Posted inରାଜ୍ୟ

ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

ଭୁବନେଶ୍ୱର,୧୦ା୯(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଆଡ୍‌ ହକ୍‌ ଅତିରିକ୍ତ ଦୌରା ଜଜ୍‌ ତଥା ଫାଷ୍ଟ୍‌ ଟ୍ରାକ୍‌ ସ୍ପେଶାଲ କୋର୍ଟ(ପୋକ୍ସ)ର ବିଚାରପତି ସରୋଜ କୁମାର ସାହୁ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାରେ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦୀପୁ ବେହେରା ଓରଫ ଦୀପକ (୩୧)ଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ତାଙ୍କୁ ୧୦ବର୍ଷ ଜେଲଦଣ୍ଡ ହୋଇଛି। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଏହି ଜରିମାନା ନ ଦେଇପାରିଲେ ଦୋଷୀ ଦୀପକଙ୍କୁ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ବାଲିଅନ୍ତା ଥାନା ଅଞ୍ଚଳର ଏକ ଗାଁରେ ୨୦୨୦ ଅଗଷ୍ଟ ୧୬ରେ ଏହି ଲଜ୍ଜାକର ଘଟଣା ଘଟିଥିଲା। ୧୪ ବର୍ଷୀୟା ନାବାଳିକା ପୀଡ଼ିତା ଏବଂ ଅଭିଯୁକ୍ତ ଦୀପକ ଗୋଟିଏ ଗ୍ରାମର ବାସିନ୍ଦା। ଅଗଷ୍ଟ ୧୬ ସା ପ୍ରାୟ ୭ଟା ବେଳେ ପୀଡ଼ିତାଙ୍କ ମା’ ରୋଷେଇ କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ନାବାଳିକା ଜଣଙ୍କ ଘର ପଛ ପାର୍ଶ୍ୱକୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ଅନ୍ୟ କେହି ନ ଥିବାର ସୁଯୋଗ ନେଇ ଦୀପକ ଏକ ଗାମୁଛା ସାହାଯ୍ୟରେ ପୀଡିତାଙ୍କ ପାଟିକୁ ଖୁବଜୋରରେ ଚାପିଧରି ତାଙ୍କୁ ନିକଟସ୍ଥ ଘଞ୍ଚବୁଦା ନିକଟକୁ ଟେକି ନେଇଯାଇଥିଲେ। ସେଠାରେ ନାବାଳିକାଙ୍କୁ ଦୀପକ ବଳାତ୍କାର କରିଥିଲେ। ପରେ ପୀଡ଼ିତା ଜଣଙ୍କ କୌଶଳ କ୍ରମେ ଦୀପକଙ୍କ କବଳରୁ ଖସି ଆସି କାନ୍ଦି କାନ୍ଦି ନିଜ ମାଙ୍କୁ ଏହି ଘଟଣା ବିଷୟରେ ଖୋଲି କହିଥିଲେ। ପରେ ସମ୍ପୃକ୍ତ ଗ୍ରାମର ୱାର୍ଡ ମେମ୍ବର ଓ କିଛି ବରିଷ୍ଠ ଭଦ୍ରବ୍ୟକ୍ତି ଘଟଣାର ଆପୋସ ସମାଧାନ କରିବାକୁ ପ୍ରୟାସ କରି ଏକ ଗ୍ରାମ ସଭାର ଆୟୋଜନ କରିଥିଲେ। ଏହି ସଭାରେ ଅଭିଯୁକ୍ତ ଦୀପକ ଏବଂ ତାଙ୍କ ବାପାଙ୍କୁ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଥିଲା। ହେଲେ ଦୀପକ କିମ୍ବା ତାଙ୍କ ବାପା ଘଟଣାକୁ ଆଡ଼େଇ ଦେଇ ଉକ୍ତ ସଭାରେ ଯୋଗଦେଇ ନ ଥିଲେ। ତେବେ ଏହି ଘଟଣାର କୌଣସି ଆପୋସ ସମାଧାନ ହୋଇ ନ ପାରିବାରୁ ପୀଡ଼ିତା ଜଣଙ୍କ ଅଗଷ୍ଟ ୨୧ରେ ବାଲିଅନ୍ତା ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲାକୁ ଆଧାର କରି ପୋକ୍ସ ଆକ୍ଟର ସେକ୍ସନ-୪ ଓ ଆଇପିସି ଦଫା ୩୭୬(୩)ରେ ଏକ ମାମଲା (ନଂ. ୧୮୨/୨୦୨୪) ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ଦୀପକଙ୍କୁ ଗିରଫ କରିଥିଲା। ଅକ୍ଟୋବର ୧୮ରେ ପୋଲିସ ଏହି ମାମଲାର ଚାର୍ଜଶିଟ୍‌ ଦାଖଲ କରିଥିଲା। କୋର୍ଟ ଏହି ମାମଲାରେ ୧୪ଜଣଙ୍କ ସାକ୍ଷ୍ୟ ଓ ଅନ୍ୟାନ୍ୟ ଦସ୍ତାବିଜ୍‌କୁ ଆଧାର କରି ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ମାମଲାକୁ ସ୍ବତନ୍ତ୍ର ପବ୍ଲିକ୍‌ ପ୍ରୋସିକ୍ୟୁଟର ରାଜୀବ ସାସମଲ ଓ ଅତିରିକ୍ତ ପବ୍ଲିକ୍‌ ପ୍ରୋସିକ୍ୟୁଟର ବଳରାମ ଦେଓ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଛି କୃଷ୍ଣସାର ମୃଗ ଗଣନା: ଗଣନା କାର୍ଯ୍ୟକୁ ତଦାରଖ କରୁଛନ୍ତି ଡିଏଫ୍‌ଓ

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ, ଭଞ୍ଜନଗରସ୍ଥିତ ଘୁମୁସର ଦକ୍ଷିଣ ବନଖଣ୍ଡ ଓ ଘୁମୁସର ଉତ୍ତର ବନଖଣ୍ଡର ବିଭିନ୍ନ ରେଞ୍ଜରେ ଗୁରୁବାର କୃଷ୍ଣସାର ମୃଗ ଗଣନା ଚାଲିଛି…

ଚର୍ଚ୍ଚ ଅଫ ଇଂଲଣ୍ଡରେ ଭାଙ୍ଗିଲା ୧୪୦୦ ବର୍ଷର ପରମ୍ପରା, Dame Sarah Mullally ହେଲେ ପ୍ରଥମ Archbishop of Canterbury

ଲଣ୍ଡନ,୨୯।୧: ଦୀର୍ଘକାଳୀନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ପରମ୍ପରାକୁ ପାଳନ କରି, ଡେମ ସାରା ମୁଲ୍ଲାଲିଙ୍କୁ ଜାନୁଆରୀ ୨୮, ୨୦୨୬ରେ ଲଣ୍ଡନର ଐତିହାସିକ ସେଣ୍ଟ ପଲ୍ସ କ୍ୟାଥେଡ୍ରାଲରେ ଚର୍ଚ୍ଚ ଅଫ…

ଶୋଇଥିବାବେଳେ ଟେକିନେଇ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଚିତ୍କାର କରିବାରୁ…

ଭୋପାଳ,୨୯।୧: ମଧ୍ୟପ୍ରଦେଶର ବାରୱାନି ଜିଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ସମ୍ପର୍କୀୟ ୭ ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ…

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି: ତଦନ୍ତ ଦାବି

ମୁମ୍ବାଇ/ନୂଆଦିଲ୍ଲୀ,୨୯ା୧:ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍‌ସିପି ମୁଖ୍ୟ ଅଜିତ ପାଓ୍ବାର। ଯେଉଁ ଦଳ କ୍ଷମତାକୁ ଆସୁନା କାହିଁକି ଅଜିତଙ୍କ ସମର୍ଥନ ସବୁବେଳେ ଲୋଡ଼ା ପଡ଼ୁଥିଲା।…

ପୁଣିଥରେ ଏକ ତରଫା ବାଜି ମାରିଲା ଭାଜପା

ଚଣ୍ଡିଗଡ଼,୨୯।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି। ଭାଜପା ୧୮ଟି ଭୋଟ ପାଇଥିଲା ଏବଂ ସୌରଭ ଯୋଶୀ ଚଣ୍ଡିଗଡ଼ର ନୂତନ ମେୟର ହୋଇଛନ୍ତି।…

ଯୁବତୀଙ୍କୁ ଗଣବଳାତ୍କାର, ଲିଫ୍ଟ ଦେବା କହି ଚଳନ୍ତା କାର୍‌ ଭିତରେ…

ନୂଆଦିଲ୍ଲୀ,୨୯।୧: ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲା ମୁଖ୍ୟାଳୟ ରୁଦ୍ରପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଲିଫ୍ଟ ଦେବା ଏବଂ…

ଧ୍ୱଂସ ହେବାକୁ ଯାଉଛି ବିଶ୍ୱ, ପରମାଣୁ ଘଣ୍ଟାରେ ପରିବର୍ତ୍ତନ ହେଲା ସମୟ, ବୈଜ୍ଞାନିକ ଭୟଭୀତ

ବିଶ୍ୱବ୍ୟାପୀ ଚାଲିଥିବା ସଂଘର୍ଷ ଏବଂ ଚିନ୍ତା ମଧ୍ୟରେ ବୈଜ୍ଞାନିକମାନେ ଡୁମ୍ସଡେ ଘଣ୍ଟା(ପରମାଣୁ ଘଣ୍ଟା)ର ସମୟ ପରିବର୍ତ୍ତନ କରିଛନ୍ତି। ସେମାନେ ଘଣ୍ଟାକୁ ମଧ୍ୟରାତ୍ରି ପାଖକୁ ଆହୁରି ନିକଟତର କରିଛନ୍ତି।…

EU ସହ ଡିଲ ଶେଷ, ଏବେ ଟାର୍ଗେଟରେ ଆମେରିକା, ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯।୧: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆସନ୍ତା ସପ୍ତାହରେ କ୍ରିଟିକାଲ ମିନେରାଲ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିବେ ବୋଲି ଆଶା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri