୧ ବନାମ ୧୭ ଗାଁ

ନୟାଗଡ଼ ଅଫିସ,୬।୨: ଜଙ୍ଗଲ ମଧ୍ୟରେ ରାସ୍ତା ନିର୍ମାଣକୁ ନେଇ ସାଢ଼େ ୩ ବର୍ଷରୁ ଲାଗିରହିଥିବା ବିବାଦ ଗୁରୁବାର ବିଳମ୍ବିତ ରାତିରୁ ଉଗ୍ରରୂପ ନେଇଛି। ନୟାଗଡ ସଦରଥାନା ଅନ୍ତର୍ଗତ ମାଳିସାହି, ଢେଙ୍କେଣା ଓ ଖଣ୍ଡୁଗଁା ପଞ୍ଚାୟତର ୧୭ଟି ଗଁାର ଲୋକେ ଗୁଡୁପାଙ୍ଗି-ଦେଉଳି ରାସ୍ତାର ଦେଉଳିଠାରେ ଗଛ, ପଥର ପକାଇ ଗୁରୁବାର ବିଳମ୍ବିତ ରାତିରୁ ଅବରୋଧ କରିଥିଲେ। ଶୁକ୍ରବାର ସେମାନେ ଠେଙ୍ଗା ଏବଂ ଧନୁତୀର ଧରି ରାସ୍ତାକୁ ଜଗି ରହିଥିଲେ। ଫଳରେ ଗୁଡୁପାଙ୍ଗି ଗଁାର ଲୋକେ ନାକାବନ୍ଦୀ ହୋଇ ବାହାରକୁ ଆସିି ପାରି ନ ଥିଲେ। ଖବର ପାଇ ନୟାଗଡ଼ ଉପଜିଲାପାଳ, ଡିଏଫଓ, ନୂଆଗଁା ତହସିଲଦାର, ସଦର ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ସମାଧାନ କରାଯିବାକୁ ନିଷ୍ପତ୍ତି ହୋଇଛି।
ସୂଚନା ଅନୁସାରେ ମାଳିସାହି ପଞ୍ଚାୟତର ଢିପାମାଳ, ନୂଆସାହି, ରାଜନପଲ୍ଲୀ ଓ ଚକାପଥର ଗଁାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି। ଏହି ଗଁାଗୁଡ଼ିକୁ ରାସ୍ତା କରାଯିବା ଦାବି ପରେ ବଳଭଦ୍ରପୁରଠାରୁ ଢିପାମାଳ ୬ କି.ମି. ରାସ୍ତା ନିର୍ମାଣ ପାଇଁ ଡିଆର୍‌ଡିଏ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୪.୮୫କୋଟି ଟଙ୍କା ମଞ୍ଜୁର ହୋଇ ରାସ୍ତା କାମ ଆରମ୍ଭ ହୋଇଥିଲା। ଉକ୍ତ ୬ କି.ମି. ରାସ୍ତା ମଧ୍ୟରେ ରହିଛି ଗୁଡୁପାଙ୍ଗି ନିକଟ ଜଙ୍ଗଲର ପାଦଚଲା ରାସ୍ତା। ହେଲେ ଜଙ୍ଗଲ ନଷ୍ଟ ହେବା ଅଭିଯୋଗ କରି ରାସ୍ତାକାମକୁ ଗୁଡୁପାଙ୍ଗିର କେତେଜଣ ବିରୋଧ କରିଥିଲେ। ବିବାଦର ସମାଧାନ ପାଇଁ ପ୍ରଶାସନ ତରଫରୁ ବିିଭିନ୍ନ ସମୟରେ ବୈଠକ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଏହି ରାସ୍ତା ବିବାଦ ୨୦୧୭ ଜୁଲାଇରେ ବିସ୍ଫୋରକ ରୂପ ନେଇଥିଲା। ଠିକାଦାର ଓ ଦୁଇ ପୋଲିସ କର୍ମଚାରୀ ସେ ସମୟରେ ଆହତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଜଙ୍ଗଲ ପାଦଚଲା ରାସ୍ତାକୁ ବାଦ୍‌ ଦିଆଯାଇ ଭାୟା ଗୁଡୁପାଙ୍ଗି ଦେଇ ରାସ୍ତା ନିର୍ମାଣ କରାଗଲା। ଏଥିରେ ୧୭ ଗଁାର ଲୋକେ ସନ୍ତୁଷ୍ଟ ହୋଇ ନ ଥିଲେ। ସେମାନେ ଉକ୍ତ ଜଙ୍ଗଲ ପାଦଚଲା ରାସ୍ତାରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି କରିଆସୁଛନ୍ତି। ଗୁରୁବାର ରାତିରେ ରାସ୍ତାରୋକୋ ପରେ ପୁଣି ଉତ୍ତେଜନା ବଢ଼ିଛି।
ଗୁଡୁପାଙ୍ଗି ଗଁା ସଭାପତି ଅର୍ଜୁନ ନାୟକ କୁହନ୍ତି, ୧୯୮୨ରୁ ପାଳି କରି ଦଧିନଉତି ଜଙ୍ଗଲକୁ ସୁରକ୍ଷା ଦେଇ ଆସିଛୁ। ଜଙ୍ଗଲ ଭିତରେ ନୂଆ ଗଛ ଲଗାଉଛୁ। କିଛି ଲୋକ ଜଙ୍ଗଲ ଭିତରେ ପାଦଚଲା ରାସ୍ତା ଆଗରୁ ରହିଥିଲା କହି ସ୍ଥାୟୀ ରାସ୍ତା ନେବାକୁ ଉଦ୍ୟମ କରୁଛନ୍ତି। ଜଙ୍ଗଲ ଭିତରେ ପାଦଚଲା ରାସ୍ତା ରହୁ ଆମର ଅଭିଯୋଗ ନାହିଁ। କିନ୍ତୁ ସ୍ଥାୟୀ ରାସ୍ତା କରାଗଲେ ପ୍ରାୟ ୨ କି.ମି. ଜଙ୍ଗଲ ଉଜୁଡିବ। କାଠଚୋର ଓ ଦେଶୀ ମଦ ବେପାରୀଙ୍କୁ ଜଙ୍ଗଲ ଲୁଟିବାକୁ ସୁବିଧା ହେବ। ଗୁରୁବାର ବିଳମ୍ବିତ ରାତିରୁ କେତେକ ଗଁାର ଲୋକ ଆମକୁ ନାକାବନ୍ଦୀ କରି ରଖିଛନ୍ତି। ଆମେ ଗଁା ବାହାରକୁ ଯାଇ ପାରୁନାହୁଁ। ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଶୁକ୍ରବାର ଉତ୍ତେଜନା ହଟିଛି। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା ହେବାର ନିଷ୍ପତ୍ତି ହୋଇଛି। ତେବେ ନାକାବାନ୍ଦୀ ହଟାଯାଇ ନ ଥିବାରୁ ଆମେ ବାହାରକୁ ବାହାରି ପାରୁନାହୁଁ। ତେଣୁ ଆମେ ଜିଲା ପ୍ରଶାସନ ପକ୍ଷରୁ ଡକାଯାଇଥିବା ଆଲୋଚାନକୁ ଯାଇପାରିବୁ ନାହିଁ ବୋଲି ସେ କହିଛନ୍ତି।
ହୀରାଦେଈପୁରର ଦେବ ବରାଡ଼ କୁହନ୍ତି, ଆମ୍ଭ ୩ ପଞ୍ଚାୟତର ୧୭ ଗଁାର ଲୋକ ଗୁଡୁପାଙ୍ଗି ଦେଇ ଯିବୁ ନାହିଁ। ଆମେ ଆମର ପୁରୁଣା ଶର୍ଟକଟ୍‌ ରାସ୍ତା ଜଙ୍ଗଲ ଭିତର ଦେଇ ଯିବୁ। ଆମ ପାଇଁ ଆମ ରାସ୍ତାକୁ ଖୋଲାଯାଉ। ଆମ ରାସ୍ତାକୁ ପିଚୁ ଅଥବା କଂକ୍ରିଟ କରାଯାଉ। ଶନିବାର ସନ୍ଧ୍ୟା ସୁଦ୍ଧା ରାସ୍ତା ଖୋଲିବାକୁ ଜିଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ତାହା ନ ହେଲେ ଆମେ ପୁଣି ରାସ୍ତାକୁ ଓହ୍ଲାଇବୁ।
ଉପଜିଲାପାଳ ଲଗ୍ନଜିତ ରାଉତ କୁହନ୍ତି, ସାଟେଲାଇଟ୍‌ ମ୍ୟାପ୍‌ରେ ଉକ୍ତ ଜଙ୍ଗଲର ପାଦଚଲା ରାସ୍ତା ଅଛି। ତେବେ ପାଦଚଲା ରାସ୍ତାର କିସମ ଜଙ୍ଗଲ ରହିଛି। ନୟାଗଡ଼ ଡିଏଫ୍‌ଓ ଏଚ୍‌.ଡି. ଧନରାଜ କୁହନ୍ତି, ଜଙ୍ଗଲ ଆଇନ ଆସିବା ପୂର୍ବରୁ ବିବାଦୀୟ ଜମିରେ ପାଦଚଲା ରାସ୍ତା ଅଛି। ଏହି ରାସ୍ତାରେ ଲୋକମାନେ ଯାତାୟାତ କରୁଛନ୍ତି। ବନ ବିଭାଗ ଜଙ୍ଗଲ ଭିତରେ ରାସ୍ତା ଯିବାକୁ ବିରୋଧ କରୁନି। ଯେଉଁ ଅଞ୍ଚଳ ଦେଇ ରାସ୍ତା ଯାଇଛି ସେ ଅଞ୍ଚଳରେ ଗଛ ନାହିଁ। ଆଇନ ଅନୁସାରେ ଦେଖିଲେ ପାଦଚଲା ରାସ୍ତା ପାଇଁ ସମସ୍ୟା ରହିବ ନାହିଁ ବୋଲି ଧନରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri