୧ ଲକ୍ଷ କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ

କଟକ,୧୬ା୧୨(କାର୍ତ୍ତିକ ସାହୁ): ବିମାନସେବା ଯୋଗାଉଥିବା ଏୟାର ଇଣ୍ଡିଆକୁ କଟକ ଖାଉଟି ଅଦାଲତ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ଏଥିସହ ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୨୦ ହଜାର ଟଙ୍କା ମଧ୍ୟ ଏୟାର ଇଣ୍ଡିଆ ପ୍ରଦାନ କରିବ। ଉପଯୁକ୍ତ ଦେୟ ପ୍ରଦାନ କରି ବି ଯାତ୍ରୀଙ୍କୁ ଆବଶ୍ୟକ ବିମାନସେବା ମିଳିଲାନି। ତ୍ରୁଟିପୂର୍ଣ୍ଣ ସେବା ଯୋଗୁ ମାନସିକ ତଥା ଶାରୀରିକ ଯନ୍ତ୍ରଣା ପାଇଥିବା ଜଣେ ଯାତ୍ରୀଙ୍କ ମାମଲାର ବିଚାର କରି ଖାଉଟି ଅଦାଲତ ଏହି ରାୟ ପ୍ରଦାନ କରିଛନ୍ତି। ଆସନ୍ତା ୩୦ ଦିନ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, କଟକ ବିଡ଼ାନାସୀ ଥାନା ମଠସାହି ଅଞ୍ଚଳର ବିମଳ ପ୍ରସାଦ ଶର୍ମା ଆମେରିକାରେ ରହୁଥିବା ତାଙ୍କ ପୁଅବୋହୂଙ୍କ ନିକଟକୁ ବିମାନ ଯାତ୍ରା କରିଥିଲେ। ୨୦୨୩ ଜୁନ୍‌ ୨୬ ତାରିଖରେ ଆମେରିକାର ଜେଏଫ୍‌କେ ବିମାନବନ୍ଦରରୁ ଫେରିବାର ଥିଲା। ସେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ପାଇଁ ଏକ ଟିକେଟ କାଟିଥିଲେ। ସେଥିରେ ଗୋଡ଼ ରଖିବାକୁ ଅତିରିକ୍ତ ଜାଗା ମିଳିବା ପାଇଁ ସେ ଅଧିକ ୨୦୦୦ ଟଙ୍କା ଦେଇ ନିଜ ପସନ୍ଦର ଏକ ସିଟ୍‌ ଅନ୍‌ଲାଇନ୍‌ରେ ବୁକ୍‌ କରିଥିଲେ। ମାତ୍ର ସେ ଉକ୍ତ ଦିନ ବିମାନବନ୍ଦରର ବୁକିଂ କାଉଣ୍ଟରରେ ପହଞ୍ଚିବା କ୍ଷଣି ସେଠାରେ ଥିବା ସହାୟକ ତାଙ୍କୁ ଏକ ହୁଇଲ ଚେୟାର ନେବାକୁ ପ୍ରବର୍ତ୍ତାଇଥିଲେ। ସେ ମନା କରିଥିଲେ ମଧ୍ୟ ସହାୟକ ଜଣଙ୍କ ବାରମ୍ବାର ତାଙ୍କୁ ସେହି ଏକା କଥା କହିଥିଲେ। ତେବେ ନିଜର ଅନିଚ୍ଛା ସତ୍ତ୍ୱେ ହୁଇଲ ଚେୟାରଟିକୁ ନେବାକୁ ସେ ବାଧ୍ୟ ହୋଇଥିଲେ। ବିମାନରେ ବସିବାକୁ ଯିବାବେଳେ ଚେକିଂ ଅଫିସର ତାଙ୍କୁ ୧୦ ମିନିଟ୍‌ ଅଟକାଇଥିଲେ। ପରେ ଅଫିସର ଜଣଙ୍କ ତାଙ୍କୁ ଇସ୍ୟୁ ହୋଇଥିବା ସିଟ୍‌ ନମ୍ବର ବଦଳାଇ ଅନ୍ୟ ଏକ ବୋଡିଂ ପାସ୍‌ ଦେଇଥିଲେ। ସେ ଏହାର ପ୍ରତିବାଦ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଫଳରେ ସେ ବାଧ୍ୟହୋଇ ସେହି ସିଟ୍‌ରେ ବସିଥିଲେ। ମାତ୍ର ସେ ଗୋଡ଼ ରଖିବାକୁ ଅତିରିକ୍ତ ସ୍ଥାନ ପାଇଁ ୨୦୦୦ ଟଙ୍କା ଦେଇଥିଲେ ମଧ୍ୟ ସେହି ସୁବିଧା ନୂତନ ସିଟ୍‌ରେ ନ ଥିଲା। ତେଣୁ ସେ ବହୁତ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇ ବିମାନ ଯାତ୍ରା କରିଥିଲେ। ଏନେଇ ଶର୍ମା କଟକ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଶାରୀରିକ ଅସୁସ୍ଥତା ପାଇଁ ୨ ଲକ୍ଷ, କ୍ଷତିପୂରଣ ବାବଦରେ ୧ ଲକ୍ଷ ଓ ଅଦାଲତି ଖର୍ଚ୍ଚ ବାବଦ ୨ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଆଦେଶ ଦେବାକୁ ପ୍ରାର୍ଥନା କରିଥିଲେ। ଅଦାଲତ ତାଙ୍କ ଆବେଦନର ବିଚାର କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଜିତ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri