ଭତ୍ରାଡ୍ୟାମ୍‌ରେ ୧୦ ବିଦେଶୀ ପ୍ରଜାପତିର ପକ୍ଷୀ

ଭବାନୀପାଟଣା,୬।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଡିସେମ୍ବର ଶେଷ ସପ୍ତାହରୁ ଶୀତର ଲହରି ଆରମ୍ଭ ହୋଇଛି। ଶୀତ ଋତୁର ଆରମ୍ଭରୁ ପ୍ରାୟ ୧୦ରୁ ଅଧିକ ପ୍ରଜାତିର ପରିବ୍ରାଜକ ପକ୍ଷୀଙ୍କ ଠିକଣା ପାଲଟିଛି କଳାହାଣ୍ଡିର ଜୁନାଗଡ଼ ବ୍ଲକ ଭତ୍ରାଡ୍ୟାମ୍‌। ଏବେ ଉକ୍ତ ଡ୍ୟାମ୍‌ ପ୍ରାୟ ୨୫୦ ପ୍ରଜାତିର ପକ୍ଷୀଙ୍କ ବାସସ୍ଥାନ ପାଲଟିଛି। ଜିଲାର ଇନ୍ଦ୍ରାବତୀ ଜଳଭଣ୍ଡାର ସହ ଭତ୍ରାଯୋର ସଂଯୋଗ ଥିବା ଏହାର ତଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପରିବ୍ରାଜକ ପକ୍ଷୀଙ୍କ ଆଗମନ ପ୍ରାୟ ଅକ୍ଟୋବରରୁ ଆରମ୍ଭ ହୋଇଛି। ଭତ୍ରାଡ୍ୟାମ୍‌ ସମେତ କର୍ଲାପାଟ ଅଭୟାରଣ୍ୟ ଓ ବିଭିନ୍ନ ଜଳଉତ୍ସଗୁଡ଼ିକରେ ଏହି ପକ୍ଷୀମାନେ ବିଚରଣ କରୁଛନ୍ତି। ଜୁନାଗଡ଼ ବ୍ଳକୁ ଭତ୍ରାଯୋର ଡ୍ୟାମ୍‌କୁ ଇକୋଟୁରିଜମ ଯୋଜନାରେ ବନବିଭାଗ ପକ୍ଷରୁ ନୌକାବିହାର କେନ୍ଦ୍ର ଭାବେ କାର୍ଯ୍ୟକାରୀ ହେଉଛି। ଏଠାକୁ ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଆସୁଥିବାରୁ ପକ୍ଷୀ ଅଭୟାରଣ୍ୟ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଯାହାକି ଏବେ ବିଚାର ଧୀନ ରହିଛି। କେତେକ ସାଇବେରିଆନ ପକ୍ଷୀ ମଧ୍ୟ ଭତ୍ରାଯୋର ଡ୍ୟାମ୍‌ ଓ ଜୟପାଟଣା ବ୍ଲକ ସୁନ୍ଦରୀ ଯୋରରେ ଦେଖାଯାଉଛନ୍ତି। ବିଦେଶୀ ପକ୍ଷୀ ଗାର୍ଡୱାଲ, ରେଡ୍‌ ପାଚାର୍ଡ, ନର୍ଥନ ପିଣ୍ଡେଲ, ସାରବାର୍ଡ, ଉତସେଣ୍ଡ ପାଇପର, ଗ୍ରୀନ୍ସେଣ୍ଡ ପାଇପର, ଟେରମେରିକା ୱିଣ୍ଟ, ଲିଟିଲ ରିଙ୍ଗ ପାଲଭର, ବ୍ଲାକୱିଙ୍ଗ ସ୍ଟିଲଡ଼, ହିସକଡ୍‌ ଷ୍ଟେର୍ଣ, ରୋଜିଷ୍ଟାରଲିଙ୍ଗ ସମେତ ପ୍ରାୟ ୧୦ଟି ପ୍ରଜାତିର ପକ୍ଷୀ ବର୍ତ୍ତମାନ ଭତ୍ରାଡ୍ୟାମ୍‌ରେ ଦେଖାଯାଉଛନ୍ତି। ସେହିପରି ହିମାଳୟ ପାଦଦେଶର ଇଣ୍ଡିଆନପିକଟା, ବ୍ରାଉନକେପଡ, ପିଗମି ଉତ୍ପେକର, ରେପଡ ଇବିସ ଭଳି ବହୁ ପ୍ରଜାତିର ପ୍ରାୟ ୨୫୦ରୁ ଅଧିକ ପକ୍ଷୀ କଳାହାଣ୍ଡିକୁ ଆସିଥାନ୍ତି ବୋଲି ପକ୍ଷୀ ବିଶାରଦ ଦାବି କରୁଛନ୍ତି। ଭତ୍ରାଯୋର ଅଞ୍ଚଳର ଚାଷଜମି ଓ ପୋଖରୀ ନିକଟରେ ପରିବ୍ରାଜକ ପକ୍ଷୀମାନେ ଦଳଦଳ ହୋଇ ଖାଦ୍ୟ ଅନ୍ବେଷଣ କରୁଛନ୍ତି। ଖାଦ୍ୟ ଅନ୍ବେଷଣରେ ସୁଦୁର ମଧ୍ୟ ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆରୁ ଏହି ପ୍ରଜାତିର ପକ୍ଷୀ ଆସିଥିବା ପକ୍ଷୀ ବିଶେଷଜ୍ଞ ଆଇନଜୀବୀ ମହମ୍ମଦ ଖଲିଲ୍‌ ପ୍ରକାଶ କରିଛନ୍ତି। ସେ ବିଭିନ୍ନ ସ୍ଥାନରେ ପକ୍ଷୀ ଚିହ୍ନଟ ପାଇଁ ପକ୍ଷୀ ଅନ୍ବେଷଣରେ ଥିବାବେଳେ ଅନେକ ବିରଳ ପକ୍ଷୀ ଦଳକୁ ଦେଖିବାକୁ ପାଇଥିଲେ ବୋଲି ପ୍ରକାଶ କରିଛନ୍ତି। ବନ୍ୟପ୍ରାଣୀ ବନାଞ୍ଚଳ ବନଖଣ୍ଡ ପକ୍ଷରୁ ଭତ୍ରାଡ୍ୟାମ୍‌କୁ ନୌକାବିହାର ଭାବେ ବିକାଶ କରାଯାଇଥିବାବେଳେ ପକ୍ଷୀଙ୍କ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା, ପକ୍ଷୀ ସୁରକ୍ଷା ଶିବିର କରାଯାଇପାରିବ। ସେଠାରେ ପକ୍ଷୀଙ୍କ ସୁରକ୍ଷା ସହ ଖାଦ୍ୟ ପ୍ରତି ମଧ୍ୟ ବ୍ୟବସ୍ଥା କରାଗଲେ ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ବଢ଼ିବାରେ ସହାୟକ ହୋଇପାରିବ। ଆଶାତୀତ ପକ୍ଷୀ ସଂଖ୍ୟା ବୃଦ୍ଧି ହେଲେ ପର୍ଯ୍ୟଟକ ଭତ୍ରାଡ୍ୟାମ୍‌ ଓ କଳାହାଣ୍ଡିକୁ ପ୍ରବେଶ କରିବା ଆଶା ଉଜ୍ଜୀବିତ ହେବ। ଯଦ୍ୱାରା ଜିଲାରେ ରୋଜଗାର ବଢ଼ିବା ଆଶା ରହିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ପକ୍ଷୀ ପ୍ରେମୀ ତଥା ପରିବେଶବିତ୍‌ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?