୧୦ ଜିଲା କୋର୍ଟ ଡିଜିଟାଇଜେଶନ ହବ୍‌ ଆରମ୍ଭ

କଟକ ଅଫିସ,୧୩ା୧୨:ସମଗ୍ର ରାଜ୍ୟରେ ଜିଲାକୋର୍ଟଗୁଡ଼ିକର ରେକର୍ଡ ଡିଜିଟାଇଜେଶନ ନିମନ୍ତେ ୧୦ଟି ଜିଲା କୋର୍ଟ ଡିଜିଟାଇଜେଶନ ହବ୍‌ କାର୍ଯ୍ୟାରମ୍ଭ କରିଛି। ହବ୍‌ଗୁଡ଼ିକ ଅନୁଗୋଳ, ଭଦ୍ରକ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼ ଓ ସୁବର୍ଣ୍ଣପୁର ଜିଲାରେ ସ୍ଥାପିତ ହୋଇଛି। ଏହି ହବ୍‌ଗୁଡ଼ିକରେ ନିଜ ଜିଲାକୋର୍ଟ ସମେତ ନିକଟବର୍ତ୍ତୀ ଜିଲାକୋର୍ଟର ରେକର୍ଡ ମଧ୍ୟ ଡିଜିଟାଇଜଡ୍‌ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ଓଡ଼ିଶାର ୩୦ ଜିଲାରେ ଥିବା ଜିଲାକୋର୍ଟକୁ ସୋମବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ. ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି।
ସୂଚନା ଅନୁସାରେ, ଓଡ଼ିଶା ହାଇକୋର୍ଟ ପକ୍ଷରୁ ରେକର୍ଡ ଡିଜିଟାଇଜେଶନ କାର୍ଯ୍ୟ ହାଇକୋର୍ଟ ସମେତ ଜିଲା କୋର୍ଟଗୁଡ଼ିକରେ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭିତ୍ତିରେ କଟକ, ଗଞ୍ଜାମ, ସମ୍ବଲପୁର ଓ ବାଲେଶ୍ୱରଠାରେ ୪ଟି ଜିଲା କୋର୍ଟ ଡିଜିଟାଇଜେଶନ ସେଣ୍ଟର ୨୦୨୧ ଏପ୍ରିଲ ୩୦ରେ ସ୍ଥାପନ କରାଯାଇଥିଲା। ଏହି ୪ ଜିଲାକୋର୍ଟର ୫,୯୪,୨୩୭ଟି ରେକର୍ଡକୁ ୨୦୨୨ ନଭେମ୍ବର ୩୦ ସୁଦ୍ଧା ଡିଜିଟାଇଜେଶନ କରାଯାଇଛି, ଯେଉଁଥିରେ ୫,୫୮,୧୩,୭୭୧ଟି ପୃଷ୍ଠା ସାମିଲ ହୋଇଛି। ପାଇଲଟ୍‌ ପ୍ରକଳ୍ପରୁ ଉତ୍ସାହଜନକ ଫଳ ମିଳିଥିବାରୁ ହାଇକୋର୍ଟ ଏହି ସେଣ୍ଟରଗୁଡ଼ିକୁ ହବ୍‌ରେ ପରିଣତ କରିଥିଲେ। ଏଥିସହ ସୋମବାର ଆଉ ୧୦ଟି ନୂତନ ହବ୍‌ ଉଦ୍‌ଘାଟନ ହେବା ପରେ ସାରା ରାଜ୍ୟର ନ୍ୟାୟିକ ବ୍ୟବସ୍ଥାର ରେକର୍ଡଗୁଡ଼ିକ ଡିଜିଟାଇଜେଶନ ହେବା ପ୍ରକ୍ରିୟା ତ୍ୱରାନ୍ବିତ ହେବ।
ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଉଦ୍‌ଘାଟନୀ ଭାଷଣରେ କହିଛନ୍ତି, ଓଡ଼ିଶା ହାଇକୋର୍ଟର ଡିଜିଟାଇଜେଶନ କାର୍ଯ୍ୟ ସମଗ୍ର ଦେଶ ପାଇଁ ରୋଲ ମଡେଲ ପାଲଟିଛି। ନ୍ୟାୟିକ ବ୍ୟବସ୍ଥାର ଆଧୁନିକୀକରଣ ଦିଗରେ ଡିଜିଟାଇଜେଶନ ପ୍ରକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଖୁବ୍‌ଶୀଘ୍ର ସମଗ୍ର ଦେଶର କୋର୍ଟ ଡିଜିଜାଇଜେଶନ କାର୍ଯ୍ୟରେ ଓଡ଼ିଶା ହାଇକୋର୍ଟ ପ୍ରମୁଖ ଭୂମିକା ନିଭାଇବ। ସେହିପରି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର କହିଛନ୍ତି, ସାରା ରାଜ୍ୟରେ କାଗଜବିହୀନ କୋର୍ଟ ପାଇଁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି। ତାହାକୁ କାର୍ଯ୍ୟରେ ପରିଣତ କରିବା ଲାଗି ସମସ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ ସ୍କ୍ରିନ ଟଚ୍‌ ଲାପଟପ୍‌ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଓଡ଼ିଶା ହାଇକୋର୍ଟର ଭିଡିଓ କନଫରେନ୍ସ ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡ. ଏସ୍‌ ମୁରଲୀଧର, ରେକର୍ଡ ରୁମ୍‌ ଡିଜିଟାଇଜେଶନ ସେଣ୍ଟର କମିଟି ଅଧ୍ୟକ୍ଷ ବିଚାରପତି ଡି. ଦାଶ ଏବଂ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିସହ ଜିଲା ଜଜ୍‌, ବିଚାର ବିଭାଗୀୟ ଅଧିକାରୀ, ବାର୍‌ ଆସୋସିଏଶନ କର୍ମକର୍ତ୍ତା ଏବଂ ଜିଲା ପ୍ରଶାସନର ଅଧିକାରୀମାନେ ବିଭିନ୍ନ ଜିଲାରୁ ଭର୍ଚୁଆଲରେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri