ମାୟାମି, ୧୭ା୧୦: ଆସନ୍ତାବର୍ଷ ଉତ୍ତର ଆମେରିକାରେ ଖେଳାଯିବାକୁ ଥିବା ଫିଫା ଫୁଟ୍ବଲ ବିଶ୍ୱକପ୍ ପାଇଁ ଇତିମଧ୍ୟରେ ଏକ ନିୟୁତ ଟିକେଟ ବିକ୍ରି ହୋଇସାରିଲାଣି। ଚଳିତ ମାସ ପ୍ରାରମ୍ଭରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ୨୧୨ ବିଭିନ୍ନ ଦେଶର ଟିକେଟ କ୍ରେତାଙ୍କ ମଧ୍ୟରେ ଆୟୋଜକ ଦେଶ ୟୁଏସ୍, କାନାଡା ଓ ମେକ୍ସିକୋ ଫୁଟ୍ବଲପ୍ରେମୀ ଅଧିକ ରହିବା ସ୍ବାଭାବିକ। ଅଧିକ ଟିକେଟ ବିକ୍ରି ହୋଇଥିବା ଟପ୍ ୧୦ ଦେଶ ମଧ୍ୟରେ ସ୍ଥାନ ପାଇଥିବା ଅନ୍ୟ ୭ଟି ଦେଶ ହେଲେ ଇଂଲଣ୍ଡ, ଜର୍ମାନୀ, ବ୍ରାଜିଲ, ସ୍ପେନ, କଲମ୍ବିଆ, ଆର୍ଜେଣ୍ଟିନା ଓ ଫ୍ରାନ୍ସ। ଟୁର୍ନାମେଣ୍ଟ ଜୁନ୍ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ହେବ। ଫେଡେରେଶନ ଅଫ୍ ଇଣ୍ଟରନ୍ୟାଶନାଲ ଫୁଟ୍ବଲ ଆସୋସିଏଶନ୍ସ (ଫିଫା) ତରଫରୁ ଏହି ସୂଚନା ଦିଆଯାଇଛି।


