ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୯ା୧: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬, ୫୯ ଏବଂ ରାଜ୍ୟ ରାଜପଥ ଏବେ ସଡ଼କ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ୧୦ ଗୋଟି ବ୍ଲାକ୍‌ସ୍ପଟ୍‌ରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଦେଖିବାକୁ ମିଳୁଛି। ଅସଜଡ଼ା ରାସ୍ତା, ଜାତୀୟ ରାଜପଥରେ ଠିକ୍‌ ସୂଚନା ରହି ନ ଥିବା ଏବଂ ସ୍ଥିତି ଖରାପ ଯୋଗୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକ୍‌ସ୍ପଟ୍‌(ଦୁର୍ଘଟଣାପ୍ରବଣ ଅଞ୍ଚଳ) ଚିହ୍ନଟ ହୋଇଛି। ସହରର କୌଣସି ସ୍ଥାନରେ ୫ରୁ ଅଧିକ ଦୁର୍ଘଟଣା ଓ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲେ ସେହି ସ୍ଥାନଗୁଡ଼ିକୁ ବ୍ଲାକ୍‌ସ୍ପଟ ରୂପେ ଚିହ୍ନଟ କରାଯାଇଛି। ପରିତାପର ବିଷୟ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ୧୦ ବ୍ଲାକ୍‌ସ୍ପଟ୍‌ ମଧ୍ୟରୁ ବ୍ରହ୍ମପୁର ସହର ଭିତରେ ୭ ରହିଥିବା ଜିଲା ପୋଲିସ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏହା କେବଳ କାଗଜ କଲମରେ ଚିହ୍ନଟ ହୋଇଛି ା ଅନ୍ୟପଟେ ପରିବହନ ବିଭାଗ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୁର୍ଘଟଣା ହ୍ରାସ କରିବା ପାଇଁ ଠିକ୍‌ ପଦକ୍ଷେପ ନେଇନାହାନ୍ତି। ଫଳରେ ପ୍ରତିଦିନ ଉକ୍ତ ୧୦ଟି ବ୍ଲାକ୍‌ସ୍ପଟ୍‌ରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।
ଯେ, ଜିଲା ପରିବହନ ବିଭାଗ, ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରାଯାଇଛି। ଜାତୀୟ ରାଜପଥ -୧୬ରେ ରହିଛି ହଳଦିଆପଦରଠାରୁ ଖଜୁରିଆ ଓଭରବିଜ୍ର, ଲାଞ୍ଜିପଲ୍ଲୀ ବାଇପାସ୍‌ଠାରୁ ଆଙ୍କୁଲି ଓଭରବିଜ୍ର, କନିଷି-ଗୋଳନ୍ଥରା ଜାତୀୟ ରାଜପଥ, ହଳଦିଆପଦର-ଗୋଳନ୍ଥରା, ପୋକଡ଼ିବନ୍ଧ ଛକ। ସେହିପରି ଜାତୀୟ ରାଜପଥ -୫୯ରେ ରହିଛି ନୂଆ ବସ୍‌ଷ୍ଟାଣ୍ଡ ରୋଡ୍‌, କମାପଲ୍ଲୀରୁ କୁକୁଡ଼ାଖଣ୍ଡି ଛକ। ସେହିଭଳି ରାଜ୍ୟ ରାଜପଥରେ ସଦର ଥାନା ଅନ୍ତର୍ଗତ ବାଲିପଡ଼ା ଛକ ଓ ଦିଗପହଣ୍ଡି ଥାନା ଅନ୍ତର୍ଗତ ରାଜନଗର ଛକ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଛି। ଏହିସବୁ ଅଞ୍ଚଳରେ ନିୟମିତ ଭାବେ ବାରମ୍ବାର ଦୁର୍ଘଟଣା ଘଟୁଛି।
ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ୭୪ଟି ଦୁର୍ଘଟଣା ଘଟିଛି। ସେଥିମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ଘଟିଛି (ମୃତକଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଓ ୫ ମହିଳା ରହିଛନ୍ତି)। ସେହିଭଳି ୩୬ ଜଣ ଗୁରୁତର ହୋଇଛନ୍ତି (୨୯ ପୁରୁଷ ଓ ୭ ଜଣ ମହିଳା)। ସେହିପରି ୧୧ ଜଣ ସାମାନ୍ୟ ଆହତ(ସେମାନଙ୍କ ମଧ୍ୟରେ ୮ପୁରୁଷ ଓ ୩ ମହିଳା) ହୋଇଥିବା ଟ୍ରାଫିକ ପୋଲିସ ପକ୍ଷରୁ ସୂଚନା ମିଳିଛି।
୨୦୨୧ରେ ଉକ୍ତ ୧୦ଟି ଦୁର୍ଘଟଣାପ୍ରବଣ ଅଞ୍ଚଳରେ ୪୯ ଦୁର୍ଘଟଣା ହୋଇଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ୨୦ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେହିପରି ଗୁରୁତର ଭାବେ ୩୧ ପୁରୁଷ ଓ ୨ ମହିଳା ଏବଂ ସାମାନ୍ୟ ଆହତ ହୋଇଥିଲେ ୮ ଜଣ ପୁରୁଷ ଓ ୩ ଜଣ ମହିଳା ବୋଲି ବ୍ରହ୍ମପୁର ଟ୍ରାଫିକ୍‌ ଥାନାଧିକାରୀ ରାମ ସୁବ୍ରମନ୍ୟମ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri