ୟାଟେରିଆଲ୍ସ (ଜାମ୍‌) ତାମିଲନାଡୁରେ ପ୍ରାୟ ୧୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ଚେନ୍ନାଇଠାରେ ଆୟୋଜିତ ୨ଦିନିଆ ବୈଶ୍ୱିକ ନିବେଶକ ସମ୍ମିଳନୀରେ କମ୍ପାନୀ ବିସ୍ତୃତ ଭାବେ ଘୋଷଣା କରିଛି। ଏପରିକି କମ୍ପାନୀ ଦକ୍ଷିଣ ଭାରତରେ ପ୍ରଥମ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ପାଇଁ ତାମିଲନାଡୁ ସରକାରଙ୍କ ସହ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛି। ବିଶେଷ ୨୫୦ ଏକର ପରିବ୍ୟାପ୍ତ ଜମିରେ କମ୍ପାନୀ ଉକ୍ତ କାରଖାନା (ଅତ୍ୟାଧୁନିକ ପ୍ଲାଣ୍ଟ) ତ୍ରିଚିଠାରେ ସ୍ଥାପନ ହେବ ଏବଂ ପ୍ରାୟ ୩୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେହିଭଳି ଜାମ୍‌ ଉକ୍ତ କାରଖାନା (ପ୍ଲାଣ୍ଟ) ରେ ଅଭିନବ କମ୍ପୋଜିଟ୍‌ ସାମଗ୍ରୀ ଉତ୍ପାଦନ କରିବ। ସାରା ଭାରତରେ କମ୍ପାନୀର ଏହା ୪ର୍ଥ ପ୍ଲାଣ୍ଟ ହୋଇଥିବାବେଳେ ଉପରୋକ୍ତ ଏମ୍‌ଓୟୁ ଅନୁଯାୟୀ ତାମିଲନାଡୁ ସରକାର ଆବଶ୍ୟକ ଭିତ୍ତିଭୂମି ତଥା ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜାମ୍‌ର ନିର୍ଦ୍ଦେଶକ, ସି.ପି.ଅଗ୍ରୱାଲ ଏବଂ ତାମିଲନାଡୁ ସରକାରଙ୍କ ଗାଇଡାନ୍ସ, ଶିଳ୍ପ, ନିବେଶ ପ୍ରୋତ୍ସାହନ ଓ ବାଣିଜ୍ୟ ବିଭାଗର ଏମ୍‌ଡି ତଥା ସିଇଓ ଭି.ବିଷ୍ଣୁ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ,ରାଜ୍ୟ ଶିଳ୍ପମନ୍ତ୍ରୀ ଡ. ଟି.ଆର୍‌.ବି. ରାଜା, ମୁଖ୍ୟ ଶାସନ ସଚିବ ଶିବ ଦାସ ମୀନା ପ୍ରମୁଖ ଉପସ୍ଥିତ ଥିଲେ।
ଜାମ୍‌ର ନିର୍ଦ୍ଦେଶକ ସି.ପି.ଅଗ୍ରୱାଲ କହିଛନ୍ତି, ଦକ୍ଷିଣ ଭାରତରେ ଆମର ଗ୍ରାହକ ସେବା ଅଭିଜ୍ଞତାକୁ ବୃଦ୍ଧି କରିବାରେ ଉକ୍ତ ବୁଝାମଣାର ପ୍ରମୁଖ ଭୂମିକା ରହିଛି। ଏପରିକି ତାମିଲନାଡୁର ସୁଦୃଢ଼ ଭିତ୍ତିଭୂମି, ଅଧିକ ବାଣିଜ୍ୟ ସୁଯୋଗ ପାଇଁ ତ୍ରିଚିର ବନ୍ଦରଠାରୁ କମ୍‌ ଦୂରତା ଏବଂ ଭିତ୍ତିଭୂମି ଓ ଏରୋସ୍ପେସ୍‌ କ୍ଷେତ୍ରରେ ଥିବା ଇକୋସିଷ୍ଟମ ଆମର ପ୍ରତିବଦ୍ଧତାକୁ ଆହୁରି ଭଲ ଭାବେ ବିସ୍ତାର କରିବାକୁ ସକ୍ଷମ କରିବ।
ତାମିଲନାଡୁ ସରକାରଙ୍କ ବାଣିଜ୍ୟ ବିଭାଗର ଏମ୍‌ଡି ତଥା ସିଇଓ ଭି. ବିଷ୍ଣୁ କହିଛନ୍ତି, ଆମ ଲକ୍ଷ୍ୟକୁ ବୁଝିଥିବାରୁ ମୁଁ ନିବେଶକ, ଚିନ୍ତାନାୟକ, ନୀତି ନିର୍ମାତା ଏବଂ ବୁଦ୍ଧିଜୀବୀଙ୍କ ନିକଟରେ କୃତଜ୍ଞ। ଏପରିକି ତାମିଲନାଡୁ ବୈଶ୍ୱିକ ନିବେଶକ ସମ୍ମିଳନୀ-୨୦୨୪ର ସଫଳତାରେ ଆମ ବେଶ୍‌ ଉତ୍ସାହିତ ଥିଲାବେଳେ ଆମର ଉଦ୍ଦେଶ୍ୟ ଓ ଦୂରଦୃଷ୍ଟି ପ୍ରତିଫଳିତ ହୋଇଛି। ବିଶେଷ କରି ତାମିଲନାଡୁ ପ୍ରତିରକ୍ଷା ଶିଳ୍ପ କରିଡରରେ ଭିତିଭୂମି ଏବଂ ଏରୋସ୍ପେସରେ ଅଧିକ ଶିଳ୍ପ ଏବଂ ଜାମ ମଧ୍ୟ ଏହା ଉପରେ ଧ୍ୟାନ ଦେଉଛି। ଦକ୍ଷିଣ ଭାରତର ବାକି ଅଞ୍ଚଳ ସହ ତାମିଲନାଡୁର କେନ୍ଦ୍ରୀୟ ସଂଯୋଗକୁ ଦୃଷ୍ଟିରେ ରଖି ଜାମ ସହିତ ଉକ୍ତ ବୁଝାମଣା ସହରର ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ପ୍ରସ୍ତୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri