୧୦ କୋଟିର ମ୍ୟୁଜିୟମ୍‌ ଏବେ ଭୂତକୋଠି

ଯାଜପୁର,୩୦ା୮(ହର୍ଷବର୍ଦ୍ଧନ ବେହେରା) : ରାଜ୍ୟରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ଅଧାରେ ଅଟକିଛି। କେତେକାଂଶରେ କାମ ସରିଛି, ହେଲେ ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହାବାଦ୍‌ ନିମ୍ନମାନର କାର୍ଯ୍ୟ ପର୍ଯ୍ୟଟନସ୍ଥଳୀର ଦୀର୍ଘସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି କରିଛି। ସେଥିମଧ୍ୟରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବୈତରଣୀ ନଦୀକୂଳରେ ନିର୍ମାଣ ହୋଇଥିବା ମ୍ୟୁଜିୟମ, ଟୁରିଷ୍ଟ ଅଫିସ ଓ ଟୁରିଷ୍ଟ ଇଣ୍ଟରପ୍ରିଟେଶନ ସେଣ୍ଟର ଏବେ ଭୂତକୋଠି ପାଲଟିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ଶତାଧିକ ପ୍ରାଚୀନ କୀର୍ତ୍ତିରାଜି ଅବହେଳିତ ହୋଇ ପଡି ରହିଛି। ଯାହାକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
୨୦୧୯-୨୦ ରୁ ୨୦୨୩-୨୪ ବର୍ଷରେ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ପ୍ରାୟ ୯୦ କୋଟି ଟଙ୍କା ଅନୁଦାନ ମିଳିଛି। ୬ା୨ା୨୦୨୪ରେ ତକତ୍ାଳୀନ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଏକ ବିଧାନସଭା ପ୍ରଶ୍ନ ଉପରେ ତକତ୍ାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏହା ଦର୍ଶାଇଥିଲେ । ତେବେ ପୂର୍ବରୁ ଏହିସବୁ ପ୍ରକଳ୍ପଗୁଡ଼ିକର ନୈରାଶ୍ୟଜନକ ଅଗ୍ରଗତି ଉପରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଅଡିଟ-୨) ୭ା୮ା୨୦୨୧ରେ ସ୍ପଷ୍ଟୀକରଣ ମାଗିଥିଲେ। ଏହି ସ୍ପଷ୍ଟୀକରଣ ଉପରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ତକତ୍ାଳୀନ ଯୁଗ୍ମ ସଚିବ ଇ.ବି. ଜେନା ତାଙ୍କ ପତ୍ରସଂଖ୍ୟା ୬୭୯୦/୯ା୮ା୨୦୨୧ରେ ଆସିଷ୍ଟାଣ୍ଟ ଅଡିଟ ଅଫିସର(ଏ.ଜି. ଅଡିଟ-୨)ଙ୍କୁ ଦେଇଥିବା ରିପୋର୍ଟରେ ମାତ୍ର ୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇଥିଲେ। ଏଥିରେ ଯାଜପୁର ଜିଲାର ବୈତରଣୀ ନଦୀକୁଳରେ ଥିବା ବରାହପୀଠରେ ହେରିଟେଜ୍‌ ପାର୍କ ଅଧାପନ୍ତରିଆ ରହିଥିଲେ ହେଁ ରିପୋର୍ଟରେ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା, ଯାହାକି ଅଞ୍ଚଳବାସୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେବା ସହ ପର୍ଯ୍ୟଟନ ବିଭାଗ ପାଖରେ କୌଣସି ଖବର ନ ଥିଲା। ଏହି ପ୍ରକଳ୍ପ ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ପରବର୍ତ୍ତୀ ସମୟରେ ଏହି