ଆମପାଣି ବ୍ଲକ ଦାବିରେ ମେଳି ବାନ୍ଧିଲେ ୧୦ ପଞ୍ଚାୟତର ପ୍ରତିନିଧି, ପ୍ରଶାସନକୁ ଦାବି ଜଣାଇବା ପାଇଁ ନେଲେ ନିଷ୍ପତ୍ତି

କୋକସରା,୮ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ମଣ୍ଡଳୀ ଓ ବ୍ଲକ ସମ୍ପ୍ରସାରଣ ନେଇ ଯୋଜନା କରୁଥିବା ନେଇ ରାଜସ୍ବ ମନ୍ତ୍ରୀଙ୍କ ଗଣମାଧ୍ୟମରେ କହିବା ପରେ ବିଭିନ୍ନ ଜିଲାରେ ବ୍ଲକ ଦାବି ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ବୈଠକ କରି ବ୍ଲକ ଦାବିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ଧାନମଣ୍ଡିରେ ଆମପାଣିକୁ ବ୍ଲକ ଦାବି ନେଇ ୧୦ଟି ପଞ୍ଚାୟତର ପ୍ରତିନିଧିମାନେ ମେଳି ବାନ୍ଧି ପ୍ରସ୍ତୁତି ବୈଠକରେ କୋକସରା ବ୍ଲକରୁ ଆମପାଣି ପଞ୍ଚାୟତ ସଦରମହକୁମାକୁ ଏକ ନୂତନ ବ୍ଲକ ଘୋଷଣା ଦାବିରେ ଅଞ୍ଚଳବାସୀ ଦାବି କରିଛନ୍ତି। ଆମପାଣି ବ୍ଲକ ପାଇଁ କୋକସରାର ଆମପାଣି, ବଡ଼ ପୋ ଡୁଡୁକାଠେଙ୍ଗା, ମହିମା, ବରାଡ଼ଙ୍ଗା, କାଉଡୋଳା, ଗୋତମୁଣ୍ଡା, ସାନ ପୋ ଜୟପାଟଣା ବ୍ଲକର ବଡ଼ ପୁଝାରିଗୁଡା ଓ ଉଛୁଲା ଏଭଳି ୧୦ ପଞ୍ଚାୟତକୁ ନେଇ ନୂତନ ଆମପାଣି ବ୍ଲକ ଦାବି କରାଯାଇଛି। ଅନୁଷ୍ଠିତ ବୈଠକରେ ଯୁବ ଆଦିବାସୀ ନେତା ଋତୁରାଜ ମାଝୀଙ୍କ ସଭାପତିତ୍ୱରେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ବଡ଼ ପୋ ଯମୁନା ନାଏକ, ବରାଡ଼ଙ୍ଗା ସରପଞ୍ଚ ନିରୂପମା ସେଠି, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, କାଉଡୋଳା ସରପଞ୍ଚ ଦେବୀସିଂ ତାଣ୍ଡି, ଆଇନଜୀବୀ ମନୋଜ ନାଏକ, ବିଭିନ୍ନ ପଞ୍ଚାୟତର ସଚେତନ ନାଗରିକ ବନମାଳୀ ବାଗ, ଚକ୍ରଧର ନାଏକ
ଅର୍ଜୁନ ଅଗ୍ରୱାଲ, ଖଗେଶ୍ୱର ପାଣିଗ୍ରାହୀ, ବିରେନ୍ଦ୍ର କନ୍ଧ, ଧନୁ ଦୁର୍ଗା, ପ୍ରଦୀପ ସାହୁ, ପୂର୍ବତନ ସରପଞ୍ଚ ଆମପାଣି ଟିକିଚନ୍ଦ୍ର ଧ.ମାଝୀ, ଧନୁ ଦୁର୍ଗା, ସୁଧୀର ପୁଝାରି, ଧର୍ମାନନ୍ଦ ନାଏକ, ବୈଷ୍ଣବ ମାଝୀ, ପୂର୍ବତନ ସରପଞ୍ଚ ମହିମା କ୍ଷେତୁରାମ ପାତ୍ର, ଧାନଫୁଲ ମାଝୀ, କୁମୁଦ ଚନ୍ଦ୍ର ପୁଝାରି, ହରିଶ୍ଚନ୍ଦ୍ର ନାଏକ, ତୁଲାରାମ ନାଏକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ବ୍ଲକ ଦାବି ନେଇ ଉପଜିଲାପାଳ, ଜିଲାପାଳ ଓ ଭୁବନେଶ୍ୱର ବିଧାନସଭାରେ ମଧ୍ୟ ବ୍ଲକ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଦାବିପତ୍ର ପ୍ରଦାନ କରାଯିବା ସହ ବ୍ଲକ ଦାବିକୁ କ୍ରିୟାଶୀଳ କରିବା ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। କାର୍ଯ୍ୟକ୍ରମକୁ ମଞ୍ଚ ସଂଯୋଜନା ବିଘ୍ନେଶ୍ବର ନାଏକ ପରିଚାଳନା କରିଥିଲେ। ଆମପାଣି ବ୍ଲକ ଗଠନ ଦାବି କମିଟିର ସଦସ୍ୟ ଯୁବକ ସୁରେଶ ସାହୁ, ବିଜୟ ପଣ୍ଡା, ନାଗେଶ୍ୱର ମହାପାତ୍ର, ବିନୋଦ ସିଂ, କେଶବ ବେନୁପାଣି, ଅଜୟ ପଣ୍ଡା, ତାପସ ରାୟ ସମେତ ୧୦ ପଞ୍ଚାୟତର ଶତାଧିକ ପ୍ରତିନିଧି ଉପସ୍ଥିତ ରହି ଦାବିକୁ ଯଥାର୍ଥ କହିବା ସହ ନୂତନ ବ୍ଲକ ଗଠନ ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ଆର୍ଥିକ, ସାମାଜିକ, ବ୍ୟବସାୟିକ ଉନ୍ନତି ହେବ ବୋଳି ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri