ରାଜ୍ୟରେ ୧୦୦ ତଳକୁ ଖସିଲା କରୋନା

ଭୁବନେଶ୍ୱର,୧୨।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୨୨ଜଣ ପିଲା ଅଛନ୍ତି। ସେହିପରି ୪୯ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୪ ଲୋକାଲ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫ ଥିବା ବେଳେ ଅନୁଗୋଳରୁ ୧, ବାଲେଶ୍ୱରରୁ ୪, ବରଗଡ଼ରୁ ୧, ଭଦ୍ରକରୁ ୧, ବଲାଙ୍ଗୀରରୁ ୪, କଟକରୁ ୫, ଗଜପତିରୁ ୮, ଗଞ୍ଜାମରୁ ୨, ଯାଜପୁରରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ୧, କେନ୍ଦ୍ରାପଡ଼ାରୁ ୪,କୋରାପୁଟରୁ ୩, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୧, ନୂଆପଡ଼ାରୁ ୧, ପୁରୀରୁ ୧, ସମ୍ବଲପୁରରୁ ୧୨, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୧୦ ଏବଂ ଷ୍ଟେଟ ପୁଲ୍‌ରୁ ୧ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।