ମାମଲାକୁ କଳେବଳେ କୌଶଳେ ଦବେଇ ଦିଆଯାଇଥିଲା। ଏହାସହ ବରାହ ଓ ବିରଜା କ୍ଷେତ୍ରର ଭଗବାନ ଶିବଙ୍କ ବଡ଼ ମୂର୍ତ୍ତି ଓ ପ୍ରକଳ୍ପ, ଯାଜପୁର ମା’ ବିରଜା ମନ୍ଦିରର ଏକାଧିକ ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏତେ ବଡ଼ ଅନୁଦାନ କେଉଁଠି, କେମିତି ଖର୍ଚ୍ଚ ହୋଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅନିୟମିତତା ଉପରେ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି।
ମ୍ୟୁଜିୟମ ଓ ଟୁରିଷ୍ଟ ଅଫିସ ଦୀର୍ଘ ୪ ବର୍ଷ ହେବ ସମ୍ପୂର୍ଣ୍ଣ ହେବା ପରେ ବି ସେଠାରେ ତାଲା ଝୁଲୁଛି। କ୍ଷତ ବିକ୍ଷତ ହୋଇ ପଡି ରହିଥିବା ପ୍ରାଚୀନ ବୌଦ୍ଧ, ଜୈନ, କୀର୍ତ୍ତିିରାଜି ସହ ହିନ୍ଦୁ ଦେବୀଦେବାଙ୍କ ମୂର୍ତ୍ତିଗୁଡିକୁ ସଂଗ୍ରହ କରାଯାଇ ସଂରକ୍ଷିତ କରାଯିବର ଏହି ମ୍ୟୁଜିୟମ ନିର୍ମାଣର ଲକ୍ଷ୍ୟ ରହିଥିଲା । ଯାହାଦ୍ୱାରା ଗବେଷକମାନଙ୍କ ଦ୍ୱାରା ମଧ୍ୟ ଗବେଷଣା ହୋଇପାରିବ । କିନ୍ତୁ ବାସ୍ତବତା କ୍ଷେତ୍ରରେ ଏହା ନିର୍ମାଣ ସରିଛି ହେଲେ ପ୍ରଶାସନିକ ଓ ରାଜନୈତିକ ଉଦାସୀନତା ତଥା ଅପାରଗତା କାରଣରୁ ଅନେକ କୋଟି ପାଣିରେ ପଡିପାରେ ବୋଲି ମତପ୍ରକାଶ ପାଇଛି। ଯାଜପୁର ପୁରାତନ ରାଜଧାନୀ ସହ ଐତିହ୍ୟ ସଂସ୍କୃତିର ସହର ଭାବେ ପରିଚିତ। ଅନେକ ଯାଗାରେ ଭଗ୍ନ ମୂର୍ତ୍ତି ସହ ଏପରି କିଛି ଦୁର୍ଲଭ କୀର୍ତ୍ତିରାଜି ରହିଛି ଯାହାକି ଅନ୍ୟ କେଉଁଠାରେ ଦେଖିବାକୁ ମିଳେନି । ୧୮୬୯ ମସିହାରେ ଯାଜପୁର ସନ୍ଥମାଧବ ଗ୍ରାମରୁ ଇଂରେଜ ଅମଳରେ ଉଦ୍ଧାର ହୋଇଥିବା ୧୬ ଫୁଟ ୫ ଇଞ୍ଚ ଲମ୍ବର ଏହି ବିଶାଳକାୟ ବୌଦ୍ଧ ମୂର୍ତ୍ତି ଅବହେଳିତ ହୋଇ ପଡି ରହିଥିବା ଦେଖାଯାଇଛି। ଏହାବାଦ୍‌ ଅନେକ ଶିଳାଲିପି, ଚାମୁଣ୍ଡା, ଗଣେଶ, ଗରୁଡ଼ ଭଳି ପୁରାତନ ସଂସ୍କୃତି ଭବନ ନିକଟରେ ପଡି ରହିଛି । ଏହିକ୍ରମରେ ପର୍ଯ୍ୟଟନର ବିକାଶ ପାଇଁ ଆସିଥିବା ଏହି ଅନୁଦାନରେ ବ୍ୟାପକ ହେରାଫେରି ହୋଇଥିବା ସନ୍ଦେହ କରାଯାଇଛି। ଅନ୍ୟପକ୍ଷେ ବ୍ୟାସସରୋବର, ରନତ୍ଗିରି, ଉଦୟଗିରି, ଲଳିତଗିରି ଆଦି ପର୍ଯ୍ୟଟନସ୍ଥଳୀର ଉନ୍ନୟନ କାର୍ଯ୍ୟ ଉପରେ ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବରାହପୀଠର ଉନ୍ନତିକରଣ କାର୍ଯ୍ୟରେ ପୁରୁଣା ପାଚେରୀରେ ନୂଆ ନିର୍ମାଣ କରାଯାଇ ବ୍ୟାପକ ଅନିୟମତତା ହେଉଥିବା ଅଭିଯୋଗ ହେଉଛି। ଏହି ସବୁ ଅନୁଦାନର ଉପଯୁକ୍ତ ବିନିଯୋଗ କରାଯାଇଥିଲେ ଏ ଯାଏ ଯାଜପୁର ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଆନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri