Posted inଜାତୀୟ

ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା: ୧୦୦ ବିମାନ ଚଳାଚଳରେ ବିଳମ୍ବ, ୪୦ଟି ବିମାନର ଦିଗ ପରିବର୍ତ୍ତନ

ନୂଆଦିଲ୍ଲୀ, ୨।୫: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଶୁକ୍ରବାର ତାଣ୍ଡବ ରଚିଛି ପ୍ରବଳ ବର୍ଷା ଓ ଧୂଳିଝଡ଼। ଏହି ପ୍ରତିକୂଳ ପାଗ ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୧୦୦ଟି ବିମାନର ଚଳାଚଳ ବିଳମ୍ବ ହୋଇଥିବା ବେଳେ ୪୦ଟି ବିମାନକୁ ଅନ୍ୟ ବିମାନବନ୍ଦର ଆଡ଼କୁ ଦିଗ ପରିବର୍ତ୍ତନ କରାଯାଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ଦିଲ୍ଲୀ ଓ ନିକଟବର୍ତ୍ତୀ ଅଞ୍ଚଳରେ ଧୂଳିଝଡ଼ ସହ ପ୍ରବଳ ବର୍ଷା ହୋଇଛି। ଏହା ଦିଲ୍ଲୀ-ଏନସିଆରରେ ଦୃଶ୍ୟମାନତା କମ୍ ହେବା ସହ ବିମାନ ଚଳାଚଳରେ ବାଧା ସୃଷ୍ଟି କରିଛି। ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଏୟାରଲାଇନ୍ସ କମ୍ପାନୀମାନେ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନର ସ୍ଥିତି ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯାତ୍ରୀମାନେ ବିମାନବନ୍ଦରରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ଦେଖାଯାଇଛି। କିଛି ବିମାନ ରଦ୍ଦ ହେବା ଆଶଙ୍କା ମଧ୍ୟ ରହିଛି। ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ଯାତ୍ରୀଙ୍କୁ ସମୟସୂଚୀ ଅନୁଯାୟୀ ଅପଡେଟ୍ ଦେବା ପାଇଁ ଚେଷ୍ଟା କରୁଛନ୍ତି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ଆଗାମୀ କିଛି ଘଣ୍ଟା ମଧ୍ୟ ବର୍ଷା ଜାରି ରହିପାରେ, ଯାହା ବିମାନ ଚଳାଚଳକୁ ଆହୁରି ପ୍ରଭାବିତ କରିପାରେ। ଏହି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଧୈର୍ଯ୍ୟ ଧରି ଏୟାରଲାଇନ୍ସ ସହ ଯୋଗାଯୋଗ ଜାରି ରଖିବାକୁ ଅନୁରୋଧ କରାଯାଇଛି।

ଏହା ସହ ସହରରେ ଟ୍ରାଫିକ ଓ ଜଳନିଷ୍କାସନ ସମସ୍ୟା ମଧ୍ୟ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ପରିସ୍ଥିତି ସାମାଲ କରିବା ପାଇଁ ପଦକ୍ଷେପ ନେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri