୧୦% ଅଧିକ ଘରୋଇ ଉଡ଼ାଣକୁ ଅନୁମତି

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ଲାଗି ଖୁସି ଖବର। କେନ୍ଦ୍ର ସରକାର ଦେଶ ମଧ୍ୟରେ ୧୦% ଅଧିକ ବିମାନ ଚଳାଚଳ ଲାଗି ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିମାନ କମ୍ପାନୀଗୁଡିକ ୬୦% କ୍ଷମତାରେ ପରିଚାଳିତ ହେଉଥିଲେ। ନୂଆ ନିୟମ ଦ୍ୱାରା ଏହି କ୍ଷମତା ୭୦%କୁ ବଢାଯାଇଛି। ନୂଆ ନିଷ୍ପତ୍ତି ଦ୍ୱାରା ବିମାନ କମ୍ପାନୀଗୁଡିକ ଅଧିକ ବିମାନ ଚଳାଇପାରିବେ। ଫଳରେ ଦିଓ୍ବାଲି ପୂର୍ବରୁ ଅତିରିକ୍ତ ୨୧୦୦ ବିମାନ ଦେଶ ମଧ୍ୟରେ ସେବା ଯୋଗାଣ କରିପାରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ବର୍ତ୍ତମାନ ଦେଶ ମଧ୍ୟରେ ଦୈନିକ ଭିତ୍ତିରେ ୨.୦୬ ଲକ୍ଷ ଯାତ୍ରୀ ବିମାନ ସେବା ଲାଭ କରିପାରୁଛନ୍ତି। ଏହା ମେ ୨୫ରେ ୩୦ ହଜାର ରହିଥିଲା। କରୋନା ମହାମାରୀ ବ୍ୟାପିବା ଯୋଗୁ ମାର୍ଚ୍ଚ ୨୫ରୁ ବିମାନ ସେବା ବାତିଲ କରାଯାଇଥିଲା। ମେ ୨୫ ଠାରୁ ଦେଶ ମଧ୍ୟରେ ବିମାନ ସେବାକୁ ଅନୁମତି ମିଳିଲା। ବର୍ତ୍ତମାନ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିନାହିଁ। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏହି ସେବା ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri