୧ ଲକ୍ଷ କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ

କଟକ,୧୬ା୧୨(କାର୍ତ୍ତିକ ସାହୁ): ବିମାନସେବା ଯୋଗାଉଥିବା ଏୟାର ଇଣ୍ଡିଆକୁ କଟକ ଖାଉଟି ଅଦାଲତ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ଏଥିସହ ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୨୦ ହଜାର ଟଙ୍କା ମଧ୍ୟ ଏୟାର ଇଣ୍ଡିଆ ପ୍ରଦାନ କରିବ। ଉପଯୁକ୍ତ ଦେୟ ପ୍ରଦାନ କରି ବି ଯାତ୍ରୀଙ୍କୁ ଆବଶ୍ୟକ ବିମାନସେବା ମିଳିଲାନି। ତ୍ରୁଟିପୂର୍ଣ୍ଣ ସେବା ଯୋଗୁ ମାନସିକ ତଥା ଶାରୀରିକ ଯନ୍ତ୍ରଣା ପାଇଥିବା ଜଣେ ଯାତ୍ରୀଙ୍କ ମାମଲାର ବିଚାର କରି ଖାଉଟି ଅଦାଲତ ଏହି ରାୟ ପ୍ରଦାନ କରିଛନ୍ତି। ଆସନ୍ତା ୩୦ ଦିନ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, କଟକ ବିଡ଼ାନାସୀ ଥାନା ମଠସାହି ଅଞ୍ଚଳର ବିମଳ ପ୍ରସାଦ ଶର୍ମା ଆମେରିକାରେ ରହୁଥିବା ତାଙ୍କ ପୁଅବୋହୂଙ୍କ ନିକଟକୁ ବିମାନ ଯାତ୍ରା କରିଥିଲେ। ୨୦୨୩ ଜୁନ୍‌ ୨୬ ତାରିଖରେ ଆମେରିକାର ଜେଏଫ୍‌କେ ବିମାନବନ୍ଦରରୁ ଫେରିବାର ଥିଲା। ସେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ପାଇଁ ଏକ ଟିକେଟ କାଟିଥିଲେ। ସେଥିରେ ଗୋଡ଼ ରଖିବାକୁ ଅତିରିକ୍ତ ଜାଗା ମିଳିବା ପାଇଁ ସେ ଅଧିକ ୨୦୦୦ ଟଙ୍କା ଦେଇ ନିଜ ପସନ୍ଦର ଏକ ସିଟ୍‌ ଅନ୍‌ଲାଇନ୍‌ରେ ବୁକ୍‌ କରିଥିଲେ। ମାତ୍ର ସେ ଉକ୍ତ ଦିନ ବିମାନବନ୍ଦରର ବୁକିଂ କାଉଣ୍ଟରରେ ପହଞ୍ଚିବା କ୍ଷଣି ସେଠାରେ ଥିବା ସହାୟକ ତାଙ୍କୁ ଏକ ହୁଇଲ ଚେୟାର ନେବାକୁ ପ୍ରବର୍ତ୍ତାଇଥିଲେ। ସେ ମନା କରିଥିଲେ ମଧ୍ୟ ସହାୟକ ଜଣଙ୍କ ବାରମ୍ବାର ତାଙ୍କୁ ସେହି ଏକା କଥା କହିଥିଲେ। ତେବେ ନିଜର ଅନିଚ୍ଛା ସତ୍ତ୍ୱେ ହୁଇଲ ଚେୟାରଟିକୁ ନେବାକୁ ସେ ବାଧ୍ୟ ହୋଇଥିଲେ। ବିମାନରେ ବସିବାକୁ ଯିବାବେଳେ ଚେକିଂ ଅଫିସର ତାଙ୍କୁ ୧୦ ମିନିଟ୍‌ ଅଟକାଇଥିଲେ। ପରେ ଅଫିସର ଜଣଙ୍କ ତାଙ୍କୁ ଇସ୍ୟୁ ହୋଇଥିବା ସିଟ୍‌ ନମ୍ବର ବଦଳାଇ ଅନ୍ୟ ଏକ ବୋଡିଂ ପାସ୍‌ ଦେଇଥିଲେ। ସେ ଏହାର ପ୍ରତିବାଦ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଫଳରେ ସେ ବାଧ୍ୟହୋଇ ସେହି ସିଟ୍‌ରେ ବସିଥିଲେ। ମାତ୍ର ସେ ଗୋଡ଼ ରଖିବାକୁ ଅତିରିକ୍ତ ସ୍ଥାନ ପାଇଁ ୨୦୦୦ ଟଙ୍କା ଦେଇଥିଲେ ମଧ୍ୟ ସେହି ସୁବିଧା ନୂତନ ସିଟ୍‌ରେ ନ ଥିଲା। ତେଣୁ ସେ ବହୁତ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇ ବିମାନ ଯାତ୍ରା କରିଥିଲେ। ଏନେଇ ଶର୍ମା କଟକ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଶାରୀରିକ ଅସୁସ୍ଥତା ପାଇଁ ୨ ଲକ୍ଷ, କ୍ଷତିପୂରଣ ବାବଦରେ ୧ ଲକ୍ଷ ଓ ଅଦାଲତି ଖର୍ଚ୍ଚ ବାବଦ ୨ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଆଦେଶ ଦେବାକୁ ପ୍ରାର୍ଥନା କରିଥିଲେ। ଅଦାଲତ ତାଙ୍କ ଆବେଦନର ବିଚାର କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଜିତ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri