୧ ବନାମ ୧୭ ଗାଁ

ନୟାଗଡ଼ ଅଫିସ,୬।୨: ଜଙ୍ଗଲ ମଧ୍ୟରେ ରାସ୍ତା ନିର୍ମାଣକୁ ନେଇ ସାଢ଼େ ୩ ବର୍ଷରୁ ଲାଗିରହିଥିବା ବିବାଦ ଗୁରୁବାର ବିଳମ୍ବିତ ରାତିରୁ ଉଗ୍ରରୂପ ନେଇଛି। ନୟାଗଡ ସଦରଥାନା ଅନ୍ତର୍ଗତ ମାଳିସାହି, ଢେଙ୍କେଣା ଓ ଖଣ୍ଡୁଗଁା ପଞ୍ଚାୟତର ୧୭ଟି ଗଁାର ଲୋକେ ଗୁଡୁପାଙ୍ଗି-ଦେଉଳି ରାସ୍ତାର ଦେଉଳିଠାରେ ଗଛ, ପଥର ପକାଇ ଗୁରୁବାର ବିଳମ୍ବିତ ରାତିରୁ ଅବରୋଧ କରିଥିଲେ। ଶୁକ୍ରବାର ସେମାନେ ଠେଙ୍ଗା ଏବଂ ଧନୁତୀର ଧରି ରାସ୍ତାକୁ ଜଗି ରହିଥିଲେ। ଫଳରେ ଗୁଡୁପାଙ୍ଗି ଗଁାର ଲୋକେ ନାକାବନ୍ଦୀ ହୋଇ ବାହାରକୁ ଆସିି ପାରି ନ ଥିଲେ। ଖବର ପାଇ ନୟାଗଡ଼ ଉପଜିଲାପାଳ, ଡିଏଫଓ, ନୂଆଗଁା ତହସିଲଦାର, ସଦର ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ସମାଧାନ କରାଯିବାକୁ ନିଷ୍ପତ୍ତି ହୋଇଛି।
ସୂଚନା ଅନୁସାରେ ମାଳିସାହି ପଞ୍ଚାୟତର ଢିପାମାଳ, ନୂଆସାହି, ରାଜନପଲ୍ଲୀ ଓ ଚକାପଥର ଗଁାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି। ଏହି ଗଁାଗୁଡ଼ିକୁ ରାସ୍ତା କରାଯିବା ଦାବି ପରେ ବଳଭଦ୍ରପୁରଠାରୁ ଢିପାମାଳ ୬ କି.ମି. ରାସ୍ତା ନିର୍ମାଣ ପାଇଁ ଡିଆର୍‌ଡିଏ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୪.୮୫କୋଟି ଟଙ୍କା ମଞ୍ଜୁର ହୋଇ ରାସ୍ତା କାମ ଆରମ୍ଭ ହୋଇଥିଲା। ଉକ୍ତ ୬ କି.ମି. ରାସ୍ତା ମଧ୍ୟରେ ରହିଛି ଗୁଡୁପାଙ୍ଗି ନିକଟ ଜଙ୍ଗଲର ପାଦଚଲା ରାସ୍ତା। ହେଲେ ଜଙ୍ଗଲ ନଷ୍ଟ ହେବା ଅଭିଯୋଗ କରି ରାସ୍ତାକାମକୁ ଗୁଡୁପାଙ୍ଗିର କେତେଜଣ ବିରୋଧ କରିଥିଲେ। ବିବାଦର ସମାଧାନ ପାଇଁ ପ୍ରଶାସନ ତରଫରୁ ବିିଭିନ୍ନ ସମୟରେ ବୈଠକ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଏହି ରାସ୍ତା ବିବାଦ ୨୦୧୭ ଜୁଲାଇରେ ବିସ୍ଫୋରକ ରୂପ ନେଇଥିଲା। ଠିକାଦାର ଓ ଦୁଇ ପୋଲିସ କର୍ମଚାରୀ ସେ ସମୟରେ ଆହତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଜଙ୍ଗଲ ପାଦଚଲା ରାସ୍ତାକୁ ବାଦ୍‌ ଦିଆଯାଇ ଭାୟା ଗୁଡୁପାଙ୍ଗି ଦେଇ ରାସ୍ତା ନିର୍ମାଣ କରାଗଲା। ଏଥିରେ ୧୭ ଗଁାର ଲୋକେ ସନ୍ତୁଷ୍ଟ ହୋଇ ନ ଥିଲେ। ସେମାନେ ଉକ୍ତ ଜଙ୍ଗଲ ପାଦଚଲା ରାସ୍ତାରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି କରିଆସୁଛନ୍ତି। ଗୁରୁବାର ରାତିରେ ରାସ୍ତାରୋକୋ ପରେ ପୁଣି ଉତ୍ତେଜନା ବଢ଼ିଛି।
ଗୁଡୁପାଙ୍ଗି ଗଁା ସଭାପତି ଅର୍ଜୁନ ନାୟକ କୁହନ୍ତି, ୧୯୮୨ରୁ ପାଳି କରି ଦଧିନଉତି ଜଙ୍ଗଲକୁ ସୁରକ୍ଷା ଦେଇ ଆସିଛୁ। ଜଙ୍ଗଲ ଭିତରେ ନୂଆ ଗଛ ଲଗାଉଛୁ। କିଛି ଲୋକ ଜଙ୍ଗଲ ଭିତରେ ପାଦଚଲା ରାସ୍ତା ଆଗରୁ ରହିଥିଲା କହି ସ୍ଥାୟୀ ରାସ୍ତା ନେବାକୁ ଉଦ୍ୟମ କରୁଛନ୍ତି। ଜଙ୍ଗଲ ଭିତରେ ପାଦଚଲା ରାସ୍ତା ରହୁ ଆମର ଅଭିଯୋଗ ନାହିଁ। କିନ୍ତୁ ସ୍ଥାୟୀ ରାସ୍ତା କରାଗଲେ ପ୍ରାୟ ୨ କି.ମି. ଜଙ୍ଗଲ ଉଜୁଡିବ। କାଠଚୋର ଓ ଦେଶୀ ମଦ ବେପାରୀଙ୍କୁ ଜଙ୍ଗଲ ଲୁଟିବାକୁ ସୁବିଧା ହେବ। ଗୁରୁବାର ବିଳମ୍ବିତ ରାତିରୁ କେତେକ ଗଁାର ଲୋକ ଆମକୁ ନାକାବନ୍ଦୀ କରି ରଖିଛନ୍ତି। ଆମେ ଗଁା ବାହାରକୁ ଯାଇ ପାରୁନାହୁଁ। ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଶୁକ୍ରବାର ଉତ୍ତେଜନା ହଟିଛି। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା ହେବାର ନିଷ୍ପତ୍ତି ହୋଇଛି। ତେବେ ନାକାବାନ୍ଦୀ ହଟାଯାଇ ନ ଥିବାରୁ ଆମେ ବାହାରକୁ ବାହାରି ପାରୁନାହୁଁ। ତେଣୁ ଆମେ ଜିଲା ପ୍ରଶାସନ ପକ୍ଷରୁ ଡକାଯାଇଥିବା ଆଲୋଚାନକୁ ଯାଇପାରିବୁ ନାହିଁ ବୋଲି ସେ କହିଛନ୍ତି।
ହୀରାଦେଈପୁରର ଦେବ ବରାଡ଼ କୁହନ୍ତି, ଆମ୍ଭ ୩ ପଞ୍ଚାୟତର ୧୭ ଗଁାର ଲୋକ ଗୁଡୁପାଙ୍ଗି ଦେଇ ଯିବୁ ନାହିଁ। ଆମେ ଆମର ପୁରୁଣା ଶର୍ଟକଟ୍‌ ରାସ୍ତା ଜଙ୍ଗଲ ଭିତର ଦେଇ ଯିବୁ। ଆମ ପାଇଁ ଆମ ରାସ୍ତାକୁ ଖୋଲାଯାଉ। ଆମ ରାସ୍ତାକୁ ପିଚୁ ଅଥବା କଂକ୍ରିଟ କରାଯାଉ। ଶନିବାର ସନ୍ଧ୍ୟା ସୁଦ୍ଧା ରାସ୍ତା ଖୋଲିବାକୁ ଜିଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ତାହା ନ ହେଲେ ଆମେ ପୁଣି ରାସ୍ତାକୁ ଓହ୍ଲାଇବୁ।
ଉପଜିଲାପାଳ ଲଗ୍ନଜିତ ରାଉତ କୁହନ୍ତି, ସାଟେଲାଇଟ୍‌ ମ୍ୟାପ୍‌ରେ ଉକ୍ତ ଜଙ୍ଗଲର ପାଦଚଲା ରାସ୍ତା ଅଛି। ତେବେ ପାଦଚଲା ରାସ୍ତାର କିସମ ଜଙ୍ଗଲ ରହିଛି। ନୟାଗଡ଼ ଡିଏଫ୍‌ଓ ଏଚ୍‌.ଡି. ଧନରାଜ କୁହନ୍ତି, ଜଙ୍ଗଲ ଆଇନ ଆସିବା ପୂର୍ବରୁ ବିବାଦୀୟ ଜମିରେ ପାଦଚଲା ରାସ୍ତା ଅଛି। ଏହି ରାସ୍ତାରେ ଲୋକମାନେ ଯାତାୟାତ କରୁଛନ୍ତି। ବନ ବିଭାଗ ଜଙ୍ଗଲ ଭିତରେ ରାସ୍ତା ଯିବାକୁ ବିରୋଧ କରୁନି। ଯେଉଁ ଅଞ୍ଚଳ ଦେଇ ରାସ୍ତା ଯାଇଛି ସେ ଅଞ୍ଚଳରେ ଗଛ ନାହିଁ। ଆଇନ ଅନୁସାରେ ଦେଖିଲେ ପାଦଚଲା ରାସ୍ତା ପାଇଁ ସମସ୍ୟା ରହିବ ନାହିଁ ବୋଲି ଧନରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri