Posted inଜାତୀୟ

୧୦ ଭାଜପା ଏମପି ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୬।୧୨ : ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ତିନୋଟି ରାଜ୍ୟରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ପରେ ବର୍ତ୍ତମାନ ୧୦ ଜଣ ଭାଜପା ଏମପି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିମଧ୍ୟରୁ ମଧ୍ୟପ୍ରଦେଶର ୫ ଜଣ ଏମପି, ରାଜସ୍ଥାନରୁ ୩ ଜଣ ଛତିଶଗଡର ୨ ଜଣ ଛନ୍ତି। ଏଥର ଭାଜପା ମୋଟ ୨୧ ଏମପିଙ୍କୁ ବିଧାନସଭା ଟିକେଟ ଦେଇଥିଲା। ସେଥିମଧ୍ୟରୁ ୧୨ ଜଣ ଏମପି ଜିତିଥିବାବେଳେ ୯ ଜଣ ନିର୍ବାଚନରେ ହାରିଛନ୍ତି। ଇସ୍ତଫା ଦେଇଥିବା ଏମପିମାନେ ବିଧାୟକ ରହିବେ। ନିର୍ବାଚନରେ ଜିତିଥିବା ସମସ୍ତ ୧୨ ଏମପିଙ୍କ ମଧ୍ୟରୁ ରେଣୁକା ସିଂ ଏବଂ ବାଲକନାଥ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି। ଖବର ଅନୁଯାୟୀ ସେମାନେ ଆଜି କିମ୍ବା ଆସନ୍ତାକାଲି ଇସ୍ତଫା ଦେବେ।

ଇସ୍ତଫା ପରେ ନିର୍ବାଚନ ଜିତିଥିବା ରାଜ୍ୟରେ ଭାଜପା କାହାକୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ଚର୍ଚ୍ଚା ହେଉଛି। ନାନା କଳ୍ପନାଜଳ୍ପନା ଜୋର ଧରିଛି। ମଧ୍ୟପ୍ରଦେଶ ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରହ୍ଲାଦ ପଟେଲ ବିଜୟୀ ହୋଇଛନ୍ତି। ଏବେ କଳ୍ପନାଜଳ୍ପନା କରାଯାଉଛି ଭାଜପା ସେମାନଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରିପାରେ। ଶିବରାଜ ସିଂ ଚୌହାନ ଏହା ମଧ୍ୟ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି।

କଳ୍ପନା ଜଳ୍ପନା ହେଉଛି ମହନ୍ତ ବାଲକନାଥ ରାଜସ୍ଥାନର ସିଏମ ହୋଇପାରନ୍ତି। ରାଜସ୍ଥାନରେ ସିଏମ ପଦ ପାଇ ବସୁନ୍ଧରା ରାଜେ ଏବଂ ଦିୟା କୁମାରୀ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। ଛତିଶଗଡରେ ଭାଜପାର ବରିଷ୍ଠ ନେତା ରମଣ ସିଂ ସିଏମ ହୋଇପାରନ୍ତି। ଇସ୍ତଫା ଦେଇଥିବା ଛତିଶଗଡର ସାଂସଦମାନେ ହେଉଛନ୍ତି ଅରୁଣ ସାଓ ଏବଂ ଗୋମତି ସାଇ। ରାଜସ୍ଥାନର ରାଜ ବର୍ଦ୍ଧନ ସିଂ ରାଠୋର, ଦିୟା କୁମାରୀ ଏବଂ କିରୋରୀ ଲାଲ ମୀନା ମଧ୍ୟ ଇସ୍ତଫା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଭାଜପା ଏମପିମାନେ ଇସ୍ତଫା ଦେଇଛନ୍ତି। ରାକେଶ ସିଂ, ଉଦୟ ପ୍ରତାପ ଏବଂ ରିତି ପୃଥକ ମଧ୍ୟ ଇସ୍ତଫା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେ ବିପକ୍ଷର ବିଜୟ ପଡିଲା ଫିକା? ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ,୨୭।୨: ICC T20 ବିଶ୍ୱକପ ୨୦୨୬ର ସୁପର ୮ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୨ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବାର ଆଶାକୁ ପୁନର୍ଜୀବିତ କରିଛି। ଏହି…

କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କୋଠା ମରାମତିରେ ଖର୍ଚ୍ଚ ହେବ ୪୯ ଲକ୍ଷ ଟଙ୍କା, +୨ ଖୋଲିବା ପାଇଁ…

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ତୃତୀୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଜିଲାପାଳ ତଥା…

ଚତୁର୍ଥୀ କରିବାକୁ ରାଜି ହେଲେନି ନବବଧୂ, ଶାଶୁ କଲେ ଏମିତି କାମ, ଭିଡିଓ ଦେଖିଲେ…

ଲକ୍ଷ୍ନୌ,୨୭।୨: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି। କିଛି ଲୋକଙ୍କୁ ହସାଇଥାଏ, ଆଉ କିଛି ସେମାନଙ୍କୁ ଚକିତ କରିଦିଏ। କେତେବେଳେ ଏପରି ଭିଡିଓ ସାମ୍ନାକୁ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ୪ଟି ଆସନରେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଶୁକ୍ରବାର ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର…

ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଏମପି କେ. କବିତା ନିର୍ଦ୍ଦୋଷରେ ଖଲାସ, କୋର୍ଟ ରାୟ ଉପରେ କହିଲେ…

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ଏକ କୋର୍ଟ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଦୋଷମୁକ୍ତ କରିଛନ୍ତି।…

ଏଥର ଚତୁର୍ଥ ଆସନ ଲଢ଼ିବ ବିଜେଡି, ସାରଦା ଜେନା କହିଲେ ବର୍ତ୍ତମାନ ଦଳର ସବୁ ବିଧାୟକ…

ଭୁବନେଶ୍ୱର,୨୭ା୨: ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜେଡି ବିଧାୟକ ସାରଦା ଜେନା ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଚତୁର୍ଥ ଆସନ ଲଢ଼ିବ।…

ରାଜ୍ୟ ସଭା କଂଗ୍ରେସ ପ୍ରାର୍ଥୀକୁ ନେଇ ଭକ୍ତଙ୍କ ବଡ଼ ଘୋଷଣା, ଲିଷ୍ଟରେ ରଖିଲେ ଏହି ୫ ଜଣଙ୍କ ନାଁ, ଜାଣନ୍ତୁ କିଏ…

ଭୁବନେଶ୍ୱର,୨୭।୨: ରାଜ୍ୟ ସଭା ନିର୍ବାଚନକୁ ନେଇ କସରତ ଚାଲିଛି। ଏହି ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଭକ୍ତ…

ବଦ୍‌ଲା ନେଲେ ତାଲିବାନ ସରକାର: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଡ୍ରୋନ ଆକ୍ରମଣ!

ଇସଲାମାବାଦ୍‌,୨୭।୨: ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନ ଉପରେ ପ୍ରତିଶୋଧ ନେଇଛନ୍ତି। ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଉପ ମୁଖପାତ୍ର ହମଦୁଲ୍ଲା ଫିତରତ ଦାବି କରିଛନ୍ତି, ଫୈଜାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri