ଦୀଘା-ତାଳସାରୀରେ ୧୦ ଫୁଟ ଉଚ୍ଚ ଜୁଆର: କୂଳବାସୀ ଭୟଭୀତ

ଭୋଗରାଇ,୧୯।୧୦( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ସାମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଆଶଙ୍କାରେ। ଏଭଳି ସ୍ଥିତିରେ ପୂର୍ଣ୍ଣିମା ସାଙ୍ଗକୁ ଲଘୁଚାପ ଘୁର୍ଣ୍ଣିବଳୟ ସମୁଦ୍ରକୁ ଅଶାନ୍ତ କରିଦେଇଛି। ଶନିବାର ଦୀଘା ଉପକୂଳରେ ୧୦ ଫୁଟ ଉଚ୍ଚର ଜୁଆର ଦେଖାଦେଇଛି। ଏପରିକି ଜୁଆର ମାଡି ଆସି ତଟସୁରକ୍ଷା ବନ୍ଧରେ ମାଡ଼ ହେଉଛି। ଦୀଘାରୁ କୀର୍ତ୍ତିନିଆ ୧୫କି.ମି. ପର୍ଯ୍ୟନ୍ତ କୂଳବାସୀ ସମୁଦ୍ରର ଏପରି ଭୟଙ୍କର ରୂପ ଦେଖି ଭୟ ଏବଂ ଆଶଙ୍କାର ରହିଛନ୍ତି।

ଶୁକ୍ରବାର ଦିନ ଓ ରାତିରେ ସମୁଦ୍ରର ଉତ୍ତାଳ ଢେଉ ପଥର ବନ୍ଧ ଡେଇଁ ଦୀଘା ସୈକତ ସହରରେ ପ୍ରବେଶ କରିଥିଲା। ଫଳରେ ହଜାର ହଜାର ପର୍ଯ୍ୟଟକ ଏହାର ମଜା ମଧ୍ୟ ଉଠାଇଥିଲେ। ଅନ୍ୟପକ୍ଷେ ଉଦୟପୁର, ତାଳସାରୀ, କୀର୍ତ୍ତିନିଆ, ଚୌମୁଖ, ଡଗରା ସମୁଦ୍ର କୂଳରେ ଜୁଆର ମାଡ଼ି ଆସିଥିଲା। ଫଳରେ କୂଳବାସୀ ଭୟଭୀତ ଥିବା ବେଳେ କୂଳରେ ଥିବା ଡ଼ଙ୍ଗାଗୁଡିକ ଭାଙ୍ଗି ଯାଇଥିବା ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ୨୦୨୧ରେ ବାତ୍ୟା ୟାସ ସାମୁଦ୍ରିକ ଝଡ଼ ବାଲେଶ୍ୱର ଉପକୂଳରେ ତାଣ୍ଡବ ରଚିଥିଲା। ଏପରିକି ସମୁଦ୍ରରୁ ୧୫ ଫୁଟ ଉଚ୍ଚର ଜୁଆର କୂଳକୁ ମାଡି ଆସି ଶତାଧିକ ଗାଁରେ ପ୍ରବେଶ କରିଥିଲା। ଏପରିକି ଲୁଣାଜଳ ଗାଁରେ ପଶି କ୍ଷୟକ୍ଷତି କରି ଚାଷ ଉଜାଡ଼ି ଦେଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ବିଳମ୍ବିତ ରାତିରେ ଅଜଣା ବ୍ୟକ୍ତିଙ୍କୁ ନେଇ ସିମନବାଡିରେ ଆତଙ୍କ, ଧରା ପକାଇଲା ସିସି କ୍ୟାମେରା

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା...

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri